April 25, 2026

ପୋକ୍‌ସୋ ମାମଲାରେ ଗଜପତିର ନାବାଳକ ବ୍ରହ୍ମପୁର ସୁଧାର ଗୃହକୁ ଗଲେ

IMG-20250828-WA0017
Share

 

 

ପାରଳାଖେମୁଣ୍ଡି:୨୮/୮ (ଗରୁଡ ଧ୍ଵଜ ଚୌଧୁରୀ): ଗଜପତି ଜିଲ୍ଲାରେ ଗତ ୨୦୨୧ ମସିହାର ଏକ ପୋକ୍‌ସୋ ମାମଲାର ଶୁଣାଣି ମଙ୍ଗଳବାର ପାରଳାଖେମୁଣ୍ଡି ଜିଲ୍ଲା ଅଦାଲତର କିଶୋର ନ୍ୟାୟ ପରିଷଦ ଦ୍ୱାରା ରାୟ ପ୍ରକାଶ ପାଇଛି। ନାବାଳକଙ୍କୁ ଚରିତ୍ର ଗଠନ, ଚରିତ୍ରରେ ସୁଧାର ଆଣିବା ଓ ଦକ୍ଷତା ବୃଦ୍ଧି ପାଇଁ ବ୍ରହ୍ମପୁର ସ୍ବତନ୍ତ୍ର ଆବାସରେ ରହିବା ପାଇଁ ନିର୍ଦ୍ଦେଶ ରହିଛି। ପବ୍ଲିକ୍ ପ୍ରସିକ୍ୟୁଟର ଏଲ୍ ସଞ୍ଜିବ କୁମାର ମକଦ୍ଦମା ପରିଚାଳନା କରୁଥିବା ବେଳେ ନାବଳକ ପକ୍ଷରୁ ବରିଷ୍ଠ ଆଇନଜୀବୀ ଶାନ୍ତୁନୁ ଆଚାର୍ଯ୍ୟ ପରିଚାଳନା କରୁଥିଲେ। ଗଜପତି ଜିଲ୍ଲା ଉଦୟଗିରି ଥାନାର ଜିଆର୍ କେସ୍ ନମ୍ବର ୭୯/ ୨୦୨୧ ମାମଲାର ବିଚାର କରି ମାଜିଷ୍ଟ୍ରେଟ୍ ପ୍ରସନ୍ନ ବେହେରା ଦଣ୍ଡିତ କରିଛନ୍ତି। ଆର. ଉଦୟଗିରି ଥାନାର ମୁକେଶ ଲାକ୍ରା ଏହି କେସ୍ ତଦନ୍ତକାରୀ ଅଧିକାରୀ ଥିବା ବେଳେ କିଶୋର ପରିଷଦର ସଦସ୍ୟା ଭାଗ୍ୟଲକ୍ଷ୍ମୀ ନାୟକ, ସଦସ୍ୟ ରବୀନ୍ଦ୍ର ପାଳ ସାକ୍ଷ୍ୟ ପ୍ରମାଣକୁ ଭିଭି କରି ଦୋଷୀ ସାବ୍ୟସ୍ତ କରିଛନ୍ତି।