June 17, 2024

ବିପର୍ଯ୍ୟୟ ପରିଚାଳନା ପ୍ରସ୍ତୁତି ବୈଠକ 

Share

ବିପର୍ଯ୍ୟୟ ପରିଚାଳନା ପ୍ରସ୍ତୁତି ବୈଠକ
ବୁଗୁଡା : ତା ୨୭/୦୯/୨୩ : ବୁଗୁଡ଼ା ପଞ୍ଚାୟତ ସମିତି କାର୍ଯ୍ୟାଳୟ ଠାରେ ବୁଧବାର ଦିନ ବ୍ଲକ ସ୍ତରୀୟ ଓ ଗ୍ରାମ ପଞ୍ଚାୟତ ସ୍ତରୀୟ ବିପର୍ଯ୍ୟୟ ପରିଚାଳନା ସମ୍ପର୍କରେ ଏକ ଦିବସୀୟ କର୍ମଶାଳା ଅନୁଷ୍ଠିତ ହୋଇ ଅଛି ।    ବୁଗୁଡା ଗୋଷ୍ଠୀ ଉନ୍ନୟନ ଅଧିକାରୀ ସନ୍ତୋଷ କୁମାର ଜେନାଙ୍କ ସଭାପତିତ୍ବରେ ଅନୁଷ୍ଠିତ ଉକ୍ତ ଶିବିରରେ ତହସିଲଦାର ତାପସ ରାଉତ, ସିଡିପିଓ ବବିତା କୁମାରୀ ପଣ୍ଡା , ଥାନା ଏସ୍ଆଇ ସମିର କୁମାର ସେଠୀ ,ଅଗ୍ନିଶମ ଅଧିକାରୀ ସଂଜୟ କୁମାର ରାଉତ ,  ଜିଲ୍ଲା ବିପର୍ଯ୍ୟୟ ପରିଚାଳନା ପ୍ରକଳ୍ପ ଅଧିକାରୀ ଦେବେନ୍ଦ୍ର ନାୟକ ଓ ବ୍ଲକ ସହ ନିର୍ବାହୀ ଯନ୍ତ୍ରୀ ସସ୍ମିତା କରଙ୍କ ସମେତ ସମସ୍ତ ଲାଇନ ଡିପାର୍ଟମେଣ୍ଟର ଅଧିକାରୀମାନେ ଶିବିରରେ ଉପସ୍ଥିତ ରହିଥିଲେ । ଶିବିରରେ ବନ୍ଯା, ବାତ୍ଯା ଓ ମରୁଡି ଭଳି ପ୍ରାକୃତିକ ବିପର୍ଯ୍ୟୟ ପରିସ୍ଥିତିରେ ମୁକାବିଲା କରିବା ପାଇଁ ବ୍ଲକ ସ୍ତରୀୟ ଓ ଗ୍ରାମ ପଞ୍ଚାୟତ ସ୍ତରୀୟ ପ୍ଲାନ ପ୍ରସ୍ତୁତି ସଂପର୍କରେ ଆଲୋଚନା କରିବା ସହ ବିପର୍ଯ୍ୟୟ ପୂର୍ବରୁ, ବିପର୍ଯ୍ୟୟ ସମୟରେ ଓ ବିପର୍ଯ୍ୟୟ ପରେ କିପରି ମୁକାବିଲା କରାଯିବ ସେ ସମ୍ପର୍କରେ ସମସ୍ତ ବିଭାଗୀୟ ଅଧିକାରୀମାନଙ୍କୁ ସୂଚନା ପ୍ରଦାନ ଯାଇଥିଲା । ବ୍ଳକ ନୋଡାଲ ଅଧିକାରୀ ମନୋଜ କୁମାର ସାହୁ ଶିବିରକୁ ପରିଚାଳନା କରିଥିଲେ।

You may have missed