ଉମରକୋଟରେ ବ୍ଲକ ସ୍ତରୀୟ ଶ୍ରୀମଦ ଭଗବତ ଗୀତା ଆବୃତ୍ତି ପ୍ରତିଯୋଗୀତା….
ଉମରକୋଟ:-(ଏମ୍.ଦୀନା°ଶୁ ଆଚାରୀ) ପ୍ରଜ୍ଞାନ ମିଶନ, ଉମରକୋଟ ତରଫରୁ ଉମରକୋଟ ସରସ୍ଵତୀ ଶିଶୁ ବିଦ୍ୟାମନ୍ଦିର ପରିସର ମଧ୍ୟରେ ବ୍ଲକ-ସ୍ତରୀୟ ଶ୍ରୀମଦ ଭାଗବତ ଗୀତା ଆବୃତ୍ତି ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି | ଏଥିରେ ଉମରକୋଟ ବ୍ଳକର ବିଭିନ୍ନ ବିଦ୍ୟାଳୟ ଛାତ୍ରଛାତ୍ରୀ ବୃନ୍ଦ ଅଂଶଗ୍ରହଣ କରିଥିଲେ। ଏଥିରେ ମୁଖ୍ୟଅତିଥି ରୂପେ ଯୋଗଦେଇଥିଲେ ମନ୍ତ୍ରୀ ଙ୍କ ପ୍ରତିନିଧି ଅଶୋକ କୁମାର ପାଢୀ, ସମ୍ମାନିତ ଅତିଥି ରୂପେ ସାଂସଦ ପ୍ରତିନିଧି ଶ୍ରୀ ରାମକୃଷ୍ଣ ନାୟକ, ଶ୍ରୀ ରଞ୍ଜିତ ମଣ୍ଡଳ, ଶ୍ରୀ ଶଚିଦାନନ୍ଦ ମହାପାତ୍ର, ଶ୍ରୀ ଭାସ୍କର ଚନ୍ଦ୍ର ମହାପାତ୍ର, ପ୍ରଧାନ ଆଚାର୍ଯ୍ୟ ଓ ବିଜୁ ପଟ୍ଟନାୟକ ମହିଳା ମହାବିଦ୍ୟାଳୟ ର ଅଧ୍ୟକ୍ଷା,ଶ୍ରୀମତୀ ନମିତା ମହାପାତ୍ର, ଯୋଗଦେଇଥିଲେ। ପ୍ରଜ୍ଞାନ ମିଶନର ଜିଲ୍ଲା ସଂଯୋଜକ ଶ୍ରୀ ସୁନୀଲ କୁମାର ବେହେରା ସଭାପତିତ୍ୱ କରିଥିଲେ । କାର୍ଯ୍ୟକ୍ରମର ସୁପରିଚାଳନା କରିଥିଲେ ପ୍ରଖଣ୍ଡ ସଂଯୋଜକ ଶ୍ରୀ ସମୀର କୁମାର ପ୍ରଧାନ ଓ ଶ୍ରୀ ଅଜିତ ସ୍ୱାଇଁ, ଏସବୁ କାର୍ଯ୍ୟ ରେ ପ୍ରମୁଖ ସହଯୋଗୀ ଥିଲେ, ବିଶ୍ୱ ହିନ୍ଦୁ ପରିଷଦର ଶ୍ରୀ ଅଶୋକ ପାତ୍ର, ସଞ୍ଜୟ ପାତ୍ର, ଶ୍ରୀ ରମେଶ ଦୋରା, ଶ୍ରୀ ଗୌରାଙ୍ଗ ଘରାମୀ, ନୂତନ ଭାରତ ସଂଗଠନ ସମ୍ପାଦକ ଶ୍ରୀ ସୌମେନ୍ଦ୍ର ଦାସ, ଶ୍ରୀ ବାବୁରାମ ସାହୁ, ସଚିନ ସଦା ଗୋପାଳନ ଦାସ । “କ” ବିଭାଗ ରେ ପ୍ରଥମ ସ୍ଥାନ ଅଧିକାର କଲେ, ହରପ୍ରସାଦ ଦଳେଇ, ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିର ଉମରକୋଟ, ଦ୍ୱିତୀୟ ସ୍ଥାନ- କୁସୁମା ଗୌଡ଼, ଦଣ୍ଡକାରଣ୍ୟ ଆଦର୍ଶ ବିଦ୍ୟାଳୟ, ଓ ତୃତୀୟ ସ୍ଥାନ ରେ ବିଜୟଲଷ୍ମୀ ସାହୁ, ସରକାରୀ ଉଚ୍ଚ ବିଦ୍ୟାଳୟ, ରାଜପୁର । “ଖ” ବିଭାଗ ରେ ପ୍ରଥମ ସ୍ଥାନ ରେ ସୁଲଗ୍ନା ନାୟକ, ଦଣ୍ଡକାରଣ୍ୟ ଆଦର୍ଶ ବିଦ୍ୟାଳୟ ଦ୍ୱିତୀୟ ସ୍ଥାନ ରେ ଅନନ୍ତ ତ୍ରିପାଠୀ, ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିର ଓ ତୃତୀୟ ସ୍ଥାନ ରେ ଶ୍ରେୟା ରାୟ । “ଗ” ବିଭାଗ ରେ ପ୍ରଥମ ସ୍ଥାନରେ ଲୋପାମୁଦ୍ରା ନାୟକ, ଦଣ୍ଡକାରଣ୍ୟ ଆଦର୍ଶ ବିଦ୍ୟାଳୟ, ଦ୍ୱିତୀୟ ସ୍ଥାନରେ ସିଦ୍ଧାର୍ଥ ପାଣିଗ୍ରାହୀ, ଶ୍ରୀ କଳିଙ୍ଗ ବିଦ୍ୟାପୀଠ, ତୃତୀୟ ରେ ଆଦିତ୍ୟ କୁମାର ସାହୁ, ଓଡ଼ିଶା ଆଦର୍ଶ ବିଦ୍ୟାଳୟ, ଉମରକୋଟ ଓ ଶୁଭମ ନନ୍ଦ, ଏସ. ଏ. ଏସ.ବାଲ ମନ୍ଦିର, ଉମରକୋଟ ।
