ହାଟଡିହି ବ୍ଲକର ଷଡଙ୍ଗ ଆଞ୍ଚଳିକ ମାଧ୍ୟମିକ ବିଦ୍ୟାଳୟରେ ସେବା ସଂକଳ୍ପ ଅଭିଯାନ ୨୦୨୬ ଅନୁଷ୍ଠିତ
ହାଟଡିହି ତା ୨୧/୦୯(ମନମୋହନ ନାୟକ) : କେନ୍ଦୁଝର ଜିଲ୍ଲା ର ହାଟଡିହି ବ୍ଲକର ଷଡଙ୍ଗ ଆଞ୍ଚଳିକ ମାଧ୍ୟମିକ ବିଦ୍ୟାଳୟରେ ସରକାରଙ୍କ ଦ୍ଵାରା ପ୍ରଯୋଜିତ “ସେବା ସଂକଳ୍ପ ଅଭିଯାନ ୨୦୨୬” ବିଦ୍ୟାଳୟ ର ଅଧ୍ୟକ୍ଷ ସୁବ୍ରତ କୁମାର ନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି. ଏହି କାର୍ଯ୍ୟକ୍ରମରେ ବିଦ୍ୟାଳୟର ନ ୨୦୨୬ ଓ ଦ୍ବାଦଶ ଶ୍ରେଣୀର ଛାତ୍ର ଛାତ୍ରୀ ମାନଙ୍କ ଦ୍ଵାରା ବିଦ୍ୟାଳୟ ଚତୁଃପାର୍ଶ୍ଵରେ ବୃକ୍ଷ ରୋପଣ କରାଯାଇଅଛି.ଏହି କାର୍ଯ୍ୟକ୍ରମରେ ବିଦ୍ୟାଳୟର ଅଧ୍ୟକ୍ଷ ଅନାଥ ଚରଣ ସେଠୀ, ଦୁର୍ଯ୍ଯୋଧନ ସାହୁ ,ଅତୁଲ ଚରଣ ଯେନା, ଆଲୋକ ଭୋଇ, ଅଧ୍ୟାପିକା ପୁଷ୍ପିତା ପହି, ସ୍ଵାଗତିକା ମହାନ୍ତି ଏବଂ ଅନ୍ୟାନ୍ୟ ସହକାରୀ କର୍ମଚାରୀ ତ୍ରିଲୋଚନ ରାଉଳ, ବିଷ୍ନୁ ଚରଣ ମହାରଣା, ରାଧାଶ୍ୟାମ ସା, ରବିନାରାୟଣ ବଳ ସହଯୋଗ କରିଥିଲେ. ପରିଶେଷରେ ଅଧ୍ୟାପକ ଓ ଅଧ୍ୟାପିକା ମାନେ ମଣିଷ ଜୀବନ ପାଇଁ ଗଛର ମୂଲ୍ୟ ବିଷୟରେ ଛାତ୍ରଛାତ୍ରୀ ମାନଙ୍କୁ ବୁଝାଇଥିଲେ.
