May 11, 2026

ଅସ୍ତରଙ୍ଗ ରେ ୪୬ ମିଲିମିଟର ବର୍ଷା ..

Share

ଅସ୍ତରଙ୍ଗ,,,ପୁରୀ ଜିଲ୍ଲା ଅସ୍ତରଙ୍ଗ ଉପକୂଳ ରେ ଦୀର୍ଘ ଦିନ ଧରି ବର୍ଷା ର ଅଭାବ ଲାଗି ରହିଥିବା ବେଳେ, ସୋମବାର ଦିନ ରାତ୍ରରେ ଲଘୁଚାପ ଜନିତ ବର୍ଷା ହୋଇଅଛି । ବର୍ଷା ର ପରିଣାମ ୪୬ ମିଲିମିଟର ହୋଇଥିବା ସରକାରୀ ଭାବେ ଜଣା ପଡ଼ିଛନ୍ତି। ବର୍ଷା ହେବା ଦ୍ବାରା ଅସ୍ତରଙ୍ଗ ଅଞ୍ଚଳର ଚାଷୀ ଙ୍କ ମନରେ ଆନନ୍ଦର ଲହରୀ ଖେଳିଯାଥିବାବେଳେ, ଚାସି ମାନେ ମଙ୍ଗଳବାର ସକାଳୁ ସକାଳୁ ନିଜ ନିଜ ଜମିକୁ ଚାଷ କରି ତଳି ଓପାଡ଼ି ରୁଆ ବେଉଷଣ କରିବାକୁ ଯାଉଥିବା ଦେଖିବାକୁ ମିଳିଅଛି । ବର୍ତ୍ତମାନ ଶ୍ରାବଣ ମାସ ଅଧା ହେବାକୁ ବାକିଥିବା ବେଳେ,ଅତୀତରେ ସ୍ଲୋପ ବୃଷ୍ଟିପାତ ହେତୁ ଅସ୍ତରଙ୍ଗ ଉପକୂଳରେ ଚାଷ କାର୍ଯ୍ୟ ବ୍ୟାହତ ହୋଇଥିଲା ।

ଦୁଃଶାସନ ନାୟକ,ଅସ୍ତରଙ୍ଗ