ବିଭିନ୍ନ ଅନୁଷ୍ଠାନରେ ମଧୁବାବୁ ଜୟନ୍ତୀ ପାଳିତ

anus
Share


ବୁଗୁଡା : ତା ୨୮/୦୪/୨୪ : ବୁଗୁଡ଼ା ଅଞ୍ଚଳର ବିଭିନ୍ନ ଅନୁଷ୍ଠାନ ପକ୍ଷରୁ ମଧୁବାବୁ ଜୟନ୍ତୀ ପାଳିତ ହୋଇଯାଇଛି । ସ୍ଥାନୀୟ ପିପୁଲ୍ସ କଲେଜର ଓଡ଼ିଆ ଭାଷା ଓ ସାହିତ୍ୟ ବିଭାଗ ପକ୍ଷରୁ ଅଧ୍ଯକ୍ଷ ହରିକୃଷ୍ଣ ନାୟକଙ୍କ ପୌରହିତ୍ଯରେ ମଧୁବାବୁଙ୍କ ଜୟନ୍ତୀ ପାଳନ ଉତ୍ସବରେ ଅତିଥି ଭାବେ ଅଧ୍ଯାପକ କିଶୋର ଶବର , ଅକ୍ଷୟ କୁମାର ସାହୁ , ପ୍ରଦୀପ କୁମାର ଦାଶ ଓ ସଞ୍ଜୟ କୁମାର ପ୍ରଧାନ ପ୍ରମୁଖ ଯୋଗ ଦେଇ ସ୍ବତନ୍ତ୍ର ଉତ୍କଳ ପ୍ରଦେଶ ଗଠନରେ ମଧୁବାବୁଙ୍କ ଭୂମିକା , ଓଡିଆ ଅସ୍ମିତାର ପ୍ରତୀକ ମଧୁବାବୁ , ସାହିତ୍ୟିକ ମଧୁବାବୁ , ମଧୁବାବୁଙ୍କ ସମୟର ଓଡିଶା ଓ ରାଜନୈତିକ ଅବସ୍ଥା ଆଦି ପ୍ରସଙ୍ଗ ଗୁଡିକ ଉପରେ ଆଲୋକପାତ କରିଥିଲେ । ଅଧ୍ଯାପକ ହିମାଂଶୁ ଶେଖର ରଥଙ୍କ ଆବାହକତ୍ବରେ ଆୟୋଜିତ ଉକ୍ତ କାର୍ଯ୍ୟକ୍ରମକୁ ଅଧ୍ଯାପକ ଦୁଷ୍ମନ୍ତ ପ୍ରଧାନ ପରିଚାଳନା କରିଥିଲେ । ସେହିପରି ବୁଗୁଡ଼ା ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିର ପକ୍ଷରୁ ସ୍ବପରିସରରେ ପରିଚାଳନା ସଭାପତି ବ୍ରଜ କିଶୋର ପାଢ଼ୀଙ୍କ ପୌରହିତ୍ଯରେ ମଧୁବାବୁଙ୍କ ଜୟନ୍ତୀ ପାଳିତ ହୋଇଯାଇଥିବା ବେଳେ ବାଲିପଦର ବରିଷ୍ଠ ନାଗରିକ ମଞ୍ଚ ପକ୍ଷରୁ ସଭାପତି ବିପ୍ର ଚରଣ ପାତ୍ରଙ୍କ ପୌରାହିତ୍ୟରେ ଉତ୍କଳ ଗୌରବ ମଧୁସୂଦନ ଦାସଙ୍କ ଜୟନ୍ତୀ ପାଳନ ଅବସରରେ ଏକ ଆଲୋଚନାଚକ୍ର ଅନୁଷ୍ଠିତ ହୋଇଥିଲା ।

You may have missed