May 10, 2026

ଝାଙ୍କରପାଲି ଲୁଚକିବନ୍ଧ ଠାରେ ହାତୀଙ୍କ ଜଳ କ୍ରୀଡା 

IMG-20250429-WA0000
Share

 

ସମ୍ବଲପୁର, (ରାଜାରାମ ଷଡ଼ଙ୍ଗୀ): ଯୁଯୋମୁରା ବ୍ଲକ୍ ଅନ୍ତର୍ଗତ ଝାଙ୍କରପାଲି ଠାରେ ଥିବା ଲୁଚକିବନ୍ଧ ଠାରେ ଆଜି ସଂଧ୍ୟା ୫,୩୦ ସମୟରେ ବଣୁଆ ହାତୀଙ୍କ ଜଳ କ୍ରୀଡା କରୁଥିବା ଦେଖିବାକୁ ମିଳିଥିଲା।ଏମାନଙ୍କ ମଧ୍ୟରେ ପିଲା ଛୁଆ ମିଶି ୧୦ରୁ ଅଧିକ ହାତୀ ରହିଥିବା ଦୃଷ୍ଟି ଗୋଚର ହୋଇଥିଲା।

 

ସମଗ୍ର ଜିଲ୍ଲାରେ ଝାଙ୍କରପାଲି ଗ୍ରାମପଞ୍ଚାୟତ ଏକ ବଣୁଆ ହାତୀ ଉପଦ୍ରବ ଅଞ୍ଚଳ ଭାବରେ ବେଶ ପରିଚିତି। ତେବେ ଆଜି ଝାଙ୍କରପାଲି ଠାରେ ଥିବା ଲୁଚକିବନ୍ଧ ଠାରେ ବଣୁଆ ହାତୀପଲ ଥିବା ଦେଖିବା ପରେ ଗ୍ରାମବାସୀଙ୍କ ମଧ୍ୟରେ ପୁଣି ଭୟର ବାତାବରଣ ସୃଷ୍ଟି ହୋଇଛି।ଗ୍ରାମବାସୀ ବନ ବିଭାଗକୁ ଖବର ଦେବା ପରେ ହାତୀ ପଲଙ୍କୁ ଘଉଡ଼ାଇବାକୁ ଚେଷ୍ଟା କରିଥିଲେ ବି ବହୁ କଷ୍ଟରେ ହାତୀ ବନ୍ଧ ଛାଡି ପୁଣି ଜଙ୍ଗଲ ମୁହାଁ ହୋଇଛନ୍ତି। ଜଙ୍ଗଳରେ ହାତୀଙ୍କ ପାଇଁ ଖାଦ୍ୟ ଓ ଜଳର ତୀବ୍ର ଅଭାବ ଯୋଗୁଁ ବଣୁଆ ହାତୀ ସବୁ ଗାଁ ମୁହାଁ ହୋଇ ଏବେ ଜୁଯୋମୁରା ବ୍ଲକର ଝାଙ୍କରପାଲି ସହିତ କଂସର, ଛାମୁଣ୍ଡା, ଡ଼ଙ୍ଗରପଡା, ଘେନୁପାଲି, ବାହାମ, କବରାପାଲି, ନୁଆଁବରଙ୍ଗାମାଲ, ଗଡ଼ଲୁଇସିଂ, ଲିପିଣ୍ଡା, କେଶାପାଲି, ଜୁଯୋମୁରା, ଲିପିଣ୍ଡା ପଞ୍ଚାୟତ ଅଞ୍ଚଳରେ ନିଜର ଉପସ୍ଥିତି ଜାହିର କରି ଆସୁଥିଲେ ମଧ୍ୟ୍ୟ ବନ ବିଭାଗ ହାତୀ ପ୍ରତିକାର ବ୍ୟବସ୍ଥାରେ ଫେଲ ମାରିଛି। ଫଳରେ ହାତୀ ବିତ୍ପାତରେ ଅନେକ ଚାଷୀ ନିଜ ଚାଷ ବେଉସାରୁ ମୁହଁ ଫେରାଇ ନେଲେଣି। ଏହା ଲାଗି ରହିଲେ ଜୁଯୋମୁରା ବ୍ଲକ ଚାଷ ଶୂନ୍ୟ ବ୍ଲକରେ ପରିଣତ ହେବା ଆଶଙ୍କା ରହୁ ଛି।