ଷଡଙ୍ଗ ଆଞ୍ଚଳିକ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଦ୍ବାରା ପରିବେଶ ସୁରକ୍ଷା ନିମନ୍ତେ ଚାରା ରୋପଣ କାର୍ଯ୍ୟକ୍ରମ
ଷଡଙ୍ଗ ଆଞ୍ଚଳିକ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଦ୍ବାରା ପରିବେଶ ସୁରକ୍ଷା ନିମନ୍ତେ ଚାରା ରୋପଣ କାର୍ଯ୍ୟକ୍ରମ
ହାଟଡିହି,୨୯/୮: ହାଟଡିହି ବ୍ଲକ ଷଡଙ୍ଗ ଆଞ୍ଚଳିକ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ଭାରତ ସରକାରଙ୍କ ପରିବେଶ ସୁରକ୍ଷା ଓ ସଚେତନ ପାଇଁ ଆୟୋଜିତ “ଝିଅଟିଏ ଓ ଗଛଟିଏ” କାର୍ଯ୍ୟକ୍ରମ ଅନୁଯାୟୀ ବିଦ୍ୟାଳୟ ରେ ଏକାଦଶ ଓ ଦ୍ଵାଦଶ ଶ୍ରେଣୀ ର ଛାତ୍ର ଛାତ୍ରୀ ମାନଙ୍କ ଦ୍ଵାରା ବିଦ୍ୟାଳୟ ର ଅଧ୍ୟକ୍ଷ ସୁବ୍ରତ କୁମାର ନାୟକ ଅଧ୍ୟକ୍ଷତା ରେ ଓ ସଂଯୋଜିକା ରାଜନୀତି ବିଜ୍ଞାନ ଅଧ୍ୟାପିକା ପୁଷ୍ପିତା ପହି ଙ୍କ ସଂଯୋଜନା ରେ ବିଦ୍ୟାଳୟ ପରିସରରେ ଗତକାଲି ୨୯/୮/୨୦୨୩ ମଙ୍ଗଳବାର ଦିନ ଅନୁଷ୍ଠିତ ହୋଇଯାଇଅଛି। ଏହି କାର୍ଯ୍ୟକ୍ରମରେ ଏକ ଶହ ଫଳ ଚାରା ଛାତ୍ର ଓ ଛାତ୍ରୀ ମାନଙ୍କ ଦ୍ଵାରା ରୋପଣ କରାଯାଇଛି। ଏହି କାର୍ଯ୍ୟକ୍ରମ ବିଦ୍ୟାଳୟ ର ଅଧ୍ୟାପକ ଦୁର୍ଯ୍ୟୋଧନ ସାହୁ,ଅନାଥ ଚରଣ ସେଠୀ,ଅତୁଲ କୁମାର ଯେନା, ଆଲୋକ ଭୋଇ, ଅଧ୍ୟାପିକା ସ୍ୱାଗତିକା ମହାନ୍ତି ତଥା ଅନ୍ୟ କର୍ମଚାରୀ ବିଷ୍ଣୁ ଚରଣ ମହାରଣା,ତ୍ରିଲୋଚନ ରାଉଳ,ରାଧାଶ୍ୟାମ ସା ଓ ରବି ନରାୟଣ ବଳ ଆଦି ସହଯୋଗ କରିବା ସହ ପରିବେଶ ସୁରକ୍ଷା ମାନବ ସଭ୍ୟତା ପାଇଁ କିପରି ନିତ୍ୟାନ୍ତ ଆବଶ୍ୟକ ତାହା ପିଲାମାନଙ୍କୁ ବୁଝାଇଥିଲେ।
ସୋମେଶ ପରିଡ଼ା ଙ୍କ ରିପୋର୍ଟ୍ ହାଟଡିହି ରୁ