April 26, 2026

ବସରେ ଆସୁଥିବା ଯାତ୍ରୀଙ୍କ ମୃତ୍ୟୁ, କାରଣ ଅସ୍ପଷ୍ଟ 

hand
Share

 

ବୁଗୁଡା : ତା ୨୯/୦୩/୨୬ : ଭୁବନେଶ୍ବରରୁ ଭାୟା ବୁଗୁଡା ଦେଇ ବଡଗଡକୁ ଯାଉଥିବା ଚକାଡ଼ୋଳା ନାମକ ଏକ ଯାତ୍ରୀବାହୀ ବସରେ ଆସୁଥିବା ଜନୈକ ଯାତ୍ରୀ ବାଟରେ ମୃତ୍ୟୁ ବରଣ କରିଥିବା ଜଣାଯାଇଛି। ମୃତକ ଜଣକ ହେଲେ ବେଲଗୁଣ୍ଠା ଥାନା ଅନ୍ତର୍ଗତ ଅଢେଇ ବରଗାଁର ରବିନ୍ଦ୍ର ଦଳେଇ(୬୫) । ଏ ନେଇ ପୋଲିସ କେସ୍ ନଂ ୧୦/୨୬ରେ ଏକ ଅପମୃତ୍ୟୁ ମାମଲା ରୁଜୁ କରିଥିବା ଜଣାଯାଇଛି ଆଇଆଇସି ସୀତାଂଶୁ ଶେଖର ମାନ୍ଧାତାଙ୍କଠାରୁ ପ୍ରକାଶ ପାଇଛି। ପ୍ରକାଶ ଯେ, ଆଜି ରବିନ୍ଦ୍ର ଭୁବନେଶ୍ବରରୁ ଚକାଡୋଳା ବସରେ ତାଙ୍କର ଗାଁକୁ ଫେରୁଥିଲେ। ବୁଗୁଡା ନିକଟସ୍ଥ ବି.କରଡ଼ାବାଡ଼ି ଗାଁରେ ରବିନ୍ଦ୍ରଙ୍କ ପାଖ ସିଟରେ ବସିଥିବା ଲୋକ ଜଣକ ତାଙ୍କୁ କହିକରି ଓହ୍ଲାଇବା ବେଳେ ସେ ଶୁଣିନଥିଲେ। ଏହାର କିଛି ସମୟ ପରେ ସେ ଠିକ୍ ଭାବେ ନବସି ଢଳି ପଡୁଥିଲେ। ତେବେ ବୁଗୁଡା ମେଡିକାଲ ଛକରେ ଗାଡି ରଖି ତାଙ୍କୁ ମେଡିକାଲକୁ ଅଣାଯାଇଥିଲା। ସେଠାରେ ଡ଼ାକ୍ତର ପରୀକ୍ଷା ନିରୀକ୍ଷା କରି ତାଙ୍କୁ ମୃତ ଘୋଷଣା କରିଥିଲେ। ଏ ଖବର ପାଇ ମେଡିକାଲରେ ପୋଲିସ ପହଞ୍ଚି ଶବକୁ ଜବତ କରି ବ୍ଯବଛେଦର ବ୍ଯବସ୍ଥା କରିଥିବା ବେଳେ ମୃତ୍ଯୁର କାରଣ ଅସ୍ପଷ୍ଟ ରହିଥିବା ଜଣାଯାଇଛି।