April 25, 2026

କୁକୁଡ଼ାଖଣ୍ତି ବ୍ଲକ ସ୍ତରୀୟ ଜନଶୁଣାଣୀ ଶିବିର

IMG-20230727-WA0028
Share

କୁକୁଡ଼ାଖଣ୍ତି ବ୍ଲକ ସ୍ତରୀୟ ଜନଶୁଣାଣୀ ଶିବିର
କୁକୁଡ଼ାଖଣ୍ତି ପଞ୍ଚାୟତ ସମିତି ସଭାଗୃହରେ ଗୁରୁବାର ଦିନ ବ୍ଲକ ସ୍ତରୀୟ ମହାତ୍ମାଗାନ୍ଧୀ ଜାତୀୟ ଗ୍ରାମୀଣ କର୍ମନି ୟୁକ୍ତି ଯୋଜନାର ସମୀକ୍ଷା ଅନୁଷ୍ଠିତ ହୋଇଯାଇଛି । ଏଥିରେ ବ୍ଲକ ଗୋଷ୍ଠୀ ଉନ୍ନୟନ ଅଧିକାରୀ ଡ଼ଃ ପଲ୍ଲବୀ ସ୍ୱାଇଁଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବୈଠକରେ ପଞ୍ଚାୟତ ସମିତି ଅଧିନସ୍ଥ ବିଭିନ୍ନ ବିଭାଗର ଅଧିକାରୀ ଓ ପଦସ୍ଥ କର୍ମଚାରୀମାନେ ଉପସ୍ଥିତ ରହି ମନରେଗା ମାଧ୍ୟମରେ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଯୋଜନାରେ କେତେଦୂର କାର୍ଯ୍ୟ ସମ୍ପୂର୍ଣ୍ଣ ହୋଇଛି ସେସବୁର ସମୀକ୍ଷା କରାଯିବା ସହ ସମସ୍ତ ଜନପ୍ରତିନିଧି ମାନଙ୍କୁ ସୂଚନା ପ୍ରଦାନ କରି ବିଭାଗୀୟ କର୍ମଚାରୀମାନଙ୍କୁ ତୁରନ୍ତ ସାତଦିନ ଭିତରେ ସମସ୍ୟା ଥିବା କାମକୁ ତ୍ୱରାନ୍ବିତ କରିବାକୁ ଗୋଷ୍ଠୀ ଉନ୍ନୟନ ଅଧିକାରୀ ପଲ୍ଲବୀ ସ୍ୱାଇଁ ନିର୍ଦ୍ଦେଶ ଦେଇଥିଲେ । ଏହି ବୈଠକରେ ଅତିରିକ୍ତ ଉପଜିଲ୍ଲାପାଳ ଶୁଭଶ୍ରୀ ରଥ ଯୋଗଦେଇ ବିଭିନ୍ନ ପଞ୍ଚାୟତର ଏମ୍ ଜି ନରେଗା ସମ୍ପର୍କରେ ଆଲୋଚନା କରିଥିଲେ। ସାମାଜିକ ସମୀକ୍ଷାରେ କାର୍ଯ୍ୟ କରୁଥିବା ଡିଏସ୍ଏ ଡ଼ଃ.ରବିନ୍ଦ୍ର ମଲାଣ ବିଭିନ୍ନ ସମସ୍ୟା ସମ୍ପର୍କରେ ଆଲୋଚନା କରିଥିଲେ। ଏଥିରେ କୁକୁଡ଼ାଖଣ୍ତି ପଞ୍ଚାୟତ ସମିତି ଅଧ୍ୟକ୍ଷ କାମାକ୍ଷା ପ୍ରସାଦ ପାତ୍ର , ସହକାରୀ ନିର୍ବାହୀ ଯନ୍ତ୍ରୀ ଇଂ. ଅନୁରାଗ ରଥ , ବ୍ଲକ ଉପାଧ୍ୟକ୍ଷା ବିଷ୍ଣୁପ୍ରିୟା ପାତ୍ର, ଗୋଷ୍ଠୀ ସାମାଜିକ ସୁରକ୍ଷା ଅଧିକାରୀ ମନୋଜ କୁମାର ପ୍ରଧାନଙ୍କ ସମେତ ୨୨ଟି ଗ୍ରାମପଞ୍ଚାୟତର ସରପଞ୍ଚ, ସମିତିସଭ୍ୟ , ଜିଆରଏସ୍,ଗ୍ରାମ ସେବକମାନେ ଏହି କାର୍ଯ୍ୟକ୍ରମରେ ଅଂଶ ଗ୍ରହଣ କରିଥିଲେ। କୁକୁଡ଼ାଖଣ୍ତି ରୁ ପି.କୃଷ୍ଣମୂର୍ତ୍ତିଙ୍କ ରିପୋର୍ଟ