April 26, 2026

ବ୍ଲକ ସ୍ତରୀୟ ଧାନ ମଣ୍ଡିର ଶୁଭାରମ୍ଭ , ଧାନ କ୍ରୟ କେନ୍ଦ୍ର ଉଦଘାଟିତ 

IMG-20251226-WA0058
Share

 

ବୁଗୁଡ଼ା : ତା ୨୬/୧୨/୨୫ : ବୁଗୁଡ଼ା ବ୍ଲକ ଅନ୍ତର୍ଗତ ମୋଟାବାଡି ସେବା ସମବାୟ ସମିତିରେ ବ୍ଳକ ସ୍ତରୀୟ ଧାନ ମଣ୍ଡି ରାଜ୍ୟ ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ବିକାଶ ମନ୍ତ୍ରୀ ଗୋକୁଳାନନ୍ଦ ମଲ୍ଲିକଙ୍କ ଦ୍ବାରା ଉଦଘାଟିତ ହୋଇଯାଇଛି। ଏଣିକି ଚାଷୀମାନେ ମଣ୍ଡିରେ ଏଫ୍ଏକ୍ଯୁ ମାନର ଧାନ ଦେଇ ଏହାର ମୂଲ୍ଯ ବାବଦକୁ କ୍ବିଣ୍ଟାଲ ପିଛା ୩୧୦୦ ଟଙ୍କା ପ୍ରାପ୍ଯ ଗ୍ରହଣ କରିବା ପାଇଁ ମନ୍ତ୍ରୀ କହିଥିଲେ । ଉକ୍ତ କାର୍ଯ୍ୟକ୍ରମରେ ବିଡ଼ିଓ ଦୁତିକୃଷ୍ଣ ପାତ୍ର,ତହସିଲଦାର ତାପସ ରାଉତ, ବ୍ଳକ ଅଧ୍ଯକ୍ଷା ପ୍ରତିନିଧି କେ.ନୀଳମାଧବ ଆଚାରୀ,ଉପାଧ୍ୟକ୍ଷ ମାନସ ରଞ୍ଜନ ପ୍ରଧାନ, ଏସଆରସିଏସ ନୃସିଂହ ଚରଣ ପଣ୍ଡା , କୃଷି ଅଧିକାରୀ ହରପ୍ରିୟା ବେହେରା, ଏମ୍ଆଇ ବିବେକାନନ୍ଦ ମହାନ୍ତି ,ମୋଟାବାଡି ସେବା ସମବାୟ ସମିତି ସଭାପତି ପବିତ୍ର ଆରୁଖଙ୍କ ସମେତ ବିଭିନ୍ନ ସେବା ସମବାୟ ସମିତିର ସମ୍ପାଦକ, ଅନେକ ମିଲର ଓ ଚାଷୀ ଉପସ୍ଥିତ ରହିଥିଲେ। ଏ ଅବସରରେ ନବ ନିର୍ମିତ ଧାନ କ୍ରୟ କେନ୍ଦ୍ରଟିଏ ମଧ୍ୟ ମନ୍ତ୍ରୀଙ୍କ ଦ୍ଵାରା ଉଦଘାଟିତ ହୋଇଥିବା ଜଣାଯାଇଛି।