May 10, 2026

ମୃତକ ପର୍ଯ୍ୟଟକଙ୍କ ଆତ୍ମାର ସଦଗତି ପାଇଁ ବୋଲଗଡ଼ରେ ମହମବତୀ ଶୋଭାଯାତ୍ରା। 

IMG-20250428-WA0062
Share

ବୋଲଗଡ଼,୨୮/୦୪(ଉପାନ୍ତ ଖବର ):ପାଞ୍ଚଗଡ଼ ସୃଜନଶୀଳ ସମିତି ଆନୁକୂଲ୍ୟରେ ସଭାପତି ପ୍ରମୋଦ କୁମାର ସ୍ୱାଇଁ ଓ ସମ୍ପାଦକ ସମ୍ବିତ କେଦାର କରଙ୍କ ମିଳିତ ଆବାହାକତ୍ୱରେ ଜାମ୍ମୁ -କାଶ୍ମୀରର ପହଲଗାଓଁଠାରେ ଆତଙ୍କବାଦୀଙ୍କ ଆକ୍ରମଣରେ ଗତ ୨୨ତାରିଖରେ ମୃତ୍ୟୁବରଣ କରିଥିବା ପର୍ଯ୍ୟଟକମାନଙ୍କ ଅମର ଆତ୍ମର ସଦଗତି ନିମନ୍ତେ ସୋମବାର ସନ୍ଧ୍ୟା ୬ଘଟିକାରେ ବୋଲଗଡ଼ ଜଗନ୍ନାଥ ମନ୍ଦିରରେ ନୀରବ ପ୍ରାର୍ଥନା କରାଯାଇ ମହମବତୀ ଶୋଭାଯାତ୍ରା କରାଯାଇଥିଲା। ଉକ୍ତ କାର୍ଯ୍ୟକ୍ରମ କୁ ରବୀନ୍ଦ୍ର ପରିଡା ଉଦ୍ଘାଟନ କରିଥିଲେ।ସଭାପତି ଶ୍ରୀ ସ୍ବାଇଁ ଙ୍କ ପୌରହିତରେ ଅନୁଷ୍ଠିତ ଉକ୍ତ ସ୍ମୃତି ଚାରଣ ସଭା ରେ ପ୍ରାକ୍ତନ ବୋଲଗଡ଼ ମଣ୍ଡଳ ସଂଯୋଜକ ପଦ୍ମଚରଣ ବେହେରା , ଗୋପୀନାଥ ଖାଡଙ୍ଗା, ରବୀନ୍ଦ୍ର ସାମନ୍ତରାୟ, ଭକ୍ତ ବଲ୍ଲଭ ପଟ୍ଟନାୟକ, ବାମଦେବ ଜେନା ପ୍ରମୁଖ ଉପସ୍ଥିତ ଥିଲେ।

ସୃଜନଶୀଳ ସମିତିର ସଭ୍ୟ, ବୋଲଗଡ଼ ଉନ୍ନୟନ ପରିଷଦ,ଗଣେଶ ବଜାରର ବଣିକ ସଂଘ,ସ୍ଥାନୀୟ ସରପଞ୍ଚଙ୍କ ପ୍ରତିନିଧି, ସମିତିସଭ୍ୟାଙ୍କ ପ୍ରତିନିଧି, ଓ ବୁଦ୍ଧିଜୀବୀ, ଶିକ୍ଷା ବିଭାଗର କର୍ମଚାରୀ,ବରିଷ୍ଠ ନାଗରିକ ମଞ୍ଚ ର କର୍ମକର୍ତ୍ତା ମାନେ ସାମିଲ ହୋଇଥିଲେ।ଜାମୁକାଶ୍ମୀର ପହଲଗାଁଓ ଜିଲ୍ଲା ଅନ୍ତର୍ଗତ ପର୍ଯ୍ୟଟନ ସ୍ଥଳ ବୈସରନରେ ଘଟିଥିବା ଆତଙ୍କବାଦୀଙ୍କ ବର୍ବରୋଚିତ ଅମାନୁଷିକ ଆକ୍ରମଣ କୁ ସଭାରେ ନିନ୍ଦା କରାଯାଇଥିଲା।ପରିଶେଷରେ ଶିକ୍ଷକ ବିଶ୍ୱଜିତ ସରୋଜ କୁମାର ସମସ୍ତ ଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ।

 

ରିପୋର୍ଟ-ସୁଶାନ୍ତ କୁମାର ପ୍ରଧାନ।