May 14, 2026

ଜମି ବିବାଦକୁ ନେଇ ଜିଲ୍ଲାପାଳଙ୍କ ଦ୍ୱାରସ୍ଥ ହେଲେ ଡାକ୍ତର ବାଂଜରୀ ଗ୍ରାମର ଆଦିବାସୀ

IMG-20250329-WA0023
Share

 

 

ପାରଳାଖେମୁଣ୍ଡି:୨୯/୩(ଗରୁଡ଼ ଧ୍ଵଜ ଚୌଧୁରୀ): ଗଜପତି ଜିଲ୍ଲା ଗୋଷାଣି ବ୍ଲକ ଅନ୍ତର୍ଗତ ପର୍ଶୁରାମପୁର ମୌଜାର ଡାକ୍ତରବାଂଜରୀ ଗ୍ରାମର ଆଦିବାସୀ ସଂଗଠିତ ହୋଇ ସେମାନେ ଚାଷ କରୁଥିବା ଜମିର ଅଧିଗ୍ରହଣ ପାଇଁ ଜିଲ୍ଲାପାଳଙ୍କ ନିକଟରେ ଦାବୀ ଜଣାଇଛନ୍ତି।ସେମାନଂକ ଦାବୀହେଲା ୩ ପୁରୁଷ ଧରି ମାଟୁରୁ କ୍ରିଷ୍ଣାମୁର୍ତ୍ତିଂକ ଜମିକୁ ଚାଷ କରୁଥିଲେ।ତାର ପ୍ରାପ୍ୟ ମଧ୍ୟ ନିୟମିତ ପଇଠ କରୁଥିଲେ।ତାଂକର ମ୍ରୁତ୍ୟୁପରେ ମାଟୁରୁ ମାଧବ ଏହି ଜମିକୁ ନିଜ ନାମରେ ରଖି ବର୍ତ୍ତମାନ ବ୍ରହ୍ମପୁରର ଜମିମାଫିଆ ଗୋଷ୍ଠୀଂକୁ ରେଭିନ୍ୟୁ ଇନସ୍ପେକ୍ଟରଂକ ସହ ସଲାସୁତୁରା କରି ସେମାନଙ୍କ ଅଧିକାରରୁ ବଂଚିତ କରିବାପାଇଁ ଚେଷ୍ଟା କରୁଛନ୍ତି।ତେଣୁ ସେମାନେ ଏହି ୫୨ ଏକର ପରିମିତ ଜମିର ଅଧିକାରକୁ ବଂଚିତ ନକରିବାକୁ ଜିଲ୍ଲାପାଳଙ୍କ ନିକଟରେ ଦାବୀ କରିଛନ୍ତି।ଏହାର ନକଲ ଗଜପତି ଅଧୀକ୍ଷକ,ଅତିରିକ୍ତ ଜିଲ୍ଲାପାଳ, ପାରଳାଖେମୁଣ୍ଡି ଆଦର୍ଶ ଥାନାର ଅଧିକାରୀଂକୁ ଜଣାଇଛନ୍ତି।