September 22, 2026

ବାସେଳୀସାହି ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ର ବାର୍ଷିକ ଉର୍ତ୍ସବ ଅନୁଷ୍ଠିତ l

IMG-20250329-WA0028
Share

ଆଜି ପୁରୀ ପୌରାଞ୍ଚଳ ବାସେଳୀସାହି ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ବାର୍ଷିକ ଉର୍ତ୍ସବ ମହାଡ଼ମ୍ବରରେ ପାଳିତ ହୋଇଯାଇଛି l ଏହି କାର୍ଯ୍ୟକ୍ରମକୁ ବିଦ୍ୟାଳୟର ପ୍ରଧାନଶିକ୍ଷକ ପତିତପାବନ ଜଗଦେବଙ୍କ ସଭାପତିତ୍ୱ ରେ ମୁଖ୍ୟ ଅତିଥିଭାବେ ପୁରୀ ସଦର ପୂର୍ବତନ ବିଧାୟକ ଜୟନ୍ତ କୁମାର ଷଡ଼ଙ୍ଗୀ, ଅଧକ୍ଷ ସୌମେନ୍ଦ୍ର ମୁଦୁଲି, ସମ୍ମାନିତ ଅତିଥିଭାବେ ୨୨ନମ୍ବର ୱାର୍ଡ ପୂର୍ବତନ ୱାର୍ଡ ସଦସ୍ୟ ସୁଦର୍ଶନ ସାହୁ, ବିଜେପି ସିଂହଦ୍ୱାର ମଣ୍ଡଳ ସାଧାରଣ ସମ୍ପାଦକ ରଜନୀକାନ୍ତ ପଟ୍ଟନାୟକ, ବିଜେପି ନେତା ଅକ୍ଷୟ ମହାନ୍ତି, ଅର୍ବାନ ବ୍ୟାଙ୍କ ନିର୍ଦେଶକ ଅନିଲ କୁମାର ସାହୁ, ପୂର୍ବତନ ପ୍ରଧାନଶିକ୍ଷକ ବିଷ୍ଣୁଦତ୍ତ ମହାପାତ୍ର, ସିଆରସିସି ଉମାକାନ୍ତ ମହାପାତ୍ରଙ୍କ ସହିତ ବିଶିଷ୍ଟ ବ୍ୟକ୍ତିମାନେ ମଞ୍ଚାସିନ ହୋଇ ମହାପ୍ରଭୁଙ୍କ ନିକଟରେ ପ୍ରଦୀପ ପ୍ରଜ୍ୱଳନ କରି ସଭାକାର୍ଯ୍ୟ ଶୁଭାରମ୍ଭ କରିଥିଲେ l ଏହି ବାର୍ଷିକ ଉର୍ତ୍ସବରେ ଅତିଥିମାନଙ୍କ ଅଭିଭାଷଣ ପରେପରେ ବିଭିନ୍ନ ପ୍ରତିଯୋଗିତା ରେ କୃତିତ୍ୱ ଅର୍ଜନ କରିଥିବା ଛାତ୍ରଛାତ୍ରୀ ମାନଙ୍କୁ ପୁରସ୍କୃତ କରାଯାଇଥିଲା l ବିଦ୍ୟାଳୟ ର ବାକିଥିବା ଉନ୍ନତିମୂଳକ କାର୍ଯ୍ୟ ଗୁଡିକ ଖୁବଶୀଘ୍ର କରାଯିବ ବୋଲି ପୂର୍ବତନ ବିଧାୟକ ଜୟନ୍ତ କୁମାର ଷଡ଼ଙ୍ଗୀ ପ୍ରତିଶୃତି ଦେଇଥିଲେ l ପରେପରେ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା l

ପୁରୀରୁ ରମେଶ ସାହୁଙ୍କ ରିପୋର୍ଟ l