May 20, 2024

ନିର୍ବାଚନ କୁ ଦୃଷ୍ଟି ରେ ରଖି ନକ୍ସଲ ପ୍ରବଣ ଖୁଡୁକୁ ଜିପି ରେ ଫ୍ଲାଗ ମାର୍ଚ୍ଚ…….

Share

ଉମେରକୋଟ : ସାଧାରଣ ନିର୍ବାଚନ କୁ ଶାନ୍ତି ଶୃଙ୍ଖଳା ସହ ପରିଚାଳନା କରିବା ପୋଲିସ ଓ ପ୍ରଶାସନ ର ମୁଖ୍ୟ ଉଦ୍ଦେଶ୍ୟ ହେଲେ ନବରଙ୍ଗପୁର ଜିଲ୍ଲା ଉମେରକୋଟ ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ କିଛି ସୀମାନ୍ତ ଅଂଚଳ ପ୍ରବଳ ମାଓ ପ୍ରବଣ ଅଂଚଳ ଭାବେ ଜଣା ଶୁଣା ବିଗତ ଦିନ ରେ ମାଓବାଦୀ ମାନେ ସୀମାନ୍ତ ର ଏକ ଥାନା କୁ ଟାର୍ଗେଟ କରି ବୋମା ସାହାଯ୍ୟ ରେ ସମ୍ପୂର୍ଣ ଉଡାଇଦେଇଥିଲେ ସମ୍ପୂର୍ଣ ଭାବେ ଘନ ଜଙ୍ଗଲ ରେ ପରିପୂର୍ଣ ତଥା ପଡୋଶୀ ରାଜ୍ୟ ର ସୀମାନ୍ତ ସହ ଲାଗି ରହି ଥିବାରୁ ମାଓ ବାଦୀ ଙ୍କ ଚଳ ଚଞ୍ଚଳ ଏହି ଅଞ୍ଚଳ ରେ ରହି ଆସୁଅଛି ଆସନ୍ତା ଦିନ ରେ ରାଜ୍ୟରେ ସାଧାରଣ ନିର୍ବାଚନ ଲାଗି ନବରଙ୍ଗପୁର ଏସପି ରୋହିତ ବର୍ମା ଙ୍କ ନିର୍ଦେଶ କ୍ରମେ ଉମେରକୋଟ ଏସ୍ଡ଼ିପିଓ ମଧୁ ଶିକ୍ତା ମିଶ୍ର ଙ୍କ ତତ୍ଵାବଧାନ ରେ କୁନ୍ଦେଇ ଥାନା ଏଇ.ଆଇ.ସି. ପ୍ରଶାନ୍ତ କୁମାର ସେଠି ଓ ଏକ ପ୍ଲାଟୁନ ପୋଲିସ ଫୋର୍ସ ଓ ସି ଆର ପି ଏଫ ଅସସିଷ୍ଟାଣ୍ଟ କୋମାଣ୍ଡେଣ୍ଟ ମିଥିଳେଶ କୁମାର, ସବ ଇନେ୍ସ୍ପେକଟର କେ ଏସ ମାଥିଉ ଓ ତାଙ୍କ ଏକ ପ୍ଲାଟୁନ ଯବାନ ଙ୍କ ମିଳିତ ଉଦ୍ୟମରେ ରାଇଘର ବି ଡି ଓ ଲକ୍ଷୀ ସାଗର ମାଝୀ ଓ ରାଇଘର ଏଡିସନାଲ ତହସିଲଦାର ସିମାଞ୍ଚଳ ପାତ୍ର ଙ୍କ ଉପସ୍ଥିତି ରେ ସୀମାନ୍ତ ଖୁଡୁକୁ ପଂଚାୟତ ର ଅତି ସମ୍ବେଦନଶୀଳ ଅଂଚଳ ମାନଙ୍କ ତଥା ମୁଖ୍ୟ ପଂଚାୟତ ରେ ଫ୍ଲାଗ ମାର୍ଚ୍ଚ କରାଯାଇଥିଲା ଫଳସ୍ୱରୂପ ସାଧାରଣ ଜନତା ଙ୍କୁ ପୋଲିସ ଉପରେ ବିଶ୍ୱାସ ହେବା ସହ ପୋଲିସ ତାଙ୍କ ସାଙ୍ଗରେ ଅଛନ୍ତି ଏବଂ ନିର୍ଭିକ ଭାବରେ ଅଞ୍ଚଳ ରେ ଜୀବନ ଜାପନ ସହ ଯେକୌଣସି ମୁହୁର୍ତରେ ପୋଲିସ ର ସହାୟତା ଉପଲବ୍ଧ ରହିବ ବୋଲି ଏସ୍ଡ଼ିପିଓ ଅଞ୍ଚଳ ବାସୀ ଙ୍କୁ ଆଶ୍ୱାସ୍ଥ କରିଛନ୍ତି(ଏମ୍ ଦିନା°ଶୁ ଆଚାରୀ)