April 27, 2026

ସଂଗଠନ ପର୍ବ ‘ସଦସ୍ୟତା ଅଭିଯାନ-୨୦୨୪’ ଅନୁଷ୍ଠିତ। 

IMG-20241027-WA0041
Share

 

 

ବୋଲଗଡ଼,(ଉପାନ୍ତ ଖବର): ବୋଲଗଡ଼ ନନ୍ଦିଘୋଷ ଭବନ ପରିସରରେ ବୋଲଗଡ଼ ବ୍ଳକ୍ ର ଭାଜପା କର୍ମକର୍ତ୍ତା ମାନଙ୍କୁ ନେଇ ସଦସ୍ୟତା ଅଭିଯାନ-୨୦୨୪ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ ମୁଖ୍ୟ ଅତିଥି ଭୁବନେଶ୍ଵର ସାଂସଦ ଅପରାଜିତା ଷଡ଼ଙ୍ଗୀ, ଖୋର୍ଦ୍ଧା ବିଧାୟକ ପ୍ରସାନ୍ତ ଯଗଦେବ ଓ ବେଗୁନିଆ ବୋଲଗଡ଼ ନେତୃ ମଣ୍ଡଳୀ ଓ ବହୁ ଯୁବ ଛାତ୍ର ଯୋଗ ଦେଇଥିଲେ।

 

ଏହି ଅବସରରେ ଉଭୟ ଦୁଇଟି ବ୍ଳକ୍ ବେଗୁନିଆ, ବୋଲଗଡ଼ ରେ ସଦସ୍ୟତା ଅଭିଯାନକୁ ତ୍ୱରାନ୍ୱିତ କରିବା ପାଇଁ ଆହ୍ବାନ ଦେବାସହ ଓ ପଞ୍ଚାୟତ ନିର୍ବାଚନ ରେ ଦୁଇଟି ବ୍ଳକ୍ ଦଖଲ କରିବା ଏବଂ ଖୋର୍ଦ୍ଧା ବିଜୁ ଜନତା ଦଳ ଗଡ଼ ଭୁସୁଡ଼ିବା ପରି ୨୦୨୪ ରେ ବେଗୁନିଆ ନିର୍ବାଚନ ମଣ୍ଡଳୀରେ ବିଜେଡ଼ି ଗଡ଼ ଭାଙ୍ଗି ଭାଜପା ପ୍ରାର୍ଥୀଙ୍କୁ ଜିତାଇବା ନିମନ୍ତେ ସଙ୍ଗଠନ କୁ ଆହୁରି ସୁଦୃଢ଼ କରିବା ପାଇଁ ଉପସ୍ଥିତ ସମସ୍ତ ନେତୃ ମଣ୍ଡଳୀ ଓ କର୍ମକର୍ତ୍ତାଙ୍କୁ ଆହ୍ବାନ ଦେଇଥିଲେ

 

ରିପୋର୍ଟ-ସୁଶାନ୍ତ କୁମାର ପ୍ରଧାନ।