May 28, 2026

ରାଜ୍ୟରେ ବିଜୁଳି ଅବ୍ୟବସ୍ଥାକୁ ନେଇ ଚାରିଆଡ଼େ ଆନ୍ଦୋଳନ, ହେଲେ ପ୍ରଥମଥର ପାଇଁ ଅଚଳ ହୋଇଗଲା ଓଇଆରସି

IMG-20260527-WA0000
Share

ବଡ଼ କଥା ହେଉଛି, ଗତ ସପ୍ତାହରେ ଓଇଆରସିର ସହ ଯାନ୍ତ୍ରିକ ସଦସ୍ୟ ସୁଶାନ୍ତରାୟ ମହାପାତ୍ର ଅବସର ନେଇଥିଲେ। ତିନି ସଦସ୍ୟ ବିଶିଷ୍ଟ ଆୟୋଗରେ ବର୍ତ୍ତମାନ କେବଳ ଜଣେ ନ୍ୟାୟିକ ସଭ୍ୟ ବିଶ୍ବଜିତ ମହାନ୍ତି ଅଛନ୍ତି। ବିଧି ଓ ନିୟମ ଅନୁସାରେ, ଜଣେ ସଭ୍ୟ ଦ୍ବାରା କୌଣସି ନିର୍ଦ୍ଦେଶ ବା ଆଦେଶ କରାଯାଇପାରିବ ନାହିଁ ଅଥବା ମାମଲାର ଶୁଣାଣି କରାଯାଇପାରିବ ନାହିଁ। ଅର୍ଥାତ୍ ସମ୍ପୂର୍ଣ୍ଣ ଭାବେ ଅଚଳ ହୋଇଯାଇଛି ଓଡ଼ିଶା ବିଦ୍ୟୁତ୍‌ ନିୟାମକ ଆୟୋଗ।

*ରାଜ୍ୟରେ ବିଜୁଳି ଅବ୍ୟବସ୍ଥାକୁ ନେଇ ଚାରିଆଡ଼େ ଆନ୍ଦୋଳନ, ହେଲେ ପ୍ରଥମଥର ପାଇଁ ଅଚଳ ହୋଇଗଲା ଓଇଆରସି*

ଏକପ୍ରକାର ଅଚଳ ହୋଇଗଲା ଓଡ଼ିଶା ବିଦ୍ୟୁତ୍ ନିୟାମକ ଆୟୋଗ। ସୋମବାର ଅଧ୍ୟକ୍ଷ ପକ୍ଷରୁ ପ୍ରଦୀପ ଜେନା ଇସ୍ତଫା ଦେବା ପରେ ଏବେ ଆୟୋଗରେ ଜଣେ ମାତ୍ର ସଦସ୍ୟ ଅଛନ୍ତି। ବିଧି ଅନୁସାରେ, ଜଣେ ସଦସ୍ୟଙ୍କୁ ନେଇ ହୋଇପାରିବ ନାହିଁ ଶୁଣାଣି। ପୂର୍ବରୁ ଦୁର୍ନୀତି ରୋକିବା ଲାଗି ଉଦ୍ଦିଷ୍ଟ ଅନ୍ୟତମ ସ୍ବାଧୀନ ସଂସ୍ଥା ଲୋକାୟୁକ୍ତ ମଧ୍ୟ ଅଚଳ ପ୍ରାୟ ପଡ଼ିଛି।

ଓଇଆରସି ବା ଓଡ଼ିଶା ବିଦ୍ୟୁତ୍‌ ନିୟାମକ ଆୟୋଗ। ଓଡ଼ିଶା ସରକାରଙ୍କ ଦ୍ୱାରା ଗଠିତ ସ୍ୱାଧୀନ ଏବଂ ସାମ୍ବିଧାନିକ ସଂସ୍ଥା। ଯାହା ରାଜ୍ୟର ବିଦ୍ୟୁତ୍‌ କ୍ଷେତ୍ରକୁ ପରିଚାଳନା ଓ ନିୟନ୍ତ୍ରଣ କରିଥାଏ। ହେଲେ ଘନଘନ ବିଦ୍ୟୁତ୍‌ କାଟ୍ ଭିତରେ ଏ ଖବର ଆପଣଙ୍କ ଚିନ୍ତାକୁ ବଢ଼ାଇ ଦେବ। କାରଣ ଆପଣଙ୍କୁ ବିଦ୍ୟୁତ୍‌ ସେବାର ଦାୟିତ୍ବ ନେଇଥିବା ଏ ସଂସ୍ଥାଟିକୁ ପଙ୍ଗୁ କରିଦିଆଯାଇଛି। ସିଧା କହିବାକୁ ଗଲେ, ଏ ବ୍ୟବସ୍ଥା ପୂରା ଅଚଳ ହୋଇଯାଇଛି। ହଠାତ ପ୍ରଦୀପ ଜେନା ଓଇଆରସିର ଅଧ୍ୟକ୍ଷ ପଦରୁ ଇସ୍ତଫା ଦେଇଛନ୍ତି। ହେଲେ କାହିଁକି ଦେଲେ? ଏହା ପଛର କାରଣ କ’ଣ? ଜଣାପଡ଼ିନାହିଁ। କିନ୍ତୁ ସରକାର ତାଙ୍କ ଇସ୍ତଫାପତ୍ରକୁ ତତ୍କାଳ ଗ୍ରହଣ କରିଛନ୍ତି।

ବଡ଼ କଥା ହେଉଛି, ଗତ ସପ୍ତାହରେ ଓଇଆରସିର ସହ ଯାନ୍ତ୍ରିକ ସଦସ୍ୟ ସୁଶାନ୍ତରାୟ ମହାପାତ୍ର ଅବସର ନେଇଥିଲେ। ତିନି ସଦସ୍ୟ ବିଶିଷ୍ଟ ଆୟୋଗରେ ବର୍ତ୍ତମାନ କେବଳ ଜଣେ ନ୍ୟାୟିକ ସଭ୍ୟ ବିଶ୍ବଜିତ ମହାନ୍ତି ଅଛନ୍ତି। ବିଧି ଓ ନିୟମ ଅନୁସାରେ, ଜଣେ ସଭ୍ୟ ଦ୍ବାରା କୌଣସି ନିର୍ଦ୍ଦେଶ ବା ଆଦେଶ କରାଯାଇପାରିବ ନାହିଁ ଅଥବା ମାମଲାର ଶୁଣାଣି କରାଯାଇପାରିବ ନାହିଁ। ଅର୍ଥାତ୍ ସମ୍ପୂର୍ଣ୍ଣ ଭାବେ ଅଚଳ ହୋଇଯାଇଛି ଓଡ଼ିଶା ବିଦ୍ୟୁତ୍‌ ନିୟାମକ ଆୟୋଗ।

ଖାଲି ଓଇଆରସି ନୁହେଁ, ଆଉଏକ ସାମ୍ବିଧାନିକ ସଂସ୍ଥା ହେଉଛି ଲୋକାୟୁକ୍ତ। ଦୁର୍ନୀତିଖୋରଙ୍କୁ ଦଣ୍ଡ ଦେଉଥିବା ଲୋକାୟୁକ୍ତ ସଂସ୍ଥା ପଙ୍ଗୁ ହୋଇପଡ଼ିଛି। ଗତ ୨ ବର୍ଷ ହେବ ଲୋକାୟୁକ୍ତ ଅଧ୍ୟକ୍ଷଙ୍କ ନିଯୁକ୍ତିର ନାଁ ଗନ୍ଧ ନାହିଁ। କୌଣସି ସଦସ୍ୟଙ୍କ ବିନା ଲୋକାୟୁକ୍ତ କାର୍ୟ୍ୟାଳୟ ଏବେ ଖାଁ ଖାଁ। ଲୋକାୟୁକ୍ତ ନଥିବାରୁ ହଜାର ହଜାର ଦୁର୍ନୀତି ମାମଲା ବିଚାର ନହୋଇ ପଡି ରହିଛି। ନିୟମ ଅନୁସାରେ, ଲୋକାୟୁକ୍ତଙ୍କ କାର୍ୟ୍ୟକାଳ ସରିବାର ୩ ମାସ ପୂର୍ବରୁ ସର୍ଚ୍ଚ କମିଟି ହୋଇଥାଏ, ଏହି କମିଟି ଲୋକାୟୁକ୍ତ ଓ ସଦସ୍ୟଙ୍କ ନିଯୁକ୍ତି ନେଇ ସରକାରଙ୍କୁ ସୁପାରିସ କରିଥାଏ, ହେଲେ ଏ ପ୍ରକ୍ରିୟା ଆରମ୍ଭ ହୋଇନାହିଁ।

ଏ ଦୁଇଟି ପ୍ରମୁଖ ସଂସ୍ଥାକୁ ଅବହେଳାର ପ୍ରଭାବ ଯେ ଭୀଷଣ ହେବ, ଏକଥା ସରକାର ହେଜିପାରିନାହାନ୍ତି।