April 29, 2026

ଅଲିଭ ରିଡଲ ଙ୍କ ସୁରକ୍ଷା ନେଇ କ୍ଷେତ୍ରକର୍ମ ଚାରୀଙ୍କ ତାଲିମ ଶିବିର…

IMG-20251226-WA0073
Share

 

 

ଅସ୍ତରଙ୍ଗ(ଦୁଃଶାସନ ନାୟକ)ବର୍ତ୍ତମାନ ଅଲିଭ ରିଡଲ କଇଁଚ ଙ୍କ ମେଟିଙ୍ଗ ସହ ଅଣ୍ଡାଦାନ ପ୍ରକ୍ରିୟା ଆରମ୍ଭ ହୋଇ ଥିବାରୁ ସେମାନଙ୍କର ସୁରକ୍ଷା ସହ ସ୍ଥାୟୀତ୍ୱ ନିମନ୍ତେ ଏକ କ୍ଷେତ୍ର ସ୍ତରୀୟ କର୍ମଚାରୀ ଦକ୍ଷତା ବୃଦ୍ଧି ଶିବିର ପିର ଯାହାନିଆ ଫରେଷ୍ଟ ବିଟ ହାଉସ ଠାରେ ଅନୁଷ୍ଠିତ ହୋଇଯାଇଅଛି। ଅସ୍ତରଙ୍ଗ ରେଞ୍ଜର ମୋନାଲିସା ମହାପାତ୍ର ଏହି ଶିବିର କୁ ଉଦଘାଟନ କରିଥିଲେ।ଏହି ଶିବିର ରେ ଅସ୍ତରଙ୍ଗ ରେଞ୍ଜ ଅଧୀନ ସମସ୍ତ କର୍ମଚାରୀ ଉପସ୍ଥିତ ଥିବା ବେଳେ, ମୁଖ୍ୟତଃ ଅଲିଭ ରିଡଲ କଇଁଚ ଙ୍କ ସୁରକ୍ଷିତ ଅଣ୍ଡାଦାନ,ଅଣ୍ଡା ଦେଇ ସାରିବା ପରେ ବନ କର୍ମଚାରୀ ମାନେ ସମୁଦ୍ର ବେଳାଭୂମି ରୁ ଅଣ୍ଡା ସଂଗ୍ରହ କରି ନିର୍ମାଣ ଧୀନ ହ୍ୟାଚେରୀରେ ସୁରକ୍ଷୀତ ଭାବେ ରଖିବା କୁକୁର,ବିଲୁଆ ଆଦି ଜନ୍ତୁ ଯେପରି ଅଣ୍ଡା ଖାଇ ନ ଯାଆନ୍ତି ସେଥୀ ପ୍ରତି ନଜର ଦେବା ସହ ବେଳାଭୂମିକୁ ସଫା ସୁତୁରା ରଖିବା ଓ ପ୍ଲାଷ୍ଟିକ ଛିଣ୍ଡା ଜାଲ ଆଦି ବେଳା ଭୂମିରେ ନ ପଡିବା ଉପରେ ଆଲୋଚନା କରାଯାଇଥିଲା।ଏହି ଶିବିର ରେ ଫରେଷ୍ଟର କାଳୁଚରଣ ମହାନ୍ତି,ମାନସ ପ୍ରଧାନ,କୈଳାସ ନାୟକ,ପରିବେଶବିତ୍ତ ଶୋଭାକର ବେହେରା,ବିଚି ବିଶ୍ୱାଳ ଙ୍କ ସମେତ ଅସ୍ତରଙ୍ଗ ବନ୍ୟପ୍ରାଣୀ ବନାଞ୍ଚଳର ବନ କର୍ମଚାରୀ ଓ ସହ ବନ ବିଭାଗ ସ୍କ୍ୱାଡ଼ ମାନେ ଉପସ୍ଥିତ ରହି ଥିଲେ।

You may have missed