April 30, 2026

ଉମରକୋଟ ରେ ଅଜଣା ଗାଡ଼ି ଧକ୍କାରେ ଯୁବକ ଗୁରୁତର……

IMG-20240829-WA0015
Share

 

ଉମରକୋଟ:-(ଏମ୍.ଦିନା°ଶୁ ଆଚାରୀ ) ଅଜଣା ଗାଡ଼ି ଧକ୍କାରେ ଜଣେ ଯୁବକ ଗୁରୁତର ହୋଇଥିବା ଖବର ସାମ୍ନା କୁ ଆସିଛି । ଏଭଳି ଏକ ଘଟଣା ଦେଖିବାକୁ ମିଳିଛି ନବରଙ୍ଗପୁର ଜିଲ୍ଲା ଉମରକୋଟ ଥାନା ଆଦିବାସୀ ଖାଣ୍ଡା ଗ୍ରାମ ନିକଟରେ। ଗୁରୁତର ଯୁବକ ଜଣକ ହେଲେ ଉମରକୋଟ ବ୍ଲକ ଅନ୍ତର୍ଗତ ଭାମିନି ପଞ୍ଚାୟତ କୁମ୍ବି ବେଡା ଗ୍ରାମର ରାଜୁ କଲାର(40)। ମିଳିଥିବା ସୂଚନା ଅନୁସାରେ ରାଜୁ ଖାଣ୍ଡା ନିକଟରେ ରାସ୍ତାରେ ଗୁରୁତର ଅବସ୍ଥାରେ ପଡ଼ିଥିବା କିଛି ଲୋକ ଦେଖି ଆମ୍ବୁଲାନ୍ସ କୁ ଫୋନ୍ କରିଥିଲେ। ରାଜୁକୁ ଗୁରୁତର ଅବସ୍ଥାରେ ଉଦ୍ଧାର କରି ଆମ୍ବୁଲାନ୍ସ ଯୋଗେ ଉମରକୋଟ ଉପଖଣ୍ଡ ଚିକିତ୍ସାଳୟକୁ ପଠାଇଥିଲେ। ରାଜୁ ଙ୍କ ମୁଣ୍ଡରେ ଗଭୀର ଆଘାତ ଲାଗିଛି।ରାଜୁ କେଉଁଆଡେ ଆସିଥିଲେ କେଉଁଆଡେ ଯାଉଥିଲେ ତାହାର ସଠିକ ଖବର କିଛି ମିଳୁନାହିଁ।ଖବର ପାଇ ପରିବାର ଲୋକେ ଡାକ୍ତରଖାନାରେ ପହଞ୍ଚି ଥିଲେ। ପ୍ରାଥମିକ ଚିକିତ୍ସା ପରେ ରାଜୁଙ୍କ ଅବସ୍ଥା ଗୁରୁତର ହେବାରୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତରିତ କରାଯାଇଥିଲା।