May 27, 2026

ସ୍ୱତନ୍ତ୍ର ସଘନ ସଂଶୋଧନ ନିମନ୍ତେ ତାଲିମ ଅନୁଷ୍ଠିତ

IMG-20260526-WA0058
Share

 

ରାୟଗଡ଼ ଜିଲ୍ଲା ନିର୍ବାଚନ ଅଧିକାରୀ ତଥା ଜିଲ୍ଲାପାଳ ଶ୍ରୀଯୁକ୍ତ ଆଶୁତୋଷ କୁଳକର୍ଣି ଭା ପ୍ର ସେ ଙ୍କ ନିର୍ଦ୍ଦେଶ କ୍ରମେ ରାୟଗଡ଼ ବ୍ଲକ ପରିସରରେ ସ୍ୱତନ୍ତ୍ର ସଘନ ସଂଶୋଧନ – ଏସ ଆଇ ଆର ନିମନ୍ତେ ବୁଥ ସ୍ତରୀୟ ଅଧିକାରୀ ଓ ସୂପରଭାଇଜରଙ୍କ ତାଲିମ ଶିବିର ଅନୁଷ୍ଠିତ ହୋଇଯାଇଅଛି। ଉପଜିଲ୍ଲାପାଳ ରମେଶ କୁମାର ଜେନା, ବିଡିଓ ରାୟଗଡ଼ ସୁଜିତ କୁମାର ମିଶ୍ର, ସହକାରୀ ଜିଲ୍ଲାପାଳ କୈଳାଶ ଚନ୍ଦ୍ର ସ୍ୱାଇଁ, ଏବିଡିଓ କାଳୁ ଚରଣ ନାୟକ, ଜିପିଡିଓ ସ୍ମୃତିରେଖା ନାୟକ ଓ ସମ୍ବଳ ଶିକ୍ଷକ ନିଳାଞ୍ଚଳ ମିଶ୍ର ପ୍ରମୁଖ ପ୍ରୋଜେକ୍ଟର ମାଧ୍ୟମରେ ତାଲିମ ପ୍ରଦାନ କରିଥିଲେ। ରାୟଗଡ଼ ବ୍ଲକର ସମସ୍ତ ଏକଶହ ଚଉଦ ଜଣ ବୁଥ ସ୍ତରୀୟ ଅଧିକାରୀ ଓ ସୂପରଭାଇଜର ଏଥିରେ ଅଂଶ ଗ୍ରହଣ କରିଥିଲେ ।

ଏକ ତ୍ରୁଟିଶୂନ୍ୟ ଓ ସୁସ୍ଥ ଭୋଟର ତାଲିକା ପ୍ରସ୍ତୁତି ପାଇଁ ଏହି ସ୍ୱତନ୍ତ୍ର ସଂଶୋଧନ ଅନୁଷ୍ଠିତ। ସମସ୍ତ ଯୋଗ୍ୟ ଭୋଟର ଯେପରି ବାଦ୍ ନପଡ଼ିବେ ଏବଂ ଅଯୋଗ୍ୟ ଭୋଟରଙ୍କୁ ଚିହ୍ନଟ କରିବା ନିମନ୍ତେ ଏହି ସ୍ୱତନ୍ତ୍ର ସଘନ ସଂଶୋଧନ ଅନୁଷ୍ଠିତ ହେଉଥିବା ଉପଜିଲ୍ଲାପାଳ ଶ୍ରୀ ଜେନା କହିଛନ୍ତି। ଆସନ୍ତା ମେ ମାସ ତିରିଶ ତାରିଖ ଠାରୁ ଜୁନ ଅଠେଇଶି ମଧ୍ୟରେ ବୁଥ ସ୍ତରୀୟ ଅଧିକାରୀ ଘରକୁ ଘର ବୁଲି ସର୍ଭେ କରି ସେମାନଙ୍କ ତଥ୍ୟ ଯାଞ୍ଚ କରିବାସହ ନୂତନ ଭୋଟରଙ୍କ ନାମ ଯୋଗ, ଅଯୋଗ୍ୟ ଭୋଟରଙ୍କୁ ବାଦ୍ ନିମନ୍ତେ ଚିହ୍ନଟ କରିବେ ଏବଂ ଭୋଟରଙ୍କ ଆବଶ୍ୟକ ତଥ୍ୟ ସଂଶୋଧନ କାର୍ଯ୍ୟ ମଧ୍ୟ ଜାରି ରହିବ। ଯେଉଁ ଭୋଟର ନିଜର ପରିଗଣନା ଫର୍ମ ବିଏଲଓଙ୍କୁ ଦାଖଲ କରିବେ ନାହିଁ, ସେମାନଙ୍କ ନାମ ଚିଠା ଭୋଟର ତାଲିକାରେ ସ୍ଥାନ ପାଇବ ନାହିଁ। ଆସନ୍ତା ଜୁଲାଇ ପାଞ୍ଚ ତାରିଖ ଦିନ ଚିଠା ଭୋଟର ତାଲିକା ପ୍ରକାଶ ପାଇବା ନିମନ୍ତେ ଦିନ ଧାର୍ଯ୍ୟ ହୋଇଥିବା ଡେପୁଟି କଲେକ୍ଟର ମାନୁଇଲା ପ୍ରିୟଦର୍ଶିନୀ ଅବଗତ କରିଛନ୍ତି। ସହକାରୀ ଜିଲ୍ଲାପାଳ ବିଚିତ୍ରା ସେଠୀଙ୍କ ତତ୍ୱାବଧାନରେ ମଙ୍ଗଳବାର ଦିନ ରାୟଗଡ଼ ବିଧାନସଭା ମଣ୍ଡଳୀର ରାୟଗଡ଼ ଓ କାଶୀପୁର ବ୍ଲକ୍ ତଥା ରାୟଗଡ଼ ପୌରାଞ୍ଚଳରେ ପରିଗଣନା ଫର୍ମମାନ ପହଞ୍ଚିଥିଲା । ସହକାରୀ ଜିଲ୍ଲାପାଳ କୈଳାଶ ଚନ୍ଦ୍ର ସ୍ୱାଇଁ ସମସ୍ତ ବୁଥ ସ୍ତରୀୟ ଅଧିକାରୀଙ୍କୁ ଫର୍ମ ଗୁଡିକର ବଣ୍ଟନର ଦାୟୀତ୍ୱ ନେଇଥିଲେ ।

ଶେଷରେ ସୁସ୍ଥ ଭୋଟର ତାଲିକା ପ୍ରସ୍ତୁତି ନିମନ୍ତେ ଆରମ୍ଭ ହୋଇଥିବା ପ୍ରକ୍ରିୟାରେ ସମସ୍ତ ଜନସାଧାରଣ, ନିର୍ବାଚିତ ପ୍ରତିନିଧି ଏବଂ ବିଭିନ୍ନ ରାଜନୈତିକ ଦଳ ସେମାନଙ୍କ ବୁଥ ସ୍ତରୀୟ ଏଜେଣ୍ଟ ମାଧ୍ୟମରେ ସଂପୂର୍ଣ୍ଣ ସହଯୋଗ ପ୍ରଦାନ ପାଇଁ ଉପଜିଲ୍ଲାପାଳ ଶ୍ରୀ ରମେଶ କୁମାର ଜେନା ଅପିଲ କରିଛନ୍ତି।

ରାୟଗଡା ରୁ ରାବରାଜ ବୈଦ୍ୟଙ୍କ ରିପୋର୍ଟ

You may have missed