April 29, 2026

ବାତ୍ୟା ମୋନ୍ଥା ର ସଫଳ ମୁକାବିଲାକୁ ନେଇ ଗଞ୍ଜାମ ଜିଲ୍ଲାବାସଙ୍କୁ ଧନ୍ୟବାଦ ଜଣାଇଲେ ଗଞ୍ଜାମ ଜିଲ୍ଲାପାଳ 

IMG-20251029-WA0032
Share

ଛତ୍ରପୁରତା୨୯/୧୦/୨୫(ଅରୁଣ କୁମାର ପଣ୍ଡା)ବାତ୍ୟା ମୋନ୍ଥା ଙ୍କୁ ନେଇ ଗତ ୨୫ ତାରିଖରୁ ଲଗାତାର ଭାବେ ଗଞ୍ଜାମ ଜିଲ୍ଲାପାଳ ଭି. କୀର୍ତ୍ତିଭାସନ୍ ଗଞ୍ଜାମବାସୀଙ୍କୁ ସଚେତନା ବାର୍ତ୍ତା ଦେଇ ଆସୁଥିଲେ l ତାହାକୁ ମଧ୍ୟ ଗଞ୍ଜାମବାସୀ ଅନୁପାଳନ କରିଥିଲେ l ଯାହା ଫଳରେ ବାତ୍ୟା ମୋନ୍ଥା ର ଆଂଶିକ ପ୍ରଭାବରେ ଗଞ୍ଜାମରେ ବିଶେଷ ଭାବରେ କୌଣସି କ୍ଷୟକ୍ଷତି ହୋଇନି l ତେଣୁ ଜିଲ୍ଲାପାଳ ଗଞ୍ଜାମ ଜିଲ୍ଲାବାସୀଙ୍କୁ ଧନ୍ୟବାଦ ଜଣାଇଛନ୍ତି l ତାହା ସହିତ ଆଜି ଗଞ୍ଜାମ ଜିଲ୍ଲାର ସମସ୍ତ ଅଧିକାରୀଙ୍କ ସହ ଭିସି ମାଧ୍ୟମରେ ବୈଠକ କରିଥିଲେ ଗଞ୍ଜାମ ଜିଲ୍ଲା ର ବିଭିନ୍ନ ବ୍ଲକ ରେ ବାତ୍ୟା ଜନିତ କ୍ଷୟ କ୍ଷତି ଠିକ ଭାବେ ଆକଳନ କରି ତୁରନ୍ତ କ୍ଷୟ କ୍ଷତି ରିପୋର୍ଟ ପ୍ରଦାନ କରିବା ପାଇଁ ଗଞ୍ଜାମ ଜିଲ୍ଲାପାଳ ଭି.କୀର୍ତ୍ତିଭାସନ୍ ନିର୍ଦ୍ଦେଶ ଦେଇଛନ୍ତି।