November 23, 2024

ଶେଷ ସୋମବାର ରେ ଜଳାଭିଶେଖ ପାଇଁ କାଉଡ଼ିଆ ଙ୍କ ଭିଡ଼ l

Share

ଶେଷ ସୋମବାର ରେ ଜଳାଭିଶେଖ ପାଇଁ କାଉଡ଼ିଆ ଙ୍କ ଭିଡ଼ l

—————————————-

ଗଞ୍ଜାମ :ପ୍ରଦୀପ କୁମାର ପଣ୍ଡା

ପବିତ୍ର ଶ୍ରବଣ ମାସର ଶେଷ ସୋମବାର ରେ ଶିବଲିଙ୍ଗରେ ଜଳାଅଭିଷେକ କରି ପୁଣ୍ୟପ୍ରାପ୍ତି ସକାଶେ ରବିବାର ପୁଣ୍ୟତୋୟା ଋଷିକୁଲ୍ୟା ନଦୀ ଘାଟରେ ବୋଲବମ ଭକ୍ତ ଙ୍କ ଭିଡ଼ ପରିଲକ୍ଷିତ ହୋଇଥିଲା l ଜିଲ୍ଲା ର ବିଭିନ୍ନ କୋଣ ଅନୁକୋଣରୁ କାଉଡ଼ିଆ ମାନେ ବିଭିନ୍ନ ଯାନ ବାହାନରେ ଦଳଗତ ଭାବେ ଆସି ଗଞ୍ଜାମ ସହର ସଂନିକଟ ଦାମୋଦରପୁର ଗ୍ରାମ ନଦିଘାଟ ରେ ପହଞ୍ଚି ଶ୍ରାବଣୀ ଭାରରେ ନଦୀ ଜଳ ସଂଗ୍ରହ କରି ପରାମ୍ପାରିକ ରୀତିନୀତି ଅନୁଯାୟୀ ପୂଜାର୍ଚନା କରି ବିଭିନ୍ନ ଶୈବପୀଠ ଅଭିମୁଖେ ଯାତ୍ରା କରିଥିବା ଦେଖିବାକୁ ମିଳିଛି l ବାଲୁକା ସ୍ତୁପ ରେ ଶିବାଲିଙ୍ଗ ନିର୍ମିତ କରି ଏକାଗ୍ରଚିତ୍ତ ରେ ପୂଜାର୍ଚନା କରିବା ସହ ସ୍ଥାନୀୟ ବାବା ଆଖଣ୍ଡଳ ମଣି ଙ୍କୁ ଦର୍ଶନ କରିବା ସହ ବାଦ୍ୟ ବାଜଣା ସହକାରେ ଲମ୍ବାରାସ୍ତା ଅତିକ୍ରମ କରି ପ୍ରସ୍ଥାନ କରୁଥିବା ଲକ୍ଷ କରାଯାଇଛି l
ଅନ୍ୟପଟେ କାଉଡ଼ିଆ ଙ୍କ ଭିଡ଼ କୁ ଦୃଷ୍ଟିରେ ରଖି ବିଭିନ୍ନ ଉଠା ଦୋକାନୀ
ପସରା ପକାଇଥିବା ଦେଖିବାକୁ ମିଳିଛି l ଭକ୍ତ ମାନଙ୍କ ସୁବ୍ୟବସ୍ଥାକୁ ନେଇ ସ୍ଥାନୀୟ ବାବା ଆଖଣ୍ଡଳମଣି ପରିଚାଳନା କମିଟି ପକ୍ଷରୁ ସୁବ୍ୟବସ୍ଥା କରାଯାଇଛି l