June 25, 2026

ଉମରକୋଟ ଭାଜପା କାର୍ଯ୍ୟାଳୟରେ ମିଶ୍ରଣପର୍ବ ହୋଇଯାଇଛି………

IMG-20260625-WA0057
Share

 

ଉମରକୋଟ:-(ଏମ୍.ଦୀନ°ଶୁ ଆଚାରୀ) ନବରଙ୍ଗପୁର ଜିଲ୍ଲା ଉମରକୋଟ ନଗର ମଣ୍ଡଳ କାର୍ଯ୍ୟାଳୟ ଠାରେ ଏକ ବିଶାଳ ମିଶ୍ରଣପର୍ବ ହୋଇ ଯାଇଛି ଏହି ମିଶ୍ରଣପର୍ବ ଉମରକୋଟ ନଗର ମଣ୍ଡଳ କମିଟି ତରଫରୁ ଆୟୋଜିତ କରାଯାଇଥିଲା ।ଦିର୍ଘ ଦିନ ଧରି ନଗର ମଣ୍ଡଳ ର ବହୁ ଯୁବକଙ୍କ ଇଛାଥିଲା ଭାଜପାରେ ମିଶିବାର ଆଜି ସେହି ପ୍ରତିକ୍ଷାର ଅନ୍ତ ଘଟିଛି। ୨୦୧୪ ଠାରୁ ଲଗାତାର କେନ୍ଦ୍ରରେ ତିନିଥର ଏନ ଡି ଏ ର ସରକାର ଓ ନରେନ୍ଦ୍ର ମୋଦୀଙ୍କ ନେତୃତ୍ବରେ ଦେଶର ବିକାଶ ଏବଂ ୨୦୨୪ ଠାରୁ ରାଜ୍ୟରେ ଡବଲ୍ ଇଞ୍ଜିନ ସରକାର ରେ ରାଜ୍ୟର ବିକାଶ ଏବଂ ନରେନ୍ଦ୍ର ମୋଦୀଙ୍କ ବିଦେଶ ନିତି, ଦେଶର ବିକାଶ ସହ ଆତଙ୍କବାଦ, ମାଓବାଦର ଅନ୍ତ ରାଷ୍ଟ୍ରର ସୁରକ୍ଷା ଏବଂ ଜନହିତକର ଯୋଜନା କୁ ଦେଖି ଆଜିର ଯୁବପିଡି ଅନୁଭୋବ କଲେ ଯେ ଦେଶ ତଥା ରାଷ୍ଟ୍ରକୁ ଯୋଦି କେହି ସୁରକ୍ଷା ଦେଇପାରିବ ସେ କେବଳ ମାତ୍ର ବି ଜେ ପି ପାର୍ଟି। କେନ୍ଦ୍ରରେ ନରେନ୍ଦ୍ର ମୋଦୀ,ରାଜ୍ୟରେ ମୋହନ ସରକାର ଏବଂ ଏ ଅଞ୍ଚଳର ଜଣେ ଯୁବ ନେତା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ ଙ୍କ ନେତୃତ୍ବ କାର୍ଯ୍ୟ ଶୈଳୀରେ ଅନୁପ୍ରାଣିତ ହୋଇ ଆଜି ନଗର ମଣ୍ଡଳର ୧୦୩,ବୁର୍ଜା ମଣ୍ଡଳ ର ୬୦,ଏବଂ ବେହେଡା ମଣ୍ଡଳ ର ୪୫ ଏମିତି ସର୍ବମୋଟ ୨୦୮ ନୂଆ କାର୍ଯ୍ୟକର୍ତ୍ତା କଂଗ୍ରେସ ଓ ବିଜେଡି ଛାଡି ଭାରତୀୟ ଜନତା ପାର୍ଟି ରେ ସାମିଲ ହୋଇଛନ୍ତି । ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥିଭାବେ ଯୋଗ ଦେଇଥିଲେ ମାନ୍ୟବର ମନ୍ତ୍ରୀ ଶ୍ରୀଯୁକ୍ତ ନିତ୍ୟାନନ୍ଦ ଗଣ୍ଡ, ଭାଜପାର ରାଜ୍ୟ ଉପସଭାପତି ଶ୍ରୀଯୁକ୍ତ ରମେଶ ଚନ୍ଦ୍ର ସାହୁ, ଜିଲ୍ଲା ସଭାପତି ଶ୍ରୀଯୁକ୍ତ କୁଞ୍ଜ ବିହାରି ଦାସ,ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ଜଗଦିଶ ବିଷୟି ଜିଲ୍ଲା ସାଧାରଣ ସମ୍ପାଦକ ସୁରେଶ କୁମାର ଆଚାର୍ଯ୍ୟ, ଏସ ଡି ସି ଅଧକ୍ଷ ବାସନ୍ତି ମାଝୀ,ବ୍ଲକ ସାଂସଦ ପ୍ରତିନିଧି ଭୋଜନାଥ ଗଣ୍ଡ, ଝରିଗାଁ ବିଧାୟକ ପ୍ରତିନିଧି ସନା ମାଝୀ, ରାଜ୍ୟ ଏସ ଟି ମୋର୍ଚ୍ଚାର ଉପସଭାପତି ଆଶୁ ମଣ୍ଡଳ, ବରିଷ୍ଠ ଅକିଲ ରାମ ନାୟକ ମଞ୍ଚାସୀନ ଥିବାବେଳେ ମନ୍ତ୍ରୀଙ୍କ ପ୍ରତିନିଧି ଅଶୋକ କୁମାର ପାଢୀ କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ।