November 15, 2024

କୋରାପୁଟ “ପରବ” ଦୁଧାରୀ ମାଉଲୀମାଁ ମନ୍ଦିର ରୁ ଶୁଭାରମ୍ଭ—-

Share

 

କୋରାପୁଟ( ହରିଶ୍ ପଟ୍ଟନାୟକ)କୋରାପୁଟ ଜିଲ୍ଲା ଐତିହାସିକ ଆଦିବାସୀ ସଂସ୍କୃତି ଓ ପରମ୍ପରାକୁ ନେଇ ପ୍ରତି ବର୍ଷ ଭଳି ଚଳିତ ବର୍ଷ ଜାତୀୟ ସ୍ତରୀୟ ଆଦିବାସୀ ସାଂସ୍କୃତିକ ମହୋତ୍ସବ “ପରବ” ୨୦୨୪ ଶୁଭାରମ୍ଭ ହୋଇଯାଇଛି।କୋରାପୁଟର ନିଶାଣୀମୁଣ୍ଡା ଠାରେ ପରମ୍ପରା ଅନୁସାରେ ପୂଜାର୍ଚ୍ଚନା ପରେ ସେମିଳିଗୁଡା ବ୍ଲକ ଅନ୍ତର୍ଗତ ଦୁଧାରୀ ମାଉଲିମାଁ ମନ୍ଦିର ଠାରେ ପରବର ଶୁଭାରମ୍ଭ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ କୋରାପୁଟ ସାଂସଦ ସପ୍ତଗିରି ଶଙ୍କର ଉଲ୍ଲାକା ଯୋଗ ଦେଇଥିବା ବେଳେ, ସମ୍ମାନୀତ ଅତିଥି ରୂପେ ଜୟପୂର ବିଧାୟକ ତାରାପ୍ରସାଦ ବାହିନୀପତି, ପଟ୍ଟାଙ୍ଗି ବିଧାୟକ ରାମଚନ୍ଦ୍ର କାଡାମ୍,କୋରାପୁଟ ବିଧାୟକ ରଘୁରାମ ମାଛ, ଲକ୍ଷ୍ମୀପୁର ବିଧାୟକ ପବିତ୍ର ସାଉଁତା, ଜିଲ୍ଲା ପରିଷଦ ସଭାପତି ସସ୍ମିତା ମେଲକା, ଉପାଧ୍ୟକ୍ଷ ରାଧ ବିନୋଦ ସାମନ୍ତରାୟ,ଜିଲ୍ଲାପାଳ ଭି.କୀର୍ତ୍ତି ଭାସନ, ଏସ.ପି.ରୋହିତ ବର୍ମା ଙ୍କ ସମେତ ଅନ୍ୟାନ୍ୟ ସର୍ବ ଦଳୀୟ ନେତା ଏବଂ ଜିଲ୍ଲାର ସମସ୍ତ ପଦାଧିକାରୀ ମାନେ ଉପସ୍ଥିତ ଥିଲେ। ଦୁଧାରୀ ମାଉଲୀମାଁ ମନ୍ଦିର ନିକଟରୁ ମଶାଲ ଶୋଭାଯାତ୍ରା ବାହାରି ପରେ ଏକ ସଭା କରାଯାଇ ପୋଷ୍ଟର ଏବଂ ଷ୍ଟିକର ଉନ୍ମୋଚନ କରଯାଇଥିଲା । ଚଳିତବର୍ଷ ଗ୍ରାମ ପଞ୍ଚାୟତ ସ୍ତରରେ ମଧ୍ୟ ପରବ ଆୟୋଜନ କରାଯିବା ସହିତ ବ୍ଲକ ଓ ମୁନିସପାଲଟି ଏବଂ ଡିସେମ୍ବର ୧୪ ତାରିଖରେ ରଙ୍ଗବାଲିକୁମ୍ଭା ସ୍ଥିତ ନୂତନ ପରବ ପଡିଆ ଠାରେ ମୁଖ୍ୟ ସମାରୋହ ଅନୁଷ୍ଠିତ ହେବ। ଏହି କ୍ରମରେ ବିଭିନ୍ନ ରାଜନୈତିକ ଦଳର ନେତୃବୃନ୍ଦଙ୍କ ସମେତ ଜିଲ୍ଲା ଓ ବ୍ଲକ ସ୍ତରୀୟ କାର୍ଯ୍ୟକର୍ତ୍ତାଙ୍କ ସହ ଦୁଇ ହଜାର ରୁ ଉର୍ଦ୍ଧ୍ୱ ଜନସାଧାରଣ ଯୋଗ ଦେଇଥିଲେ ।