April 28, 2026

ଉମରକୋଟ ସହରରେ ଏଣିକି ୨୫ ଦିନରେ ଗ୍ୟାସ ମିଳିବାର ଆଶା……..

IMG-20260425-WA0042
Share

 

 

ଉମରକୋଟ:-(ଏମ୍.ଦୀନା°ଶୁ ଆଚାରୀ) ଉମରକୋଟ ସହର ବାସୀଙ୍କୁ ଏଣି କି ୨୫ ଦିନରେ ଗ୍ୟାସ ମିଳିବ। ଏଥି ନେଇ କଂଗ୍ରେସ ଦଳ ୧୭ ତାରିଖ ଦିନ ରାସ୍ତା ରୋକ୍ ଆନ୍ଦୋଳନ କରିଥିଲା। ସେହି ଦିନ କମ୍ପାନୀ ଓ ଜିଲ୍ଲା ଯୋଗାଣ ବିଭାଗ ଉମରକୋଟ ସହର ବାସୀଙ୍କୁ ୨୫ ଦିନରେ ଯେମିତି ଗ୍ୟାସ ମିଳିବ ପ୍ରତିଶ୍ରୁତି ଦେଇଥିଲେ। ଏଥିପାଇଁ ଉମରକୋଟର ବରିଷ୍ଠ କଂଗ୍ରେସ ନେତା ଶଙ୍କର ଦେ ଓ ବାବୁଲ। ପଟ୍ଟନାୟକ ଜିଲ୍ଲା ଯୋଗାଣ ବିଭାଗ ଓ ଗ୍ୟାସ କମ୍ପାନୀ କୁ ସାଧୁବାଦ ଜଣାଇଛନ୍ତି। ଉଲ୍ଲେଖ ଯୋଗ୍ୟ ଏହିକି ଯେ ବହୁତ୍ ଦିନ ହେଲା ଉମରକୋଟ ଠାରେ ଥିବା ପେଣ୍ଡ୍ରଣି ଇଣ୍ଡେନ ଗ୍ୟାସ ର କିଛି ସମସ୍ୟା ଥିବା ଯୋଗୁ ଲାଇସେନ୍ସ ନବୀକରଣ କମ୍ପାନୀ ପକ୍ଷ ରୁ କରାଗଲା ନାହିଁ। ଉମରକୋଟ ସହର ବାସୀ ଯେପରି ବ୍ୟାସ ଠିକ୍ ସେ ପାଇପାରିବେ ସେଥି ନେଇ ବୁର୍ଜ। ଠାରେ ଥିବା ବାବା ବୈଦ୍ୟନାଥ ଗ୍ୟାସ ଏଜେନ୍ସୀ କୁ ସହର ର ଗ୍ୟାସ ବିତରଣ ଅଧିକାର ପ୍ରଦାନ କରିଥିଲା କମ୍ପାନୀ। ଯେହେତୁ ବୁର୍ଜ। ଗ୍ରାମ ପଞ୍ଚାୟତ ରେ ଆସୁଛି ଗ୍ୟାସ ବୁକିଂ କଲେ ୪୫ ଦିନ ପରେ ମିଳୁଥିଲା। ଫଳରେ ଉମରକୋଟ ସହର ବାସୀ ଗ୍ୟାସ ପାଇଁ ବହୁ ଅସୁବିଧାର ସମ୍ମୁଖିନ ହେଉ ଥିଲେ। ଏହାକୁ ଦୃଷ୍ଟି ରେ କଂଗ୍ରେସ ଦଳ ପକ୍ଷ ରୁ ରାସ୍ତା ରୋକ୍ ଆନ୍ଦୋଳନ କରାଯାଇଥିଲା। ଅପର ପକ୍ଷରେ ଗ୍ୟାସ ବୁକ୍ନିଂ କଲେ ୨୫ ଦିନରେ ମିଳିବ ବୋଲି ମେସେଜ ଆସିଛି ବୋଲି ବ୍ୟାସ ବୁକିଂ କରିଥିବା ଅମୂଲ୍ୟ ପଟ୍ଟନାୟକ ସ୍ପଷ୍ଟ କରିଛନ୍ତି।