ଶିଶୁଳା ଦେବୀଙ୍କ ଏକାଦଶାହରେ ସ୍ମୃତିଚାରଣ ସଭା ଅନୁଷ୍ଠିତ
ବୋଲଗଡ଼,(ଉପାନ୍ତ ଖବର ମାନସ ରଞ୍ଜନ କର) ତା 27/09:ରବିବାର ଦିନ ଛବିଶ୍ୱା ତୈଳିକ ବୈଶ୍ୟ ସମାଜର ସମ୍ପାଦକ ପ୍ରସନ୍ନ ମହାପାତ୍ରଙ୍କ ମାଆ ଧର୍ମ ପରାୟଣା ଶିଶୁଳା ଦେଵୀଙ୍କର ଏକାଦଶାହରେ କଳାଙ୍ଗ ଗ୍ରାମସ୍ଥିତ ତାଙ୍କ ବାସଭବନ ଠାରେ ଏକାଦଶ ତୈଳିକ ବୈଶ୍ୟ ସମାଜର ସଭାପତି କ୍ଷେତ୍ରମୋହନ ମହାପାତ୍ରଙ୍କ ପୌରୋହିତ୍ୟରେ ସ୍ମୃତିଚାରଣ ସଭା ଅନୁଷ୍ଠିତ ହୋଇଯାଇଛି. ଉକ୍ତ ସଭାରେ ମୁଖ୍ୟ ଅତିଥି ରୂପେ ବୋଲଗଡ଼ ଗୋଷ୍ଠୀ ଶିକ୍ଷା ଅଧିକାରୀ ପ୍ରମୋଦ କୁମାର ସ୍ୱାଇଁ ଯୋଗ ଦେଇ ସ୍ମୃତିଚାରଣ କରିଥିଲେ.
ଉକ୍ତ ସଭାରେ ବୋଲଗଡ଼ ମଣ୍ଡଳ ସାଧନକେନ୍ଦ୍ର ସଂଯୋଜକ
କୈଳାସନାଥ ସ୍ୱାଇଁ,ସାମ୍ବାଦିକ ଗଙ୍ଗାଧର ଦାଶ ଦୁଇ ଶିକ୍ଷକ ନେତା ଶୈଲେନ ପଟ୍ଟନାୟକ, ପ୍ରଫୁଲ୍ଲ ସିଂହ, ପ୍ରଧାନ ଶିକ୍ଷକ ଭିକାରି ପୁଷ୍ଟି, ମନମୋହନ କହଲସିଂ,ବୋଲଗଡ଼ ମଣ୍ଡଳର ସମସ୍ତ ସାଧନ କେନ୍ଦ୍ର ସଂଯୋଜକ,ପ୍ରଧାନ ଶିକ୍ଷୟିତ୍ରୀ
ଶୈବାଳିକା ମଲ୍ଲିକ, ଶିକ୍ଷକ ବିଶ୍ୱଜିତ ସରୋଜ କୁମାର, ସୁବାସ ମହାପାତ୍ର,ଦୀପ୍ତି
ରଞ୍ଜନ ଦାସ ଶିକ୍ଷୟିତ୍ରୀ ସ୍ଵର୍ଣଲତା ପ୍ରଧାନ, ସୌଦାମିନୀ ପରିଡ଼ା ସୁନିତା ପୃଷ୍ଟି, କବିଚନ୍ଦ୍ର
ସାହୁ, ସୁଶୀଲ ମହାପାତ୍ର, କଳାଙ୍ଗ ଗ୍ରାମ ଓ ଆଖପାଖ ଗ୍ରାମର ଯୁବଗୋଷ୍ଠୀ, ବରିଷ୍ଠ ନାଗରିକ ସଭାରେ ଉପସ୍ଥିତ ରହି
ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ. ସଭାରେ ପ୍ରାୟ ସାତ ଶହ ବ୍ୟକ୍ତିଙ୍କର ସମାବେଶ
ଘଟିଥିଲା.ସାଧନକେନ୍ଦ୍ର ସଂଯୋଜକ ବିଭୂପ୍ରସାଦ ମହାପାତ୍ର ଧନ୍ୟବାଦ ଅର୍ପଣ କରିଥିଲେ.ପ୍ରଦୀପ୍ତ କୁମାର ମହାପାତ୍ର ଉକ୍ତ କାର୍ଯ୍ୟ କ୍ରମରେସହଯୋଗ କରିଥିଲେ.
