April 26, 2026

ନୂଆଖାଇ ପାଇଁ ସଂପୁର ଗ୍ରାମ ଉତ୍ସବ ମୁଖର

IMG-20250828-WA0006
Share

 

ବୋଲଗଡ଼,୨୮/୦୮(ଉପାନ୍ତ ଖବର):ଖୋର୍ଦ୍ଧା ଜିଲ୍ଲା ବୋଲଗଡ଼ ବ୍ଲକ୍ ଅନ୍ତର୍ଗତ ସଂପୁର ଗ୍ରାମରେ ଧୁମ୍ ଧାମ ରେ ପାଳିତ ହେଉଛି ନୂଆଖାଇ ପର୍ବ।ଯାହାକି ଉତ୍ସବ ମୁଖର ହୋଇ ଉଠୁଛି। କେବଳ ପଶ୍ଚିମ ଓଡ଼ିଶାରେ ନୁହେଁ ଏଠାରେ ମଧ୍ୟ ଆଡମ୍ବର ସହକାରେ ପାଳନ କରୁଛନ୍ତି ସମସ୍ତ ଗ୍ରାମବାସୀ। ସକାଳୁ ସକାଳୁ ନିତ୍ୟକର୍ମ ଓ ଗାଧୋଇ ସାରି ନୂଆ ବସ୍ତ୍ର ପରିଧାନ କରି ଗ୍ରାମରେ ଥିବା ବାଲୁଙ୍କେଶ୍ଵର ମନ୍ଦିରରେ ଉପସ୍ଥିତ ରହି ଥିଲେ। ନୂଆଖାଇ ରେ ନୂଆ ଚାଉଳ, ନୂଆ ଚୁଡା, କଦଳୀ ନଡିଆ ବିଭିନ୍ନ ପ୍ରକାରର ଫଳମୂଳ ସହ ଠାକୁର ଙ୍କ ପାଖରେ ନବାନ୍ନ ବ୍ୟଞ୍ଜନ ଲାଗି କରିଅଛନ୍ତି। ନବାନ୍ନ ଲାଗିବା ପରେ ସମସ୍ତ ଗ୍ରାମବାସୀ ପିଠା ପଣା ପୁରୀ,ଖିରି,ମିଠା,ଡାଲି,ତରକାରି,ଶାଗ,ଖଟା ଏ ସମସ୍ତ ପ୍ରସାଦକୁ ଘରକୁ ନେଇ ଆନନ୍ଦ ସହକାରେ ସମସ୍ତେ ଏକାଠି ବସି ନୂଆଖାଇ ପାଳନ କରିଛନ୍ତି।ତତ୍ ସହିତ ଏହି ନୂଆଖାଇ ଅବସରରେ ସାଂସ୍କୃତିକ କାର୍ଯ୍ୟକ୍ରମ ମଧ୍ୟ ଦେଖିବାକୁ ମିଳିଥିଲା।

 

ରିପୋର୍ଟ-ସୁଶାନ୍ତ କୁମାର ପ୍ରଧାନ