ଦୁଇ ଗଞ୍ଜାମ ର ଗୌରବ ଙ୍କୁ ସମ୍ବର୍ଦ୍ଧିତ

ଗଞ୍ଜାମ = ପ୍ରଦୀପ କୁମାର ପଣ୍ଡା
ଗଞ୍ଜାମ ସହର ଅର୍ନ୍ତଗତ ଯଶୋଦା ମହିଳା ଡିଗ୍ରୀ ମହାବିଦ୍ୟାଳୟ ପରିସରରେ ବୃଦ୍ଧିଜୀବି ମଂଚ ପକ୍ଷରୁ ଏକ ସମ୍ବର୍ଦ୍ଧନା ଉତ୍ସବ ଅନୁଷ୍ଠିତ ହୋଇଥିଲା । ଏହି ଉତ୍ସବରେ ମହାବିଦ୍ୟାଳୟ ପ୍ରତି ।ତା ତଥା ଅବସର ପ୍ରାପ୍ତ ପ୍ରଧ୍ୟାପକ ଗୋବିନ୍ଦ ଚନ୍ଦ୍ର ପଣ୍ଡା ଅଧକ୍ଷତା କରିଥିଲେ । କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥିଭାବେ ଛତ୍ରପୁର ବିଧାୟକ କୃଷ୍ଣଚନ୍ଦ୍ର ନାୟକ ଯୋଗଦେଇ ନିଷ୍ଠା । ଓ ଏକାଗ୍ରତା ସଫଳତାର ବାଟ ଦେଖାଏ ବୋଲି ନିଜ ବକ୍ତବ୍ୟରେ କହିଥିଲେ । ଲୋକ ସେବକ ମଣ୍ଡଳ ରାଷ୍ଟ୍ରୀୟ କୋଷାଧକ୍ଷ ତଥା ସମାଜ ଖବର କାଗଜର ପ୍ରକାଶକ ତଥା ମୁଦ୍ରାକର ରାଜେନ୍ଦ୍ର କୁମାର ଜେନା ଓ ବରିଷ୍ଠ ସାମ୍ବାଦିକ ତଥା ସ୍ତମ୍ବକାର ସୁଦର୍ଶନ ଛୋଟରାୟଙ୍କ ଜୀବନି ସଂପର୍କରେ ଆଲୋକପାତ କରିବା ସହ ଏହି ଦୁଇ ଜଣ ଅଚଂଳ ପାଇଁ ଗର୍ବ ଓ ଗୈାରବ ବ୍ୟକ୍ତି ଅଟନ୍ତି । ମୁଖ୍ୟ ବକ୍ତା ଭାବେ ବରିଷ୍ଠ ସିପିଏମ ନେତା ଅଳିକିଶୋର ପଟ୍ଟନାୟକ ,ସମ୍ମାନିତ ଅତିଥିଭାବେ ଗଞ୍ଜାମ ବ୍ଲକ ଅଧକ୍ଷା ଶର୍ମିଷ୍ଠା। ପ୍ରଧାନ, ତହସିଲଦାର ସୁକାନ୍ତ ମିଶ୍ର, ବିଡିଓ ଅଚ୍ୟୁତନନ୍ଦ ଯାନୀ, ପୂର୍ବତନ ବିଧାୟକ ଅଶୋକ ଚୈାଧୁରୀ ପ୍ରମୁଖ ଯୋଗଦେଇ କାର୍ଯ୍ୟକ୍ରମକୁ ଭୁରିଭୁରି ପ୍ରଶଂସା କରିବା ସହ ଶ୍ରୀ ଜେନା ଓ ଶ୍ରୀ ଛୋଟରାୟ ବିଷୟରେ ଆଲୋକପାତ କରିଥିଲେ । କାର୍ଯ୍ୟକ୍ରମ ଆରମ୍ଭରେ ବୁଦ୍ଧିଜୀବି ମଚଂର ଆବାହକ ତଥା ଅବସରପ୍ରାପ୍ତ ପ୍ରଧାନଶିକ୍ଷକ ବିଜୟ କୁମାର ବିଶ୍ୱାଳ କାର୍ଯ୍ୟକ୍ରମ ସର୍ମ୍ପକରେ ପ୍ରାରମ୍ଭିକ ସୂଚନା ଦେଇଥିଲେ । ଗଞ୍ଜାମ ଜିଲାର ଦୁଇ ମହାନ ବ୍ୟକ୍ତିତ୍ୱ ବିଷୟରେ କହିବା ସହ ଅଗ୍ରୀଣ ଯୋଦ୍ଧା ଭାବେ ଆଖ୍ୟ ଦେଇଥିଲେ । ପରେ ଅତିଥିମାନେ ରାଜେନ୍ଦ୍ର କୁମାର ଜେନା ଓ ସୁଦର୍ଶନ ଛୋଟରାୟ ଏହି ଦୁଇ ମହାନବ୍ୟକ୍ତିଙ୍କୁ ଉପଢୁକନ ଓ ମାନପତ୍ର ଦେଇ ସମ୍ବର୍ଦ୍ଧିତ କରିଥିଲେ । ପରେ ଏହି ଦୁଇ ଜଣ ନିଜ ଜୀବନୀ ସଂପର୍କରେ ଆଲୋକପାତ କରିବା ସହ ଉପସ୍ଥିତ ଛାତ୍ରୀମାନଙ୍କୁ ଭଲ ମଣିଷ ହେବାପାଇଁ ଉପଦେଶ ଦେଇଥିଲେ । ଗୈାରୀ ଶଙ୍କର ପାଢୀ, ମହେଶ୍ୱର ବରାଡ, ରବିନ୍ଦ୍ର ମହାନ୍ତି,ଦିଲ୍ଲପ ଛୋଟରାୟ ଆଲୋଚନାରେ ଅଂଶ ଗ୍ରହଣ କରିବା ସହ ଦୁହିଁ ସମ୍ବର୍ଦ୍ଧିତ ବ୍ୟକ୍ତିଙ୍କୁ ଭୁରି ଭୁରି ପ୍ରଶଂସା ଗାନ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେସହଯୋଗ କରିଥିଲେ ସାମାଜିକକର୍ମୀ ମଙ୍ଗରାଜ ପଣ୍ଡା,ଗଞ୍ଜାମ ବ୍ଲକର ଅବସର ପ୍ରାପ୍ତ କର୍ମଚାରୀ ସଂଘର ସଭାପତି ବାନାମ୍ବର ପଲେଇ,ସଂପାଦକ ବାଳକୃଷ୍ଣ ମହାରଣା,ସମାଜସେବି ସୁଧିର ପାଢୀ, ସାମ୍ବାଦିକ ବିଦ୍ୟାଧର ସାହୁ,ମନୋଜ ପ୍ରଧାନ, ପ୍ରଦୀପ ପଣ୍ଡା, ଦୃର୍ଗା ମାଧମ ପାଣିଗ୍ରାହୀ, ବିନୋଦ ପଲେଇ,ପ୍ରଭାତ ମହାରଣା ,ମହାପ୍ରସାଦ ମହାପାତ୍ର, ପ୍ରଶାନ୍ତ ମହାରଣା , ସରୋଜ ସାମଲ,ମିଥୁନ ବାରିକ, ଯଶୋଦା ମହିଳା ଡିଗ୍ରୀ କଲେଜର ଅଧ୍ୟପକ/ଅଧ୍ୟପିକା ମାନେ ପ୍ରମୁଖ ଉପସ୍ଥିତ ରହି କାର୍ଯ୍ୟକମକୁ ସହଯୋଗ କରିଥିଲେ । କାର୍ଯ୍ୟକ୍ରମକୁ ସ୍ୱାସ୍ତିକ ସୁନ୍ଦର ସଂଯୋଜନା କରିଥିବା ବେଳେ ଗଞ୍ଜାମ ବ୍ଲକ ସମାଜ ପ୍ରତିନିଧି ଶବର ତରେଇ ଧନ୍ୟବାଦ ଅର୍ପଣ କରିଥିଲେ । ପ୍ରାରମ୍ଭରେ ସ୍ଥାନୀୟ ସରସ୍ୱତୀ ବିଦ୍ୟା ମନ୍ଦିର ଛାତ୍ରୀମାନଙ୍କ ଦ୍ୱାରା ସ୍ୱାଗତ ସଙ୍ଗିତଗାନ କରାଯାଇଥିଲା ।
