ସମାଜସେବୀ ବସନ୍ତ ବେହେରା ଙ୍କ ପରଲୋକ ..
ତିର୍ତ୍ତୋଲ ତା 7/3/2026 ତିର୍ତ୍ତୋଲ ବ୍ଲକ, ବିରିତୋଳ ପଞ୍ଚାୟତ ର ବିରିତୋଳ ଗ୍ରାମ ର ସମାଜସେଵୀ, ସଂସ୍କାରଧର୍ମୀ ତଥା ପଞ୍ଚାୟତର ବରିଷ୍ଠ ବିଜେପି କର୍ମକର୍ତ୍ତା ବସନ୍ତ ବେହେରା (85) ଙ୍କର ଗତ ଶୁକ୍ରବାର ପୂର୍ବାହ୍ନ ରେ ହୃଦଘାତ ରେ ପରଲୋକ ହୋଇଯାଇଛି l ତାଙ୍କର ବିୟୋଗରେ ରେ ପୂର୍ବତନ ମହିଳା କମିଶନର ଡଃ ମିନତୀ ବେହେରା, ତିନିନମ୍ବର ଜୋନର ଜିଲ୍ଲାପରିଷଦ ସୁନୀଲ କୁମାର ବେହେରା, ବିରିତୋଳ ପଞ୍ଚାୟତ ର ବିଜେପି ସଭାପତି ସ୍ବପ୍ନସରିତ ପରିଡା, ସାରଳା ସଂସ୍କୃତି ଗବେଷକ ରମାକାନ୍ତ ରାଉଳ, ଦିଲ୍ଲୀପ କୁମାର ବେହେରା, ଅନିଲ କୁମାର ବେହେରା, ସୁଶୀଲ ବେହେରା, ସୁକାନ୍ତ ବେହେରା, ଯୋଗେନ୍ଦ୍ର ବେହେରା, ଶିକ୍ଷକ ନବକୁମାର ବେହେରା, ଗୀତାଞ୍ଜଳି ବେହେରା, ସିଗ୍ନଧାରାଣୀ ବେହେରା, ଅମ୍ବିକା ବେହେରା, ମିନତୀ ବେହେରା, ପ୍ରମୋଦ କୁମାର ବେହେରା, ଦୈତାରୀ ବେହେରା ଙ୍କ ସମେତ ମୂଳିସିଂହ, କନକପୁର, ସଁଅରା, ଗୋପାଳପୁର ଆଦି ପଞ୍ଚାୟତ ର ବହୁ ଜନପ୍ରତିନିଧି ଓ ବିଶିଷ୍ଟ ମାନ୍ୟଗଣ୍ୟ ବ୍ୟକ୍ତି ମାନେ ଗଭୀର ଶୋକ ପ୍ରକାଶ କରିଅଛନ୍ତି l ସେ ଜଣେ ସରଳ ଧର୍ମପ୍ରାଣ, ମିଷ୍ଟଭାଷୀ, ଓ ସଂସ୍କାରବାଦୀ ସମାଜସେଵୀ ଭାବରେ ସ୍ଥାନୀୟ ଅଞ୍ଚଳରେ ଜଣାଶୁଣା ଥିଲେ l ଗ୍ରାମ୍ୟଶ୍ମାଶନ ରେ ଅନ୍ତେଷ୍ଟକ୍ରିୟା ସମୟରେ ସାନପୁଅ ନୀଳମଣି ବେହେରା ମୁଖାଗ୍ନି ଦେଇଥିଲେ lଜଗତ୍ସିଂହପୁର ରୁ ଶରତ କୁମାର ଦାଶ ଙ୍କ ରିପୋର୍ଟ୍ ନ୍ୟୁଜ ଉପାନ୍ତ ଖବର
