ସମ୍ବଲପୁରୀରେ ପ୍ରଥମ ରାମାୟଣ ନାଟକ ଅଭିନେତା ତୁଷାର ଓ ଗୋପାଳ ସମ୍ମାନିତ

ସମ୍ବଲପୁର,୨୭.୦୩. (): ରାମଜୀ ଯୁବକ ସଂଘ (ସଦାଇପାଲି) ବଲାଙ୍ଗିର ଦ୍ବାରା ୧୧ତମ ରାଜ୍ୟସ୍ତରୀୟ ମହାକୋଶଲୀ ନାଟବାଦୀ ଉତ୍ସବ ପାଳିତ ହୋଇଯାଇଛି।ଉଦଯାପନୀ ଦିବସରେ ପ୍ରଥମ ଥର ପାଇଁ ସମ୍ବଲପୁରୀ ଭାଷାରେ ଆରମ୍ଭ ହୋଇଥିବା ରାମଲୀଲା ନାଟକରେ ରାମ ଭୂମିକାରେ ଅଧ୍ୟାପକ ତୁଷାର ବାରିକ୍ ଓ ରାବଣ ଭୂମିକାରେ ବିଶିଷ୍ଟ ଅଭିନେତା ଗୋପାଳ ପଣ୍ଡାଙ୍କୁ ତାଙ୍କ ନିଖୁଣ ଅଭିନୟ ପାଇଁ ଅନୁଷ୍ଠାନ ପକ୍ଷରୁ ସମ୍ବର୍ଦ୍ଧିତ କରାଯାଇଥିଲା।ଡ. ଶ୍ରୀକର ମିଶ୍ର ଏହାର ସଂଯୋଜନା କରିଥିଲେ। ଉଭୟ ପ୍ରତିଭାଧାରୀ କଳାକାରଙ୍କୁ ମାନପତ୍ର ଓ ଉପଢୌକନ ଦେଇ ସମ୍ମାନିତ କରାଯାଇଥିଲା।
