ଉପାସନାଙ୍କ ଗର୍ଜନ ବ୍ରହ୍ମଗିରି ଜନତା କଲେ ବର୍ଜନ ….

pub
Share

ଉପାସନା ଙ୍କ ଗର୍ଜନ ବ୍ରହ୍ମଗିରି ବାସୀ କଲେ ବର୍ଜନ କହିବାର ତାତ୍ପର୍ଯ୍ୟ ହେଊଛି ଉପାସନା ମହାପାତ୍ର ନିଜକୁ ଓଡିଶା ବାଘର ଝିଅ ବାଘୁଣୀ କହି ପ୍ରତି ସଭାସମିତି ରେ ନିଜର ମନ୍ତବ୍ୟ ରଖୁଥିବା ବେଳେ ଏହାକୁ ସହଜରେ ଗ୍ରହଣ କରି ପାରୁନାହାନ୍ତି ବ୍ରହ୍ମଗିରି ଜନତା l ଏହାର ଠୋସ ପ୍ରମାଣ ହେଉଛି ଗତକାଲି ସନ୍ଧ୍ୟାରେ ବଡ ବେଣାକୁଦି ଗ୍ରାମପଞ୍ଚାୟତ ଓ ଧରଣୀକୁଦି ରେ ଶତାଧିକ ବିଜେପି କର୍ମୀ ବିଜେଡି ରେ ମିଶିଥିଲେ l ଗତକାଲି ସନ୍ଧ୍ୟାରେ ବେଣାକୁଦି ଗ୍ରାମପଞ୍ଚାୟତ ର ପୂର୍ବତନ ସରପଞ୍ଚ ଲଷ୍ମୀଧର ବରାଳ ଏବଂ ଧରାଣୀକୁଦି ପଞ୍ଚାୟତ ର ପୂର୍ବତନ ସରପଞ୍ଚ ଅଜୟ ନାୟକ ଙ୍କ ନେତୃତ୍ୱ ରେ ଶତାଧିକ ବିଜେପି କର୍ମୀ ବିଜେଡି ରେ ଯୋଗଦାନ କରିଥିଲେ l ଏଠାରେ ଗଣମାଧ୍ୟମ ପ୍ରଶ୍ନର ଉତ୍ତର ରେ ବ୍ରହ୍ମଗିରି ବିଜୁ ଜନତା ଦଳ ବିଧାୟକ ପ୍ରାର୍ଥୀ ଉମାକାନ୍ତ ସାମନ୍ତରାୟ କହିଥିଲେ ସିଏ ମୋ ଝିଅ ବୟସ ର ମୁଁ ତା ସହିତ ଲଡ଼ୁନି ମୁଁ ଲଢୁଛି ଭାରତୀୟ ଜନତା ପାର୍ଟି ସହିତ ତେଣୁ ଏଠାରେ ଲଢେଇ ବିଜେଡି ସହିତ ବିଜେପି ର ଏଠାରେ ବାପ ଝିଅ ଲଢେଇ ଅସମ୍ଭବ l ଆଗକୁ ଦେଖିବାକୁ ବାକି ରହିଲା ବ୍ରହ୍ମଗିରି ନିର୍ବାଚନ ଜିତୁଛି କିଏ ଉପାସନା ନା ଉମାକାନ୍ତ ସାମନ୍ତରାୟ l
(ପୁରୀରୁ ରମେଶ ସାହୁଙ୍କ ରିପୋର୍ଟ)