September 21, 2026

ଦଉଡି ଦଉଡି ନୟାନ୍ତ ହେଲେଣୀ, ମୂଳିସିଂହ ର ବିନୋଦ ନନ୍ଦୀ : କାମଦେଉନି ଜିଲ୍ଲାପାଳ ଙ୍କ ଜନଶୁଣାଣୀ କାର୍ଯ୍ୟକ୍ରମ

IMG-20260921-WA0075
Share

ତିର୍ତ୍ତୋଲ ତା 21/6/2026 ତିର୍ତ୍ତୋଲ ବ୍ଲକ, ମୂଳିସିଂହ ପଞ୍ଚାୟତ ର ସହରହାଟରେ ଏକ ଛୋଟବ୍ୟବସାୟ କେନ୍ଦ୍ର ଖୋଲି, ଜୀବିକା ଅର୍ଜ୍ଜନ କରୁଥିବା ବିନୋଦ କୁମାର ନନ୍ଦୀ, ଗତ ଅଗଷ୍ଟ ଆଠତାରିଖ ଦିନ ନିଜ ସ୍ତ୍ରୀ ଙ୍କ ସହିତ ଜଗତସିଂହପୁର ସଦର ମେଡିକାଲ କୁ ଚିକିତ୍ସାପାଇଁ ଯିବାବେଳେ, ନିଜର ବାଇକ କୁ ଗାଡିପାର୍କିଂ ସ୍ଥାନରେ ରଖି, ମେଡିକାଲ କାମସାରି ଫେରିଲାପରେ ତାଙ୍କ ଗାଡି ଟି ନପାଇବାରୁ ଜଗତସିଂହପୁର ଥାନାରେ ଲିଖିତ ଅଭିଯୋଗ କରିଥିଲେ, ବାରମ୍ବାର ଥାନାକୁ ଯାଇ ଯେତେ ଆପତ୍ତି ଅଭିଯୋଗ କଲେ ମଧ୍ୟ କୌଣସି ସୁଫଳ ମିଳିନଥିଲା l ତେଣୁ ଇତି ମଧ୍ୟରେ ରଘୁନାଥପୁର ବ୍ଲକ ରେ ଜିଲ୍ଲାପାଳ ଙ୍କ ଜନଶୁଣାଣୀ ଚାଲିଥିଲା ବେଳେ ସେ, ଗତ ସାତତାରିଖରେ, ନିର୍ଦ୍ଦରିତ ଫର୍ମ ରେ ଅଭିଯୋଗ କରିଥିଲେ l ମାତ୍ର ଚୋରିଯାଇଥିବା ଗାଡିର ଉଦ୍ଧାର, ହୋଇପାରିନଥିବାରୁ, ପୁନଃଶ୍ଚ ସେ ଗତ 21 ତାରିଖ ସୋମବାର ଦିନ ଜିଲ୍ଲାପାଳ ଙ୍କ କାର୍ଯ୍ୟାଳୟ ପରିସରରେ ଚାଲିଥିଲା ବେଳେ, ସସ୍ତ୍ରୀକ ଯାଇ, ସେଠାରେ ମଧ୍ୟ ନିର୍ଦ୍ଦାରିତ ଫର୍ମ ରେ ଲିଖିତ ଅଭିଯୋଗ କରିଥିଲେ l ଉଭୟ ଜନଶୁଣାଣୀ ରେ ଜିଲ୍ଲାପାଳ ତାହା ଗ୍ରହଣ କରି ଏସ ପି ଙ୍କ ନିକଟକୁ ପଠାଇଦେଇଥିଲେ l ମାତ୍ର ପ୍ରଶ୍ନଉଠୁଛି ବାରମ୍ବାର ମେଡିକାଲ କ୍ୟାମ୍ପସ ରୁ ଏପରି ଗାଡିଚୋରି ଘଟଣା ଲାଗିରହିଥିବା ବେଳେ, ପୋଲିସ ପ୍ରଶାସନ କରୁଛି କଣ ? ବିଶେଷ କରି , ଗାଡିଚୋରି ର ସି ସି ଟିଭି ଫୁଟେଜ ମଧ୍ୟ ବିନୋଦ ନନ୍ଦୀ, ଜଗତସିଂହପୁର ଥାନା ଅଧିକାରୀ ଙ୍କୁ ଦେଇଥିଲେ ମଧ୍ୟ ଆଜକୁ ଦୀର୍ଘ ଦେଢ଼ମାସ ବିତିଯାଇଥିଲେ ବି ଚୋରିଗାଡି ର ଉଦ୍ଧାର ନହେବା ଘଟଣା ପୋଲିସ ର ପରିବାପଣିଆ ଉପରେ ପ୍ରଶ୍ନବାଚୀ ସୃଷ୍ଟି କରିଛି l ଜଗତ୍ସିଂହପୁର ରୁ ଶରତ କୁମାର ଦାଶ ଙ୍କ ରିପୋର୍ଟ୍ ନ୍ୟୁଜ ଉପାନ୍ତ ଖବର