ଶିଶୁ ଓ ମାତୃ ସ୍ୱାସ୍ଥ୍ୟ ଯତ୍ନ ଅପରିହାର୍ଯ୍ୟ, ସଖି ପରି ବନ୍ଧୁତା ସମ୍ପର୍କକୁ ଗୁରୁତ୍ୱ

କୁଚିଣ୍ଡା, ୨୫.୦୪:ଶିଶୁ ଓ ମାତୃ ସ୍ୱାସ୍ଥ୍ୟ ପ୍ରତି ଯତ୍ନ ଅପରିହାର୍ଯ୍ୟ। ଏହା ଦ୍ୱାରା ପରିବାର ମଧ୍ୟରେ ସମୃଦ୍ଧିର ବିକାଶ ହୋଇଥାଏ। ସଖି ପରି ବନ୍ଧୁତା ସମ୍ପର୍କ ଶାନ୍ତିର ବାର୍ତ୍ତା ଦେଇଥାଏ।କିନ୍ତୁ ବିଭିନ୍ନ ସମସ୍ୟାରୁ ଶିଶୁ ପ୍ରତି ଯତ୍ନରେ ଅବହେଳା, ମହିଳା ମାନଙ୍କ ପ୍ରତି ବିଭିନ୍ନ ହିଂସା କାରଣରୁ ପରିବାର ଅନ୍ଧକାର ମୟ ହୋଇଯାଇଥାଏ।ଏହାକୁ ନେଇ କୁଚିଣ୍ଡା ବ୍ଲକର ସାଲେଭାଡି ପଞ୍ଚାୟତର ଡୁଲେସରା, ଜରଡା ଓ ତିଳେଇମାଲ ପଞ୍ଚାୟତର ବୁରୋଡ଼ିହି ରେ ସାର୍କ ପକ୍ଷରୁ ସଚେତନତା ସଭା ଅନୁଷ୍ଠିତ ହୋଇଯାଇଛି।
ଓଡିଶା ସରକାର, ତଥା ସମ୍ବଲପୁର ଜିଲ୍ଲା ପ୍ରଶାସନ ପକ୍ଷରୁ ସାର୍କ ପରିଚାଳିତ କୁଚିଣ୍ଡା ୱାନ ଷ୍ଟପ (ସଖି) ସେଣ୍ଟର ପକ୍ଷରୁ ବଳତ୍କାର, ପାରିବାରିକ ହିଂସା, ଏସିଡ ଆକ୍ରମଣ, ସାଇବର କ୍ରାଇମ, ଯୌତୁକ ନିର୍ଯ୍ୟାତନା, ଗୁଣି ଗାରେଡି ଦ୍ୱାରା ହିଂସା ପ୍ରଭୁତି ଦିଗରେ ଆଲୋଚନା କରାଯାଇ କିଭଳି ଗୋଟିଏ ଛାତ ତଳେ ଏହାର ଗୋପନୀୟ ଭାବେ ସମାଧାନ ହୋଇ ପାରିବ ସେ ସମ୍ପର୍କରେ ସଖି ସେଣ୍ଟର ର ଶ୍ରୀମତୀ ଦୁସ୍ମିତା ମନୋହାରୀ ଲୋକଙ୍କୁ ସଚେତନ କରିଥିଲେ।ସେହିପରି ନାବାର୍ଡ ସହାୟତାରେ ଶିଶୁ ଓ ମାତୃ ସ୍ୱାସ୍ଥ୍ୟ ଯତ୍ନ ଉପରେ ପ୍ରଶିକ୍ଷଣ ସହିତ ପରୀକ୍ଷଣ ଶିବିର ମଧ୍ୟ ସମାନ ସ୍ଥାନରେ ଅନୁଷ୍ଠିତ ହୋଇଥିଲା। ସାର୍କର ସମ୍ପାଦକ ଅଶୋକ ପାଣିଗ୍ରାହୀ ଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି ଶିବିରରେ ଡା. ରାଜାରାମ ଷଡ଼ଙ୍ଗୀ ପ୍ରଶିକ୍ଷଣ ଦେବା ସହ ପରୀକ୍ଷା କରି ରୋଗୀ ମାନଙ୍କୁ ମାଗଣାରେ ଔଷଧ ବଣ୍ଟନ କରିଥିଲେ। ଏହାକୁ ସିଇଓ ସଞ୍ଜୀବ କୁମାର ସାହୁ, ପିଏମ ପ୍ରଭାତ ଚନ୍ଦ୍ର ପ୍ରଧାନ, ଭିଏଲଡବ୍ଲୁ ସରୋଜ କୁମାର ପ୍ରଧାନ, ଦ୍ଵିତୀୟା କିସାନ, ସଖି ସେଣ୍ଟର ପାରା ମେଡିକାଲ ଶ୍ରୀମତୀ ମାୟାରା ବାଗ ପ୍ରମୁଖ ଏହାର ପରିଚାଳନା କରିଥିଲେ।
