ସିପିଆଇ (ଏମଏଲ) ରେଡ୍ ଷ୍ଟାର୍ର ୧୩ତମ ପାର୍ଟି କଂଗ୍ରେସ ସଫଳତାର ସହ ସମ୍ପନ୍ନ!
*ସିପିଆଇ (ଏମଏଲ) ରେଡ୍ ଷ୍ଟାର୍ର ୧୩ତମ ପାର୍ଟି କଂଗ୍ରେସ ସଫଳତାର ସହ ସମ୍ପନ୍ନ!
*ଆରଏସଏସ ଫାସିବାଦକୁ ଉଚ୍ଛେଦ କରିବା ତତ୍କାଳ ଆହ୍ୱାନକୁ ପୂରଣ କରିବା ପାଇଁ ଜାଗ୍ରତ ହୁଅନ୍ତୁ!*
ରାୟଚୁର, ତା ୨୧/୦୯. ୧୬ ରୁ ୨୦ ସେପ୍ଟେମ୍ବର ୨୦୨୬ ପର୍ଯ୍ୟନ୍ତ ଐତିହାସିକ ସହର ରାଇଚୁରଠାରେ ଅନୁଷ୍ଠିତ ସିପିଆଇ (ଏମଏଲ) ରେଡ୍ ଷ୍ଟାର୍ର ୫-ଦିନିଆ ପାର୍ଟି କଂଗ୍ରେସରେ ୩୩ ଜଣିଆ କେନ୍ଦ୍ରୀୟ କମିଟି, ୧୩ ଜଣିଆ ପୋଲିଟ୍ ବ୍ୟୁରୋ ଏବଂ ୩ ଜଣିଆ କେନ୍ଦ୍ରୀୟ କଣ୍ଟ୍ରୋଲ କମିଶନ ନିର୍ବାଚିତ ହୋଇଛନ୍ତି। ୧୪ଟି ରାଜ୍ୟ ଏବଂ ବିଦେଶ କମିଟିର ପ୍ରାୟ ୨୫୦ ଜଣ ପ୍ରତିନିଧି, ନିରୀକ୍ଷକ ଏବଂ ବିଭିନ୍ନ ଦଳର ଭ୍ରାତୃପ୍ରତିମ ପ୍ରତିନିଧିମାନେ ଏହି କଂଗ୍ରେସରେ ଅଂଶଗ୍ରହଣ କରିଥିଲେ।
ଏହି ୧୩ତମ ପାର୍ଟି ମହାଧିବେଶନ ଏପରି ଏକ ଗୁରୁତ୍ୱପୂର୍ଣ୍ଣ ସମୟରେ ଅନୁଷ୍ଠିତ ହେଉଛି, ଯେତେବେଳେ ଆମେରିକା ନେତୃତ୍ୱାଧୀନ ସାମ୍ରାଜ୍ୟବାଦ ନିଜର ନଗ୍ନ ଆକ୍ରମଣ ଏବଂ ସୁଦୂର-ଦକ୍ଷିଣପନ୍ଥୀ କର୍ପୋରେଟ୍ବାଦ ମାଧ୍ୟମରେ ବିଶ୍ୱବାସୀଙ୍କ ବିରୋଧରେ ସବୁଠାରୁ ବଡ଼ ନୃଶଂସ ଅଭିଯାନ ଚଳାଇଛି। ପାଲେଷ୍ଟାଇନୀୟମାନଙ୍କ ଉପରେ ନରସଂହାର ରୀତିମତ ଚାଲୁରହିଛି, ଏହି ଭୟଙ୍କର ଅପରାଧର ସର୍ବଶେଷ ରୂପ ହେଉଛି ଇରାନ ଉପରେ ଚାଲିଥିବା ଆମେରିକା-ଜିଓନିଷ୍ଟ (ଆମେରିକା-ଇସ୍ରାଏଲ) ଆକ୍ରମଣ। ଅନ୍ୟପକ୍ଷରେ, ସାରା ବିଶ୍ୱରେ ଫାସିବାଦ ବୃଦ୍ଧି ପାଉଥିବା ବେଳେ, ଏହା ବିରୋଧରେ ଜନସାଧାରଣଙ୍କ ପ୍ରତିରୋଧ ମଧ୍ୟ ପ୍ରବଳ ହେବାରେ ଲାଗିଛି।
ବର୍ତମାନର ସବୁଠାରୁ ଜନବହୁଳ ଦେଶ ଭାରତ, ବିଶ୍ୱର ସବୁଠାରୁ ବଡ଼ ତଥା ଦୀର୍ଘଦିନରୁ ଚାଲିଆସୁଥିବା ଫାସିବାଦୀ ସଂଗଠନ ଆରଏସଏସର କବଜାରେ ରହିଛି। ଦେଶର ସମ୍ପତ୍ତି ଏବଂ ଜନସାଧାରଣଙ୍କ ଜୀବିକା ଆଦାନୀ-ଆମ୍ବାନୀ ଭଳି କର୍ପୋରେଟ୍ କୋଟିପତିମାନଙ୍କୁ ବିକ୍ରି କରାଯାଉଥିବା ବେଳେ, ପୋଲିସ, ସେନା, ନ୍ୟାୟପାଳିକା, ଶିକ୍ଷା ଏବଂ ସଂସ୍କୃତି ସହିତ ସମଗ୍ର ପ୍ରଶାସନ ଫାସିବାଦର ସାମଗ୍ରୀକ ନିୟନ୍ତ୍ରଣରେ ଅଛି। ମୁସଲମାନମାନଙ୍କୁ ସବୁଠାରୁ ବଡ଼ ଶତ୍ରୁ ଭାବରେ ଲକ୍ଷ୍ୟ କରାଯାଉଛି ଏବଂ ସେମାନଙ୍କୁ ଯୋଜନାବଦ୍ଧ ଭାବେ ନାଗରିକତା ଓ ନାଗରିକ ଅଧିକାରରୁ ବଞ୍ଚିତ କରାଯାଉଛି। ଆରଏସଏସ ମନୁସ୍ମୃତିକୁ ନିଜର ବୈଚାରିକ ଆଧାର ଭାବରେ ବ୍ୟବହାର କରି ବ୍ରାହ୍ମଣବାଦୀ ହିନ୍ଦୁ ରାଷ୍ଟ୍ର ଗଠନ ଦିଗରେ ଦ୍ରୁତ ଗତିରେ ଆଗେଇ ଚାଲିଥିବାରୁ ଦଳିତ ଏବଂ ମହିଳାମାନେ ଅତ୍ୟାଚାରର ଶିକାର ହେଉଛନ୍ତି।
ଏହି ପରିପ୍ରେକ୍ଷୀରେ, କଂଗ୍ରେସ ଦ୍ୱାରା ଗୃହୀତ କାର୍ଯ୍ୟକ୍ରମ ଓ ଅନ୍ୟାନ୍ୟ ମୌଳିକ ଦସ୍ତାବିଜରେ ଉଲ୍ଲେଖ କରାଯାଇଥିବା ଏବଂ ସାମ୍ରାଜ୍ୟବାଦ, ଫାସିବାଦ ଓ ଜାତି ଉଚ୍ଛେଦ ଉପରେ ଅନୁଷ୍ଠିତ ସେମିନାରରେ ଆଲୋଚନା କରାଯାଇଥିବା ଅନୁଯାୟୀ, ଦଳ ଆରଏସଏସ ଫାସିବାଦ ଏବଂ ଦେଶ ଉପରେ ସାମ୍ରାଜ୍ୟବାଦୀ-କର୍ପୋରେଟ୍ ପୁଞ୍ଜିର ପ୍ରଭାବ ବିରୋଧରେ ଜୋରଦାର ସଂଗ୍ରାମ କରିବାକୁ ସଂକଳ୍ପ ନେଇଛି।
ଭାରତର ବିଶେଷ ପରିପ୍ରେକ୍ଷୀରେ, ଯେଉଁଠାରେ ଫାସିବାଦର ବୈଚାରିକ ଏବଂ ଭୌତିକ ଆଧାର ହେଉଛି ଅତି ଅମାନୁଷିକ ଜାତି ପ୍ରଥା, ସିପିଆଇ (ଏମଏଲ) ରେଡ୍ ଷ୍ଟାର୍ର ୧୩ତମ ପାର୍ଟି କଂଗ୍ରେସ ଶ୍ରମିକ ଶ୍ରେଣୀ ଏବଂ ସମସ୍ତ ନିପୀଡ଼ିତ ଜନସାଧାରଣଙ୍କୁ ସମସ୍ତ ପ୍ରଗତିଶୀଳ-ଗଣତାନ୍ତ୍ରିକ ଶକ୍ତି ସହ ମିଶି ଜାତି ପ୍ରଥାର ଉଚ୍ଛେଦ ପାଇଁ ଆପୋଷହୀନ ସଂଗ୍ରାମ ସହିତ ସାଧାରଣ ଲୋକଙ୍କ ଜୀବନ ଓ ଜୀବିକା ସଂଗ୍ରାମକୁ ଯୋଡ଼ି ଫାସିବାଦ-ବିରୋଧୀ ଆନ୍ଦୋଳନକୁ ଆଗେଇ ନେବାକୁ ଆହ୍ୱାନ ଦେଇଛି। ଭାରତୀୟ କମ୍ୟୁନିଷ୍ଟ ଆନ୍ଦୋଳନର ଅତୀତରେ ଜାତି ପ୍ରଶ୍ନକୁ ସଠିକ୍ ଦୃଷ୍ଟିକୋଣରୁ ବୁଝିବାରେ ହୋଇଥିବା ଭୁଲରୁ ଆତ୍ମ-ସମୀକ୍ଷାତ୍ମକ ଶିକ୍ଷା ନେଇ ଏହାକୁ ଗ୍ରହଣ କରାଯିବ।
ଏହି ପାର୍ଟି କଂଗ୍ରେସରେ ସର୍ବସମ୍ମତି କ୍ରମେ ମୋଟ ୧୯ଟି ପ୍ରସ୍ତାବ ଗୃହୀତ ହୋଇଛି। ଏଥିରେ ପାଲେଷ୍ଟାଇନୀୟମାନଙ୍କ ଉପରେ ଆମେରିକା-ଜିଓନିଷ୍ଟ ନରସଂହାର, ଇରାନ ଉପରେ ଆକ୍ରମଣ, ଟ୍ରମ୍ପ ପ୍ରଶାସନର ନିର୍ଦ୍ଦେଶରେ ମୋଦୀ ସରକାରଙ୍କ ୟୁପିଆଇ (UPI) ପେମେଣ୍ଟ ଉପରେ କର, SIR ଏବଂ ଚାଲିଥିବା ମୁସଲିମ୍-ବିରୋଧୀ ପଦକ୍ଷେପ, ବିନା ବିଚାର କିମ୍ବା ଜାମିନରେ ଉମର ଖାଲିଦଙ୍କୁ ଜେଲରେ ନିରନ୍ତର ଅଟକ ରଖିବା, ମନୁବାଦୀ-କର୍ପୋରେଟ୍ ଶିକ୍ଷା ନୀତି, ମୋଦୀ ସରକାରଙ୍କ ସଠିକ୍ ଜାତି ଜନଗଣନା ପାଇଁ ଅନିଚ୍ଛାକୁ ନିନ୍ଦା, ସୀମା ନିର୍ଦ୍ଧାରଣ (Delimitation) ଏବଂ ଗୋଟିଏ ଦେଶ, ଏକକ ହିନ୍ଦୁରାଷ୍ଟ୍ର ଗଠନ ପାଇଁ ଚାଲିଥିବା ସଂଘୀୟ-ବିରୋଧୀ ପଦକ୍ଷେପ, ରାଜ୍ୟପାଳ ପଦବୀ ଉଚ୍ଛେଦ ଦାବି, ଖଣି ଓ ଖଣିଜ (ବିକାଶ ଓ ନିୟନ୍ତ୍ରଣ) ସଂଶୋଧନ ଆଇନ ୨୦୨୬ ର ପ୍ରତ୍ୟାହାର, ଆରାବଳି ତିଜିମାଳି ଗନ୍ଧମାର୍ଦନ ଆଦି ସୁରକ୍ଷା ପାଇଁ ସଂଘର୍ଷ କରୁଥିବା ଆଦିବାସୀ ଓ ସାମାଜିକ କର୍ମୀଙ୍କୁ ସୁରକ୍ଷା ଏବଂ ସେମାନଙ୍କ ଉପରେ ହୋଇଥିବା ସମସ୍ତ ମିଥ୍ୟା ମକଦ୍ଦମା ପ୍ରତ୍ୟାହାର କରିବା, ବସ୍ତି ବାସିନ୍ଦାଙ୍କୁ ୬୦୦ ବର୍ଗଫୁଟ ର ଜମି ଏବଂ ବାସଗୃହ ସୁନିଶ୍ଚିତ ଯୋଗାଇଦେବା ସହ ସମ୍ମାନଜନକ ଭାବେ ବଞ୍ଚିବାର ଅଧିକାର ପ୍ରଦାନ ପ୍ରଭୃତି ଆନ୍ତର୍ଜାତୀୟ ଏବଂ ଭାରତୀୟ ସମସ୍ୟା ସାମିଲ ରହିଛି।
୫-ଦିନିଆ ପାର୍ଟି କଂଗ୍ରେସ, ଅନ୍ୟାନ୍ୟ ବିଷୟ ସହିତ, ୧୩ତମ ପାର୍ଟି କଂଗ୍ରେସକୁ ଏକ ବଡ଼ ସଫଳତା ଦେବା ପାଇଁ ହୃଦୟର ସହିତ ସହଯୋଗ କରିଥିବା ଏବଂ ଦଳ ସହିତ ଦୃଢ଼ ଭାବରେ ଛିଡ଼ା ହୋଇଥିବା ରାଇଚୁରର ସମସ୍ତ ପ୍ରଗତିଶୀଳ-ଗଣତାନ୍ତ୍ରିକ ଜନସାଧାରଣଙ୍କୁ ଆନ୍ତରିକ ଧନ୍ୟବାଦ ଏବଂ ସଂଗ୍ରାମୀ ଅଭିନନ୍ଦନ ଜଣାଉଛି! ଏହି ସାମ୍ବାଦିକ ସମ୍ମିଳନୀ ରେ ୨ୟ ଥର ପୁନଃ ନିର୍ବାଚିତ ସାଧାରଣ ସମ୍ପାଦକ ପି ଜେ ଜେମ୍ସ, ପଲିଟବ୍ୟୁରୋ ସଦସ୍ୟ ଆର୍ ମାନସୟା,
ସିପିଆଇ (ଏମଏଲ) ରେଡ୍ ଷ୍ଟାର୍ ରାଜ୍ୟ ସମ୍ପାଦକ ଏମ୍ ଗଙ୍ଗାଧର ଆଦି ଉପସ୍ଥିତ ଥିଲେ।
