September 19, 2026

ସାହାରପଡାରେ ମା ବାସନ୍ତୀ ଦୁର୍ଗାପୂଜା ଅନୁଷ୍ଠିତ 

IMG-20250406-WA0005
Share

 

 

କେନ୍ଦୁଝର : (ରତି ରଞ୍ଜନ ମହାନ୍ତ )କେନ୍ଦୁଝର ଜିଲ୍ଲା ସାହାରପଡା ଦୁର୍ଗା ମଣ୍ଡପରେ ମା ବାସନ୍ତୀ ଦୁର୍ଗା ପୂଜା ୧୧ ବର୍ଷ ଧରି ବେଶ ଧୁମଧାମ ସହ ପାଳିତ ହୋଇ ଆସୁଛି l ଚଳିତ ବର୍ଷ ମଧ୍ୟ୍ୟ ଘଟ ପୂଜା, ବେଲ ବରଣୀ ପରେ ମଣ୍ଡପରେ ରୀତିନୀତି ଅନୁଯାଇ ପୂଜା କାର୍ଯ୍ୟ ଚାଲୁ ରହିଅଛି l ପ୍ରତେକ ସନ୍ଦ୍ୟାରେ ମା ଙ୍କ ଆଳତି ଲାଗି ହେଉଥିବା ବେଳେ ଶ୍ରଦ୍ଧାଳୁଙ୍କ ବେଶ ଭିଡ଼ ଯାଉଥିବା ଦେଖିବାକୁ ମିଳିଛି l ମଣ୍ଡପରେ ପୂଜା ସଂକଳ୍ପରେ ଯୁଧିଷ୍ଠିର ମହାନ୍ତ,ଏବଂ ତାଙ୍କ ସ୍ତ୍ରୀ ପ୍ରେମ ଲତା ମହାନ୍ତ ଥିବା ବେଳେ ୱେଷ୍ଟ ବେଙ୍ଗଲ ପୂର୍ବ ମେଦେନାପୁର ଅଞ୍ଚଳର ବ୍ରଜକିଶୋର ନନ୍ଦଙ୍କ ସହ ଅନ୍ୟ ନନା ମାନେ ସାମିଲ ହୋଇ ମାଙ୍କ ଚଣ୍ଡୀ ପାଠ କରୁଛନ୍ତି l ୱେଷ୍ଟ ବେଙ୍ଗଲ ର ମୂର୍ତ୍ତି ଶିଳ୍ପୀ ସୀତାରାମ ଦାସ ମାଙ୍କ ଏପରି ଗଢି ତୋଳିଛନ୍ତି,ଯେମିତି କି ଶ୍ରଦ୍ଧାଳୁ ଦର୍ଶନ କରିବା ସମୟ ରେ ଘଡ଼ିଏ ଅଟକି ରହି ଯାଉଛନ୍ତି l ମା ବାସନ୍ତୀ ପୂଜା ଆୟୋଜକ ଭାବେ ରଥୁ ମହାନ୍ତ ଥିବା ବେଳେ ବଳରାମ ସେଠି, ଚତୁରା ନାଏକ, ମାନସ ରଞ୍ଜନ ମହାନ୍ତ, ପପି ଖଟୁଆ, ରତି ରଞ୍ଜନ ଙ୍କ ସହ ଅନ୍ୟ ସଦସ୍ୟ ମାନେ ସମ୍ପୂର୍ଣ ସହଯୋଗ କ୍ରମେ ମାଙ୍କ ପୂଜା ପାଳିତ ହେଉଯାଉଛି l

You may have missed