April 27, 2026

କିମ୍ବଦନ୍ତୀ ଆଧ୍ୟାତ୍ମିକ ସାହିତ୍ୟ ମହାସଭା

WhatsApp Image 2023-02-27 at 18.15.28
Share


ଦୁଃଶାସନ ନାୟକ ଙ୍କୁ କୈବଲ୍ୟ ରତ୍ନବେଦୀ ସମ୍ମାନ ।
ଅସ୍ତରଙ୍ଗ, ,କୈବଲ୍ୟ ସାହିତ୍ୟ ସଂସଦ କଟକ ପକ୍ଷରୁ ରାଜ୍ୟସ୍ତରୀୟ କିମ୍ବଦନ୍ତୀ ଆଧ୍ୟାତ୍ମିକ ସାହିତ୍ୟ ମହାସଭା, କଟକ କଳାବିକାଶ କେନ୍ଦ୍ର ଠାରେ ଅନୁଷ୍ଠିତ ହୋଇଯାଇଛି । ବରିଷ୍ଠ ଅର୍ଥସେବା ଅଧିକାରୀ ତଥା କୈବଲ୍ୟ ସାହିତ୍ୟ ସଂସଦର ପ୍ରତିଷ୍ଠାତା ସଭାପତି ଡକ୍ଟର ସଂଗ୍ରାମ କେଶରୀ ସାମନ୍ତରାୟଙ୍କ ଅଧ୍ୟକ୍ଷତାରେ ଆୟୋଜିତ ରାଜ୍ୟସ୍ତରୀୟ କାର୍ଯ୍ୟକ୍ରମରେ ଜଗନ୍ନାଥ ମହାପ୍ରଭୁ ଏବଂ ପାର୍ଶ୍ବ ଦେବାଦେବୀଙ୍କ କିମ୍ବଦନ୍ତୀ ଶୀର୍ଷକ ଆଲୋଚନା ଚକ୍ର ଅନୁଷ୍ଠିତ ହୋଇଥିଲା । ଦୁଇ ଟି ଅଧିବେଶନରେ ଆୟୋଜିକ ଏହି ମହାସଭାରେ ଓଡିଶା,ଝାରଖଣ୍ଡ,ପଶ୍ଚିମବଙ୍ଗରୁ ୪୦୦ ରୁ ଅଧିକ କବି, ଲେଖକ , ପ୍ରତିଭା ଆଦି ଯୋଗ ଦେଇ ବିଭିନ୍ନ ଆଧ୍ୟାତ୍ମିକ କିମ୍ବଦନ୍ତି ଉପରେ ବକ୍ତବ୍ୟ ରଖିଥିଲେ । ଏହି ଅବସରରେ କୈବଲ୍ୟ ସାହିତ୍ୟ ସଂସଦ ପକ୍ଷରୁ କୈବଲ୍ୟ ରତ୍ନବେଦୀ ସମ୍ମାନ,କୈବଲ୍ୟ ଯଜ୍ଞଶାଳା ସମ୍ମାନ କୈବଲ୍ୟ ଭୋଗମଣ୍ଡପ ସମ୍ମାନ ପ୍ରଦାନ କରାଯାଇଥିଲା । ଅସ୍ତରଙ୍ଗ ର ବରିଷ୍ଠ ସାମ୍ବାଦିକ ଦୁଃଶାସନ ନାୟକ ଓ ଲଳିତେନ୍ଦୁ ପଲାଉରୀ , ସାମ୍ବାଦିକ ଦୁର୍ଗାଷିଶ,ପ୍ରମୁଖଙ୍କୁ କୈବଲ୍ୟ ତନ୍ନବେଦୀ ସମ୍ମାନରେ, ମାନପତ୍ର,ଉତ୍ତରୀୟ, ଫୁଲତୋଡ଼ା ସହ ପଦକ, ଦିଆଯାଇ ସମ୍ମାନିତ କରାଯାଥିଲା ବେଳେ,ମନୋରମା ମହାନ୍ତି,ଓ ପୁଷ୍ପାଞ୍ଜଳି ମିଶ୍ର ଆଦି ଙ୍କୁ ମିଶାଇ ରାଜ୍ୟର ୪୦୦ ଜଣ କବି ଓ ଲେଖକଙ୍କୁ ମଧ୍ୟ କୈବଲ୍ୟ ସାହିତ୍ୟ ସଂସଦ ପକ୍ଷରୁ ମାନପତ୍ର,ପଦକ ଓ ଉପଢୌକନ ଦେଇ ସମ୍ମାନିତ କରାଯାଇଥିଲା । କାର୍ଯ୍ୟକ୍ରମରେ ଅତିଥି ଭାବେ ହାଇକୋର୍ଟ ଅବସରପ୍ରାପ୍ତ ବିଚାରପତି ବିଜୟ କୁମାର ନାୟକ, ରତିକାନ୍ତ ମହାପାତ୍ର, ପୂର୍ବତନ ପ୍ରଶାସକ ଅଲେଖ ଚନ୍ଦ୍ର ପଢିଆରୀ,ଡକ୍ଟର ଅଭୟ କୁମାର ନାୟକ, ବ୍ୟଙ୍ଗକବୀ ସଂପଦ ରଥ, ନାଟ୍ୟକାର ବିଜୟ ଦାସ,ସହିତ୍ୟିକ ଗୁରୁକଲ୍ୟାଣ ମହାପାତ୍ର,ପ୍ରାଧ୍ୟାପିକା ବିତ୍ୟୁତ ପ୍ରଭା ମିଶ୍ର ପ୍ରମୁଖ ଯୋଗ ଦେଇଥଲେ  ।

ଦୁଃଶାସନ ନାୟକ,ଅସ୍ତରଙ୍ଗ