May 10, 2026

ପି ଏମ ଶ୍ରୀ ଯୋଜନା ରେ ଖେଳ କୁଦ ପ୍ରତିଯୋଗିତା ଅନୁଷ୍ଠିତ ..

IMG-20250406-WA0017
Share

 

 

ଚାନ୍ଦିପୁଟ -ମୋହନା ବ୍ଲକ ଅନ୍ତର୍ଗତ ସରକାରୀ ନୋଡାଲ ଉନ୍ନୀତ ଉଚ୍ଚ ବିଦ୍ୟାଳୟ ଶିକୁଳିପଦର ଠାରେ ଗତ ୪ ଏବଂ ୫ ଦୁଇ ଦିନ ବ୍ୟାପି

ପି ଏମ ଶ୍ରୀ ଯୋଜନା ମାଧ୍ୟମରେ ବାର୍ଷିକ ଖେଳ କୁଦ ପ୍ରତିଯୋଗିତା ବିଦ୍ୟାଳୟର ପ୍ରଧାନ ଶିକ୍ଷୟତ୍ରୀ ସୁଭଦ୍ରା ଦେବୀ ଙ୍କ ଅଧକ୍ଷତା ରେ ଅନୁଷ୍ଠିତ ହୋଇଯାଇଛି। ଏହି ପ୍ରତିଯୋଗିତା ର ଉଦଘାଟନୀ ଉତ୍ସବରେ ମୋହନା ବ୍ଲକ ଅଧକ୍ଷ ରଞ୍ଜୀବ ଶବର ଯୋଗ ଦେଇଥିବା ବେଳେ ମୁଖ୍ୟବକ୍ତା ରୂପେ ମୋହନା ଗୋଷ୍ଠୀ ଶିକ୍ଷାଧିକାରୀ ନରେନ୍ଦ୍ର ବେହେରା ଯୋଗ ଦେଇଥିଲେ। ସମ୍ମାନୀୟ ଅତିଥି ରୂପେ ସ୍ଥାନୀୟ ସରପଞ୍ଚ ସତ୍ୟନାରାୟଣ ଦଣ୍ଡସେନା ଉପସ୍ଥିତ ଥିଲେ। ଏହି ପ୍ରତିଯୋଗିତାରେ ଦୌଡ, କୁଦ, ଉଚ୍ଚଡିଅଁl, ଲମ୍ବଡିଅଁl, ଖୋ ଖୋ, କବାଡି, ଡ଼ିସ କସ ଥ୍ରୋ, ସଟ୍ ଫୁଟ, ଇତ୍ୟାଦି ଛାତ୍ରୀ ଛାତ୍ର ମାନଙ୍କ ମଧ୍ୟରେ ପ୍ରତିଯୋଗିତା କରାଯାଇଥିଲା। କୃତ୍ତି ଛାତ୍ରୀ ଛାତ୍ର ଙ୍କୁ ମୋହନା ବ୍ଲକ ଅଧକ୍ଷ ରଞ୍ଜୀବ ଶବର ପୁରସ୍କାର ବିତରଣ କରିଥିଲେ। ଏହି ପ୍ରତିଯୋଗିତା କୁ ମୋହନା ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟର କ୍ରୀଡା ଶିକ୍ଷକ ଏମ. ରାଜେନ୍ଦ୍ର କୁମାର ଦୋରା, ଚନ୍ଦ୍ରଗିରି ବାଳକ ଉଚ୍ଚ ବିଦ୍ୟାଳୟର କ୍ରୀଡା ଶିକ୍ଷକ ସୁଶାନ୍ତ କୁମାର ପ୍ରଧାନ, କର୍ଚ୍ଚବାଡ଼ି ଉଚ୍ଚ ବିଦ୍ୟାଳୟର କ୍ରୀଡା ଶିକ୍ଷକ ଜ୍ଞାନ ସାହୁ ପ୍ରମୁଖ ପରିଚାଳନା କରିଥିଲେ। ଏହି ପ୍ରତିଯୋଗିତା କୁ ବରିଷ୍ଠ ଶିକ୍ଷକ ବାଳକୃଷ୍ଣ ବାଘସିଂ ଏବଂ ବିଦ୍ୟାଳୟର ସମସ୍ତ ଶିକ୍ଷୟତ୍ରୀ ଶିକ୍ଷକ ସହଯୋଗ ରେ ପ୍ରତିଯୋଗିତା ସମ୍ପନ୍ନ ହୋଇଥିଲା।