June 23, 2026

ଜିରାଙ୍ଗ ବୌଦ୍ଧ ମନ୍ଦିର ନିକଟରେ ପ୍ରତ୍ୟାକ୍ଷା ରିସର୍ଟ ର ଶିଳାନ୍ୟାସ କଲେ ଉପ ମୁଖ୍ୟମନ୍ତ୍ରୀ 

IMG-20260425-WA0088
Share

 

ମୋହନା(ସନ୍ତୋଷ ଗୌଡ଼)ଜିରାଙ୍ଗ ବୌଦ୍ଧ ମନ୍ଦିର ନିକଟରେ ପ୍ରତ୍ୟାକ୍ଷା ରିସର୍ଟ ର ଶିଳାନ୍ୟାସ କଲେ ଉପମୁଖ୍ୟମନ୍ତ୍ରୀ ଶ୍ରୀମତୀ ପ୍ରଭାତୀ ପରିଡ଼ା l ଗଜପତି ଜିଲ୍ଲାରେ ପର୍ଯ୍ୟଟନ କ୍ଷେତ୍ରର ବିକାଶ ପାଇଁ ସରକାର ଙ୍କ ପ୍ରୋତ୍ସାହନରେ ମୋହନା ବ୍ଲକ ଜୀରାଙ୍ଗ ସ୍ଥିତ ବୌଦ୍ଧ ମନ୍ଦିର ନିକଟରେ ପ୍ରତ୍ୟାକ୍ଷା ଗ୍ରୁପ୍ ପକ୍ଷରୁ ଶହେ କୋଟି ଟଙ୍କା ବ୍ୟୟ ଅଟକଳରେ ଏକ ରିସୋର୍ଟ ବା ପଞ୍ଚ ତାରକା ହୋଟେଲ ନିର୍ମାଣ ହେବାକୁ ଯାଉଛି l ଯାହା ଫଳରେ ଆଜି ଉପ ମୁଖ୍ୟମନ୍ତ୍ରୀ ଶ୍ରୀମତୀ ପ୍ରଭାତୀ ପରିଡ଼ା ଯୋଗ ଦେଇ ତାର ଶିଳାନ୍ୟାସ କରିଥିଲେ l ଏହି ରିସୋର୍ଟ ହେବା ଦ୍ୱାରା ଅଞ୍ଚଳରେ ପର୍ଯଟନ କ୍ଷେତ୍ର ରେ ବିକାଶ ହେବା ସହ ଯୁବ ପିଢ଼ିମାନେ ନିଯୁକ୍ତିର ସୁଯୋଗ ପାଇପାରିବେ ବୋଲି ଉପ ମୁଖ୍ୟମନ୍ତ୍ରୀ ନିଜ ଅଭିଭାଷଣ ରଖିଥିଲେ l କାର୍ଯ୍ୟକ୍ରମରେ ପର୍ଯ୍ୟଟନ ସଚିବ ବଳବନ୍ତ ସିଂ, ମୋହନା ବିଧାୟକ ଦାଶରଥି ଗମାଙ୍ଗ ଓ ପାରଳାଖେମୁଣ୍ଡି ବିଧାୟକ ରୁପେଶ ପାଣିଗ୍ରାହୀ,

ଏସ ଡି ସି ଅଧ୍ୟକ୍ଷ କାମଦେବ ବଡ଼ ନାୟକ,ପ୍ରଶାନ୍ତ ମଲ୍ଲିକ ଙ୍କ ସମେତ ଶତାଧିକ ଦଳୀୟ କର୍ମକର୍ତ୍ତା ପ୍ରମୁଖ ଉପସ୍ଥିତ ଥିବା ଦେଖିବାକୁ ମିଳିଥିଲା।ସ୍ଥାନୀୟ ତିଦ୍ଧତୀୟ ଗୁରୁଜୀ ପ୍ରେମା ଖେମ୍ପୋ,ଏଡିଏମ୍ ଓ ଉପ ଜିଲ୍ଲାପାଳ ଅନୁପ ପଣ୍ଡା ଙ୍କ ସମେତ ରା.ଉଦୟଗିରି ଉପ ଆରକ୍ଷୀ ଅଧିକ୍ଷକ ରାକେଶ ସାହୁ(ଆଇ ପି ଏସ ),ଜିଲ୍ଲା ପ୍ରଶାସନିକ ଅଧିକାରୀ ମାନେ ଯୋଗ ଦେଇଥିବା ବେଳେ ମୋହନା ଗୋଷ୍ଟି ଉନ୍ନୟନ ଅଧିକାରୀ ରାଜୀବ ଦାସ ଙ୍କ ସମେତ ସ୍ଥାନୀୟ ପୋଲିସ ଅଧିକାରୀ ମାନେ ମଧ୍ୟ ଉପସ୍ଥିତ ଥିବା ଦେଖିବାକୁ ମିଳିଥିଲା। ଜିରାଙ୍ଗ ଅଞ୍ଚଳରେ ପଞ୍ଚ ତାରକା ହୋଟେଲ ନିର୍ମାଣ ହେଲେ ଦେଶ ବିଦେଶ ସହ ରାଜ୍ୟ ମଧ୍ୟରେ ବହୁ ପର୍ଯ୍ୟଟକ ଏହି ଅଞ୍ଚଳ କୁ ପରିଦର୍ଶନ ରେ ଆସିଲେ ଲୋକଙ୍କ ରୋଜଗାର ବଢିବା ସଙ୍ଗେ ଅଞ୍ଚଳ ର ବହୁବିଧ ଉନ୍ନତ୍ତି ହେବ ବୋଲି ବିଶିଷ୍ଟ ଅତିଥି ମାନେ ପ୍ରକାଶ କରିଥିଲେ।

You may have missed