ହାଟଡିହି ପଞ୍ଚାୟତରେ ଅଙ୍ଗନ୍ କା ଉତ୍ସବ୍ କାର୍ଯ୍ୟକ୍ରମ
ହାଟଡିହି ତା ୨୮/୯(ମନମୋହନ ନାୟକ) : ସେପ୍ଟେମ୍ବର ୯ ତାରିଖ ରୁ ଅକ୍ଟୋବର ୮ ତାରିଖ ପର୍ଯ୍ୟନ୍ତ ରାଜ୍ୟବ୍ୟାପୀ ପ୍ରତ୍ୟେକ ଅଙ୍ଗନୱାଡି କେନ୍ଦ୍ର ରେ ଚାଲିଥିବା “୯ମ ରାଷ୍ଟ୍ରୀୟ ପୋଷଣ ମାସ” କାର୍ଯ୍ୟକ୍ରମ ଅବସରରେ ହାଟଡିହି ଶିଶୁ ବିକାଶ ପ୍ରକଳ୍ପ ଅଧୀନସ୍ଥ ହାଟଡିହି ସେକ୍ଟରର ସମସ୍ତ ୩୫ ଯାକ ଅଙ୍ଗନୱାଡି କେନ୍ଦ୍ରରେ ତ୍ରି-ଦିବସୀୟ ଅଙ୍ଗନ୍ କା ଉତ୍ସବ୍ ଅନୁଷ୍ଠିତ ହେଉଛି। ପ୍ରଥମ ଦିବସରେ ପୁରୁଷ ଅଭିଭାବକ ମାନଙ୍କ ମଧ୍ୟରେ ରୋଷେଇ ପ୍ରତିଯୋଗିତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଉକ୍ତ ଉତ୍ସବ ରେ ସମସ୍ତ ଅଙ୍ଗନୱାଡି କର୍ମୀ, ଅଙ୍ଗନୱାଡିର ସଭ୍ୟା, କିଶୋରୀ ବାଳିକା, ସମସ୍ତ ହିତାଧିକାରୀ ମା’ ମାନେ ଏବଂ ମହିଳା ପରିଦର୍ଶକା ଶ୍ରୀମତୀ ରେଣୁବାଳା ଜେନା ସକ୍ରୀୟତ୍ମକ ଅଂଶ ଗ୍ରହଣ କରିଥିଲେ। ଅଙ୍ଗନୱାଡି କର୍ମୀ ମାନଙ୍କ ମଧ୍ୟରୁ ହାଟଡିହି -୨ ଅଙ୍ଗନୱାଡି କେନ୍ଦ୍ରରୁ ସୁଶାନ୍ତି ବେହେରା, କପୁଣ୍ଡିର ପ୍ରିୟଦର୍ଶନୀ ନନ୍ଦ, ଡଙ୍କୁରିର ଅବନୀ ବିଶ୍ୱାଳ, କରଞ୍ଜବାଟିର ସୁଜାତା ରାଉତ, ଛେନପଦିର ମମତାମୟୀ ବେହେରାଙ୍କ ସମେତ ଅନ୍ୟ ଅଙ୍ଗନୱାଡି କେନ୍ଦ୍ରର କର୍ମୀମାନେ ନିଜ ନିଜ ଅଙ୍ଗନୱାଡି କେନ୍ଦ୍ରରେ ଉକ୍ତ କାର୍ଯ୍ୟକ୍ରମଟିକୁ ସଫଳତା ର ସହିତ ପାଳନ କରିଥିଲେ।
