September 28, 2026

ଗଜପତି:- ପ୍ରଫେସର ଏମ:ଏସ: ସ୍ୱାମୀନାଥନ’ଙ୍କ ତୃତୀୟ

IMG-20260928-WA0045
Share

 

ଭାରତର ସବୁଜ ବିପ୍ଳବର ଜନକ ତଥା ଭାରତ ରତ୍ନ ପ୍ରଫେସର ଏମ୍. ଗିରି ସ୍ୱାମୀନାଥନ’ଙ୍କ ତୃତୀୟ ଶ୍ରାଦ୍ଧବାର୍ଷିକୀ ପାଳନ ଅବସରରେ ପାରଳାଖେମୁଣ୍ଡି ନିକଟସ୍ଥ ବି: ଶିତାପୁର ଗ୍ରାମର ଆଲୁରୀ ନଗର ଠାରେ ଥିବା ସେଞ୍ଚୁରିଅନ ୟୁନିଭରସିଟି ଅଫ୍ ଟେକ୍ନୋଲୋଜି ଆଣ୍ଡ ମ୍ୟାନେଜମେଣ୍ଟ (ସିୟୁଟିଏମ) ର ଏମ:ଏସ: ସ୍କୁଲ ଅଫ ଏଗରିକଲଚର୍ ପକ୍ଷରୁ ଏକ ସ୍ମୃତି ସଭା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି ।

“ସବୁଜ ବିପ୍ଳବରୁ ସବୁଜ ସମୃଦ୍ଧ ବିପ୍ଳବ ଆଡ଼କୁ” ବିଷୟ ବସ୍ତୁକୁ ନେଇ ବିଶ୍ୱବିଦ୍ୟାଳୟର ଅଡିଟୋରିଅମ ହଲ ଠାରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ଦୀପ ପ୍ରଜ୍ୱଳନ ଓ ପ୍ରଫେସର ସ୍ୱାମୀନାଥନଙ୍କ ପ୍ରତି ଶ୍ରଦ୍ଧାସୁମନ ଅର୍ପଣ ପରେ ଦୁଇ ମିନିଟ୍ ନିରବତା ପାଳନ କରାଯାଇଥିଲା।

କୃଷି ଶିକ୍ଷା ଓ ଗବେଷଣା କ୍ଷେତ୍ରରେ ପ୍ରଫେସର ସ୍ୱାମୀନାଥନଙ୍କ ଅବଦାନ ଏବଂ ଭାରତର ଖାଦ୍ୟ ସୁରକ୍ଷାରେ ତାଙ୍କ ଭୂମିକା ଉପରେ ସିୟୁଟିଏମ୍‌ର କୃଷି ଡିନ୍ ପ୍ରଫେସର ସାଗର ମୈତ୍ର ସ୍ୱାଗତ ଅଭିଭାଷଣ ରଖିଥିଲେ। ଛାତ୍ରଛାତ୍ରୀମାନେ ‘ପ୍ରଫେସର ଏମ୍. ଗିରି ସ୍ୱାମୀନାଥନଙ୍କ ଜୀବନ ଓ ଅବଦାନ’ ଉପରେ ଏକ ସ୍ୱତନ୍ତ୍ର ଶ୍ରଦ୍ଧାଞ୍ଜଳି କାର୍ଯ୍ୟକ୍ରମ ପରିବେଷଣ କରିଥିଲେ।

ଛାତ୍ରଛାତ୍ରୀଙ୍କ ମଧ୍ୟରେ ପ୍ରଫେସର ସ୍ୱାମୀନାଥନଙ୍କ ଜୀବନ, କୃଷି କ୍ଷେତ୍ରରେ ତାଙ୍କ ଅବଦାନ ଓ ଚିନ୍ତାଧାରା ସମ୍ପର୍କରେ ସଚେତନତା ବୃଦ୍ଧି ଉଦ୍ଦେଶ୍ୟରେ କୁଇଜ୍ ଓ ପ୍ରବନ୍ଧ ଲେଖନ ପ୍ରତିଯୋଗିତା ଆୟୋଜନ ରଜ। ପ୍ରତିଯୋଗିତାର କୃତୀ ପ୍ରତିଯୋଗୀମାନଙ୍କୁ କାର୍ଯ୍ୟକ୍ରମରେ ପୁରସ୍କାର ଓ ପ୍ରମାଣପତ୍ର ପ୍ରଦାନ କରାଯାଇଥିଲା ।

ଡ଼ଃ ଡି: ରାମା ନାଇଡୁ ବିଜ୍ଞାନ ଜ୍ୟୋତି ଇନଷ୍ଟିଚ୍ୟୁଟ୍ ଅଫ୍ ରୁରାଲ୍ ଡେଭଲପମେଣ୍ଟର ନିର୍ଦ୍ଦେଶକ ପ୍ରଫେସର ଏମ୍. ଦେବେନ୍ଦ୍ର ରେଡ୍ଡୀ ପ୍ରଫେସର ସ୍ୱାମୀନାଥନଙ୍କ ଚିନ୍ତାଧାରାର ସମସାମୟିକ ପ୍ରାସଙ୍ଗିକତା ଉପରେ ଆଲୋକପାତ କରିଥିଲେ ।

ଏମ:ଏସ: ସ୍ୱାମୀନାଥନ ରିସର୍ଚ୍ଚ ଫାଉଣ୍ଡେସନ୍, ଜୟପୁର, କୋରାପୁଟର ଏରିଆ ଡାଇରେକ୍ଟର ଡଃ. ପ୍ରସନ୍ନ କୁମାର ପରିଡ଼ା ସ୍ଥାୟୀ କୃଷି, ଜଳବାୟୁ ସହନଶୀଳତା ଏବଂ କୃଷକ ସମୁଦାୟ ସହ କୃଷି ଗବେଷଣାର ସମ୍ପର୍କକୁ ମଜବୁତ କରିବା ଉପରେ ବିଶେଷ ଅଭିଭାଷଣ ପ୍ରଦାନ କରିଥିଲେ।

ଏହି ଅବସରରେ ଛାତ୍ରଛାତ୍ରୀ ଓ ଅଧ୍ୟାପକ-ଅଧ୍ୟାପିକାମାନେ ‘ଏଭରଗ୍ରୀନ୍ ପ୍ଲେଜ୍’ ଗ୍ରହନ କରି ସ୍ଥାୟୀ କୃଷି , ପରିବେଶ ସୁରକ୍ଷା , ଖାଦ୍ୟ ସୁରକ୍ଷା ଓ କୃଷକ କଲ୍ୟାଣ ପ୍ରତି ନିଜର ପ୍ରତିବଦ୍ଧତାକୁ ଦର୍ଶାଇଥିଲେ ।

ଏମ:ଏସ:ଏ:ଏସ୦ଏ ର ଡିନ୍ (ପ୍ରଶାସନ) ପ୍ରଫେସର ଡଃ ଏସ:ପି: ନନ୍ଦ ଉପସ୍ଥିତ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ । ପରେ ଜାତୀୟ ସଙ୍ଗୀତ ଗାନ ଓ ସାମୁହିକ ଫୋଟଗ୍ରାଫ ସହ କାର୍ଯ୍ୟକ୍ରମ ସମ୍ପନ୍ନ ହୋଇଥିଲା ।

କାର୍ଯ୍ୟକ୍ରମରେ ଆୟୋଜକ ସଚିବ ଭାବେ ସିୟୁଟିଏମ: ଏମ:ଏସ:ଏସ:ଏସ:୦ଏ ର ଆସୋସିଏଟ ଡିନ୍ (ଆଡମିଶନ ଓ ପ୍ଲେସମେଣ୍ଟ) ଡ଼ଃ ବିନୟ କୁମାର ଦାୟିତ୍ୱ ତୁଲାଇଥିଲେ ।

—————————————–

ଗଣେଶ କୁମାର ରାଜୁ

ପାରଳାଖେମୁଣ୍ଡି(ଗଜପତି)

—————————————-