ଲେବିଡି ହାଇସ୍କୁଲ ଖେଳ ପଡିଆ ରେ ଚାଲିଥିବା ୧୭ ବର୍ଷ ରୁ କମ ବାଳକ ଓ ବାଳିକା ଫୂଟବଲ ଚାମ୍ପିୟନସିପ ତଥା ଚୟନ ପ୍ରତିଯୋଗିତା
ବରଗଡ ,
ବରଗଡ ଜିଲା ସୋହେଲା ବ୍ଲକ ଲେବିଡି ହାଇସ୍କୁଲ ଖେଲ ପଡିଆରେ ଗତ ୭ ତାରିଖରୁ ୯ ତାରିଖ ପର୍ଯ୍ୟନ୍ତ ୩ ଦିନ ଧରି ୧୭ ବର୍ଷରୁ କମ୍ ବାଳକ ଓ ବାଳିକା ଫୁଟବଲ ଚମ୍ପିୟନସିପ ତଥା ଚୟନ ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି |ଦ୍ଵିତୀୟ ଦିନ କୁଆଟର ଫାଇନାଲ ଖେଳ ବରପାଲି ଦଳ ଓ ଅତାବିରା ଦଳ ମଧ୍ୟରେ ଖେଳ ହୋଇଥିଲା ଏଥିରେ ଅତାବିରା ଦଳ ବରପାଲି ଦଳ କୁ ୨-0 ଗୋଲ ରେ ପରାସ୍ତ କରି ସେମିଫାଇନାଲ କୁ ପ୍ରବେଶ କରିଥିଲା ସେମି ଫାଇନାଲ ଖେଳ ଅତାବିରା ଓ ବରଗଡ଼ ଦଳ ମଧ୍ୟରେ ଅନୁଷ୍ଠିତ ହୋଇଥିଲା ସେମିଫାଇନାଲ ରେ ଅତାବିରା ଦଳ ବରଗଡ ଦଳକୁ ୧-0 ଗୋଲ ରେ ପରାସ୍ତ କରି ଫାଇନାଲ ଖେଳ ରେ ପ୍ରବେଶ କରିଥିଲା ଆଜି ତୃତୀୟ ଦିବସ ରେ ଫାଇନାଲ ଖେଳ ଅତାବିରା ଓ ଗତଥର ଚାମ୍ପିୟାନ ଭେଡେନ ଦଳ ମଧ୍ୟ ରେ ଫାଇନାଲ ଖେଳ ହୋଇଥିଲା ଫାଇନାଲ ଖେଳ ରେ ଅତାବିରା ଦଳ ସଂଘର୍ଷ ପୁର୍ଣ ମେଚ ରେ ଭେଡେନ ଦଳ କୁ ୧-0 ଗୋଲ ରେ ପରାସ୍ତ କରି ଚମ୍ପିୟାନ ହୋଇ ଥିଲା ବିଜୟୀ ଦଳ କୁ ଭଟଲି ବିଧାୟକ ଇରାଶିଷ ଆଚାର୍ଯ୍ୟ ଚମ୍ପିୟାନ ଦଳ କୁ ଟ୍ରଫି ଓ ପ୍ରମାଣ ପତ୍ର ଦେଇ ସମ୍ମାନିତ କରିଥିଲେ ଏହି ଜ଼ିଲ୍ଲା ସ୍ତରୀୟ ଫୂଟବଲ ଚାମ୍ପିୟନସିପ ରେ ବରଗଡ ଜ଼ିଲ୍ଲା ର ସମସ୍ତ ବାରଗୋଟି ବ୍ଲକ ଭାଗ ନେଇଥିଲେ ବାରଗୋଟି ବ୍ଲକ ରୁ ସମସ୍ତ ଖେଳ ରୁ ଚୟନ ହୋଇଥିବା ବଛା ବଛା ଖେଳାଳି ମାନଙ୍କୁ ନେଇ ବରଗଡ଼ ଜ଼ିଲ୍ଲା ଦଳ ଭାବରେ ଆଗାମୀ ସେପ୍ଟେମ୍ବର ଶେଷ ସପ୍ତାହ ରେ କେନ୍ଦୁଝର ଠାରେ ହେବାକୁ ଥିବା ରାଜ୍ୟ ସ୍ତରୀୟ ଚୟନ ପ୍ରତିଯୋଗିତା ରେ ଅଂଶଗ୍ରହଣ କରିବେ ବୋଲି ବ୍ଲକ ସମ୍ପାଦକ ସୁଦୀପ୍ତ କୁମାର ସାହୁ ସୂଚନା ପ୍ରଦାନ କରିଛନ୍ତି, ଅତାବିରା ଗୋଷ୍ଠୀ ଶିକ୍ଷା ଅଧିକାରୀ ସୁଶ୍ରୀ ମିଶ୍ରାଣୀ କୁମ୍ଭାର ଅତାବିରା ଦଳ କୁ ଶୁଭେଚ୍ଛା ଜ୍ଞାପନ କରିଛନ୍ତି, ପଡିଆରେ ଉତ୍ସାହିତ କରିବା ପାଇଁ ଅତାବିରା ବ୍ଲକ ର ପି. ଇ. ଟି ଓ ଅବସର ପ୍ରାପ୍ତ ପି. ଇ. ଟି ଏବଂ ପୂର୍ବତନ ଜ଼ିଲ୍ଲା ଶାରୀରିକ ଅଧିକାରୀ ତ୍ରିଲୋକ୍ୟ ନାୟକ, ଲବ ସାହୁ, କିଶୋର ପଧାନ, ରବି ଗୁପ୍ତା, ମେନେଜର ଫକୀର ଝାଙ୍କର, କୋଚ ଲକ୍ଷ୍ମୀକାନ୍ତ ଦେହୁରୀ ଓ ବ୍ୟାସଦେବ ସାହୁ ଜେନେରାଲ ମେନେଜର ତିନି ଦିନ ଧରି ଉପସ୍ଥିତ ଥିଲେ ଏହି ଖବର ପ୍ରଚାର ହେଲା ପରେ ଅତାବିରା ଅଂଚଳରେ ଖୁସି ର ଲହରୀ ଖେଳି ଯାଇଛି
