ଆଜିର ଖବର…
୧-୩୦ରେ ହେବ ବିଧାନସଭାର ସ୍ବତନ୍ତ୍ର ଅଧିବେଶନ, ଗଣତନ୍ତ୍ରରେ ମହିଳାଙ୍କ ଯୋଗଦାନ ନେଇ ହେବ ଆଲୋଚନା।
୨-ଦିନ ୧୧ଟାରୁ ଦିନ ୩ଟା : ଅସମ୍ଭାଳ ତାତି,ପଦାକୁ ଗୋଡ଼ କାଢ଼ିବାକୁ ଲାଗୁଛି ଡର,ଏବେ ୧୭ଟି ସହରରେ ତାପମାତ୍ରା ୪୦ଂ ଉପରେ।
୩-ଏପ୍ରିଲ ୨୭ରୁ ରାଜ୍ୟର ସମସ୍ତ ସରକାରୀ, ବେସରକାରୀ ସ୍କୁଲ ଛୁଟି; ଘୋଷଣା କଲେ ମୁଖ୍ୟମନ୍ତ୍ରୀ।
୪-ପିଲାଙ୍କ ଅନଲାଇନ୍ କ୍ଲାସ୍ ପାଇଁ ରୋଡ୍ ମ୍ୟାପ୍ , DEO ମାନଙ୍କୁ ନେଇ OSCPCR ପକ୍ଷରୁ କର୍ମଶାଳା ଅନୁଷ୍ଠିତ।
୫-ଚଳିତ ବର୍ଷ ଭାରତକୁ ଆଗୁଆ ମୌସୁମୀ ଆସିବାର ସଙ୍କେତ ମିଳିଛି, ଯାହା ତାତିରୁ ଆଶ୍ୱସ୍ତି ଆଣିବ। ମେ’ ଶେଷ ସପ୍ତାହରେ ଦକ୍ଷିଣ ଭାରତରେ ବର୍ଷା ଆରମ୍ଭ ହେବା ସମ୍ଭାବନା ରହିଛି।
୬-ଟାଇମ୍ସ ହାଇଅର ଏଜୁକେସନ୍ ଏସିଆ ୟୁନିଭର୍ସିଟି ରାଙ୍କିଂ ୨୦୨୬ : ଏସିଆର ୧୬୯ତମ ସ୍ଥାନରେ କିଟ୍, ପୂର୍ବଭାରତର ପ୍ରଥମ ସ୍ଥାନରେ କିଟ୍।
୭-ଭୁବନେଶ୍ୱର:ଗଙ୍ଗପଡା ଛକରେ ବୁଲିଲା ଖଣ୍ଡା, ବାଇକ୍ ଆରୋହୀଙ୍କୁ ହାଣିଲେ, ଜଣେ ଅଭିଯୁକ୍ତ ଗିରଫ।
୮-୨୬ରେ ସାଧାରଣ ପରିଷଦ ବୈଠକ,ପୁଣି ଆନ୍ଦୋଳନକୁ ଓହ୍ଲାଇପାରେ ଓମସା।
୯-ଜେଏସଡବ୍ଲୁ ଏବଂ ଜେଏଫଇ ମଧ୍ୟରେ ସମ୍ବଲପୁରରେ ଯୌଥ ଉଦ୍ୟମର ହେଲା ଶୁଭାରମ୍ଭ।
୧୦-ମୟୁରଭଞ୍ଜ,ଡିହରାକୂଳ ଗାଁ:ଦେବଦୂତ ସାଜିଲା କୁକୁର, ବିଷାକ୍ତ ନାଗ କବଳରୁ ୩୦ ଜଣ କୋମଳମତି ଶିଶୁଙ୍କ ବଞ୍ଚାଇଲା ଜୀବନ।
୧୧-ବ୍ରହ୍ମପୁର:ପ୍ଲଟ ବ୍ୟବସାୟୀ ସୁଧୀର ପାତ୍ରଙ୍କୁ ଅପହରଣ ଓ ହତ୍ୟା ଘଟଣା, ଅଭିଯୁକ୍ତ ଝିଆରୀ ଓ ପୁତୁରା ସମେତ ୯ ଜଣ ଗିରଫ।
୧୨-ବାରଙ୍ଗ, ଗୋଡିସାହି:ହାଇୱା ଧକ୍କାରେ ଚାଲିଗଲା ଯୁବକଙ୍କ ଜୀବନ, ବାଇକକୁ ୫୦ ଫୁଟ ଯାଏ ଘୋଷାରି ନେଲା ଟ୍ରକ।
୧୩-ଏଣିକି ରାଜ୍ୟରେ ଫ୍ଲାଟ କିଣିବା ହୋଇପାରେ ମହଙ୍ଗା, ଉଚ୍ଛେଦ ହେଲା ପୁରୁଣା ଷ୍ଟାମ୍ପ ଡ୍ୟୁଟି ନିୟମ,ସବୁ ବର୍ଗର କ୍ରେତାଙ୍କ ପାଇଁ ଲାଗୁ ହେବ ଗୋଟିଏ ଷ୍ଟାମ୍ପ ଡ୍ୟୁଟି।
୧୪-ନବରଙ୍ଗପୁର:କମୁଛି କେନ୍ଦୁପତ୍ର ଉତ୍ପାଦନ,୨୩ ବର୍ଷ ରେ ୬୦ ପ୍ରତିଶତ ହ୍ରାସ।
୧୫-ଝାରସୁଗୁଡାରେ ନିର୍ମାଣ ସଂସ୍ଥାକୁ ନୋଟିସ୍ ଜାରି କଲା ଶ୍ରମ ବିଭାଗ; ଖରାରେ କାମ କରୁଥିବା ଅଭିଯୋଗରେ ହେଲା ଚଢ଼ାଉ।
୧୬-ସୁଦର୍ଶନଙ୍କ ଶତକ ବୃଥା, ଗୁଜୁରାଟକୁ ହରାଇଲା ବେଙ୍ଗାଲୁରୁ।
୧୭-ଜୟପୁର:IPL ୩୬ତମ ଲିଗ୍;ଆଜି ବୈଭବ -ହିଙ୍ଗେ ଲଢେଇ।
୧୮-ଆଧାର କାର୍ଡ ପାଇଁ ଆସିଲା ନୂଆ ନିୟମ:ବ୍ୟକ୍ତିମାନେ ଏବେ ପରିବାର ମୁଖ୍ୟଙ୍କ ସମ୍ମତିରେ ସେମାନଙ୍କର ଆଧାର କାର୍ଡରେ ଠିକଣା ଅପଡେଟ୍ କରିପାରିବେ।
୧୯-RBIର ବଡ ଆକ୍ସନ, ପେଟିଏମର ପେମେଣ୍ଟ ବ୍ୟାଙ୍କର ଲାଇସେନ୍ସ ରଦ୍ଦ।
୨୦-ଆପ୍ ଛାଡ଼ିଲେ ୭ ସାଂସଦ, ସଞ୍ଜୟ ସିଂହ କହିଲେ ବିଜେପି ଖେଳିଲା ‘ଅପରେସନ୍ ଲୋଟସ୍’
