ରାୟଗଡ଼ା ଜିଲ୍ଲା ରେ ଦେଖିବାକୁ ମିଳିଛି ବାତ୍ୟା ମୋନ୍ଥା ର ପ୍ରଭାବ

କୋଲନରା : ( ସଞ୍ଜୀବ କଣ୍ଡାଗରୀ ) ଯେଉଁ ଭଳି ଭାବେ ସାରା ରାଜ୍ୟରେ ମୋନ୍ଥା ର କରାଳ ରୂପ ଦେଖି ବାକୁ ଲୋକେ ବିକଳ ହୋଇ ନିଜର ଜିବନ କୁ କେମିତି ବଞ୍ଚେଇବେ ସେ ନେଇ ସବୁ ଲୋକଙ୍କ ମନରେ ଭୟର ବାତା ବରଣ ଦେଖିବାକୁ ମିଳିଥିବା ବେଳେ ରାଜ୍ୟ ସରକାରଙ୍କ ତରଫରୁ ଅଦେଶ ହୋଇ ଥିବା ବେଳେ ଜିଲ୍ଲା ପ୍ରଶାସନ ଓ ବ୍ଲକ ପ୍ରଶାସନ ବାତ୍ୟା ମୋନ୍ଥା କୁ ନେଇ ପ୍ରସ୍ତୁତ ଥିବା କୁହା ଯାଇଛି ।ରାଜ୍ୟର ବିଭିନ୍ନ ଜାଗାରେ ଭୁସ୍କଳନ ସହ ରାସ୍ତା ରେ ଥିବା ତରୁ ଲତା ରାସ୍ତା କୁ ଅବରୋଧ କରି ଯାତାୟାତ ର ଅସୁବିଧା କରୁଥିବା ବେଳେ କୋଲନରା ବ୍ଲକ ର କୈଳାସ ପୁର ଗ୍ରାମ ପଞ୍ଚାୟତ କିଆମୁଣ୍ଡା ଗ୍ରାମରେ ରେ ମୋନ୍ଥା ର ପ୍ରଭାବ ଦେଖିବାକୁ ମିଳିଛି ।କିଆମୁଣ୍ଡା ଗ୍ରାମର ନିରୀହ ଭାଗ୍ୟବତୀ ବାତ୍ରୀୟା ର ଘର ବାତ୍ୟା ମୋନ୍ଥା ର ପ୍ରଭାବରେ ସମ୍ପୂର୍ଣ୍ଣ ଭୁଶୁଡି ଯାଇ ଘରର ସବୁ ଖାଦ୍ୟପେୟ ନଷ୍ଟ ହୋଇ ପାଣିରେ ଧୋଇ ହୋଇଯାଇଛି।ଏହି ସମ୍ପର୍କରେ ଗ୍ରାମବାସୀ ମାନେ ରାଜସ୍ବ ନିରୀକ୍ଷକ ରଞ୍ଜିତା ବେହେରାଙ୍କୁ ଖବର ଦେବାପରେ ତହସିଲଦାର କୋଲନରା ଆକାଶ ରଞ୍ଜନ ସାହୁ ,ଗୋଷ୍ଟି ଉନ୍ନୟନ ଅଧିକାରୀ ରୀନା ପ୍ରଧାନ ,ଏଆର ଆଇ ସିଧେଶ ପ୍ରଧାନ ଏବଂ ସ୍ଥାନୀୟ ସରପଞ୍ଚ ଙ୍କ ସହଯୋଗ ରେ ଘର ନଷ୍ଟ ହୋଇଥିବା ବ୍ୟକ୍ତି ଙ୍କୁ ଶୁଖିଲା ଖାଦ୍ୟ ସହ ଜରି ପାଲ ଗୋଟିଏ ଦେଇଥିବା ରାଜସ୍ୱ ବିଭାଗ ଓ ବ୍ଲକ ପ୍ରଶାସନ ମିଳିତ ଉଦ୍ୟମରେ ବ୍ଲକ ପ୍ରଶାସନ ତରଫରୁ ପ୍ରଦାନ କରିଥିବା ଆର ଆଇ ବେହେରା କହିଛନ୍ତି ।
