May 20, 2024

ଭୋଟ ବିଗାଡିବେ କୀ ଭିଭିଷଣ ତିନି ଦଳରେ ଚାଲିଛି ଭିତିରିଆ ଗେମପ୍ଲାନ

Share

 

କୋରାପୁଟ ଜ଼ିଲ୍ଲା କୋଟପାଡ଼ ବିଧାନ ସଭା ନିର୍ବାଚନ ମଣ୍ଡଳୀ ପାଇଁନବ ଭାରତ ନିର୍ମାଣ ସେବା ପାର୍ଟି ତରଫରୁ କୋଟପାଡ଼ ବ୍ଲକ ଗୁଆଳି ଗ୍ରାମ ର ରାମକୃଷ୍ଣ ପୂଜାରୀ ନାମାଙ୍କନ ପତ୍ର ଦାଖଲ କରିଥିବା ଜଣା ଯାଇଛି I ସେ କୋଟପାଡ଼ ଲେମ୍ପସ ର ନିର୍ଦେଶକ ତଥା ଉପସଭାପତି ଭାବରେ ଦାୟୀତ୍ବ ତୁଲାଇ ଆସୁଥିବାରବେଳେ ତାଙ୍କ ସହ ଧର୍ମିଣୀ ଶ୍ରୀମତୀ ମନମତି ପୂଜାରୀ ଗୁଆଳି ପଞ୍ଚାୟତ ର ସରପଞ୍ଚ ରହିଥିବା ଜଣା ଯାଇଛି. ଶ୍ରୀ ପୂଜାରୀ ଚାଷୀଙ୍କ ସମସ୍ୟା ପାଇଁ ବହୁବାର ସ୍ୱର ଉଠାଇ ଥିବା ନଜିର ରହିଛି I ଶ୍ରୀ ପୂଜାରୀ ଭାଜପାର ର ଜଣେ ଦୃଢ଼ ସଂଘଠକ ଥିଲେ ଏବଂ ବିଜେପି ଶ୍ରୀ ରୁପୁ ଭତରା ଙ୍କୁ ପ୍ରାର୍ଥି ଘୋଷଣା କରିବା ପରେ ସେ ପ୍ରଚାର ମୈଦାନ ରେ ମଧ୍ୟ ଥିଲେ କିନ୍ତୁ କଣ ଏମିତି ଘଟଣା ଘଟି ଗଲା ଯେ ହଟାତ ନବ ଭାରତ ନିର୍ମାଣ ସେବା ପାର୍ଟି ଆଡକୁ ମୁହାଁଇଲେ ବୋଲି ସାଧାରଣ ରେ ଚର୍ଚ୍ଚା ଆରମ୍ଭ ହୋଇଯାଇଛି I ଶାସକ ଦଳ କୁ ସୁହାଇଲା ଭଳି ବିରୋଧୀ ଏଠାରେ ପ୍ରାର୍ଥି ଦେଇଛି ବୋଲି ଚର୍ଚ୍ଚା ସାଧାରଣ ରେ ଥମି ନ ଥିବାର ବେଳେ ଏବେ ବିରୋଧୀଦଳ କୁ ବିଜୟୀ କରିବା ପାଇଁ ଶାସକ ଦଳର ଭିଭିଷଣ ଭୋଟ ବିଗାଡିବା ପାଇଁ କିଛି ଗେମ ପ୍ଲାନ କରି ନାହାନ୍ତି ତ କାରଣ ଗତ ପୌର ନିର୍ବାଚନ ରେ ଏହାର ଜ୍ୱଳନ୍ତ ଉଦାହରଣ ଶାସକ ଦଳକୁ ମିଳିସାରିଛି. ବୋଲି ରାଜନୈତିକ ସମିକ୍ଷକ ସମୀକ୍ଷା କରିବା ଆରମ୍ଭ କରିଦେଇଥିବାର ଜଣାଯାଇଛି I ଶୁକ୍ରବାର ଯାଞ୍ଚ ପ୍ରକ୍ରିୟା ଶେଷ ହୋଇ ସାରିଛି. ବିଜେଡି ପକ୍ଷରୁ ଚନ୍ଦ୍ର ଶେଖର ମାଝୀ. ବିଜେପି ପକ୍ଷରୁ ଶ୍ରୀ ରୁପୁ ଭତରା. ଆରପିଆଇ ରୁ କେତନ ସମରଥ ପଟରଗୁଡା ଏନବିଏନଏସପି ରୁ ରାମ କୃଷ୍ଣ ପୂଜାରୀ ଗୁଆଳି ଏବଂ ବିଏସପି ରୁ ବାସୁ ନାଏକ ଜୟପୁର ଓ କଂଗ୍ରେସ ରୁ ଅନାମ ଦିଆନ ନବରଙ୍ଗପୁର ଏବଂ ସ୍ୱାଧୀନ ପ୍ରାର୍ଥୀନୀ ଭାବରେ କୋଟପାଡ଼ ବ୍ଲକ ସୁନାରବେଲି ନୂଆ ଗାଁ ର ଦେବକୀ ଗାଦବା ମୋଟ ସାତ ଜଣ କୋଟପାଡ଼ ବିଧାନ ସଭା ନିର୍ବାଚନ ମଣ୍ଡଳୀ ର ପ୍ରାର୍ଥି ଭାବରେ ନାମାଙ୍କନ ପତ୍ର ଦାଖଲ କରିଥିବା ଜଣାଯାଇଛି I(କୋରାପୁଟ ଜ଼ିଲ୍ଲା ପ୍ରତିନିଧି ଶ୍ରୀ ହରିଶ କୁମାର ପଟ୍ଟନାୟକ ଙ୍କ ରିପୋର୍ଟ ଖବର ଉପାନ୍ତ ଓଡିଶା)