April 29, 2026

ଗୋଷାଣୀ ବ୍ଲକ ଉପଲଡା ଗ୍ରାମରେ ଥିବା  ଟାଗୋର ମେମୋରିଆଲ ଉଚ୍ଚବିଦ୍ୟାଳୟ ପରିଦର୍ଶନ କଲେ ପାରଳାଖେମୁଣ୍ଡି ବିଧାୟକ 

IMG-20240929-WA0025
Share

 

 

ପାରଳାଖେମୁଣ୍ଡି:୨୯/୯(ଗରୁଡ଼ ଧ୍ଵଜ ଚୌଧୁରୀ)ଗଜପତି ଜିଲ୍ଲା ଗୋଷାଣି ବ୍ଲକ ଅନ୍ତର୍ଗତ ଉପଲଡା ଗ୍ରାମରେ ଥିବା ସରକାରୀ ଟାଗୋର ମେମୋରିଆଲ ଉଚ୍ଚ ବିଦ୍ୟାଳୟର ୧୦୦ ଶଯ୍ୟା ବିଶିଷ୍ଟ ଛାତ୍ରନିବାସକୁ ଅଚାନକ ଗସ୍ତ କରିଥିଲେ ପାରଳାଖେମୁଣ୍ଡି ବିଧାୟକ ଇଂ.ରୂପେଶ କୁମାର ପାଣିଗ୍ରାହୀ ଏବଂ ଗଜପତି ଜିଲ୍ଲାପରିଷଦ ଅଧ୍ୟକ୍ଷ ଜି. ତିରୁପତି ରାଓ ପ୍ରମୁଖ । ବିଧାକ ଓ ଜିଲ୍ଲାପରିଷଦ ଅଧ୍ୟକ୍ଷଙ୍କ ସହ ଗୋଷାଣି ବ୍ଲକ ଅଧ୍ୟକ୍ଷ ଏନ୍.ବୀରରାଜୁ, ଆରଏମସି ସଭାପତି ଏସ୍. ଗଜପତି ରାଓ, ଜିଲ୍ଲାପରିଷଦ ସଭ୍ୟ ଏସ୍.ବାଲାରାଜୁ ପ୍ରମୁଖ ମଧ୍ୟ ପରିଦର୍ଶନ ସମୟରେ ଉପସ୍ଥିତଥିଲେ । ପ୍ରକାଶ ଯେ, ଏହି ଛାତ୍ରନିବାସ ବ୍ୟାପକ ଅବ୍ୟବସ୍ଥାରେ ରହିଲା । ବିଧାୟକ ଏବଂ ତାଙ୍କ ଟିମ୍ ଏହି ପରିଦର୍ଶନ ସମୟରେ ହୋଷ୍ଟେଲର ଛାତ୍ରମାନେ ଶୋଉଥିବା ଶଯ୍ୟା କକ୍ଷ, ଶୌଚାଳୟ, ସ୍ନାନାଗାର, ସଫେଇ ଆଦିର ନିରୀକ୍ଷଣ କରିଥିଲେ । ନିରୀକ୍ଷଣ ବେଳେ ଅବ୍ୟବସ୍ଥାକୁ ଦେଖି ବିଦ୍ୟାଳୟର ପ୍ରଧାନ ଶିକ୍ଷୟତ୍ରୀ ପି.ଭାରତୀଙ୍କୁ ତୁରନ୍ତ ସମସ୍ତ ବ୍ୟବସ୍ଥା କରିବା ପାଇଁ ପରାମର୍ଶ ଦେଇଥିଲେ ।