June 13, 2026

ନବଭାରତ ସାକ୍ଷରତା କାର୍ଯ୍ୟକ୍ରମ “ଉଲ୍ଲାସ” ଅନୁଷ୍ଠିତ 

IMG-20251026-WA0031
Share

ବୁଗୁଡ଼ା : ତା ୨୬/୧୦/୨୫ : ସ୍ଥାନୀୟ ଗୋଷ୍ଠୀ ଶିକ୍ଷାଧିକାରୀଙ୍କ କାର୍ଯ୍ୟାଳୟ ଅଧିନସ୍ଥ ବୁଗୁଡା ଏନ୍ଏସି କ୍ଲଷ୍ଟର ପକ୍ଷରୁ ଆୟୋଜିତ ନବଭାରତ ସାକ୍ଷରତା କାର୍ଯ୍ୟକ୍ରମ “ଉଲ୍ଲାସ” ଅବସରରେ ଶ୍ରୀ ବିରଞ୍ଚି ନାରାୟଣ ବାଳିକା ଉଚ୍ଚ ବିଦ୍ୟାଳୟ କେନ୍ଦ୍ରରେ ଏକ ଲିଖିତ ପରୀକ୍ଷା ଅନୁଷ୍ଠିତ ହୋଇଯାଇଛି। ଏଥିରେ ବିଦ୍ୟାଳୟ ଶିକ୍ଷାଠାରୁ ଦୂରେଇ ରହିଥିବା ୧୫ ବର୍ଷରୁ ଉର୍ଦ୍ଧ୍ବ ବୟସ୍କ ୧୨୦ ଜଣ ବ୍ଯକ୍ତି ପରୀକ୍ଷାର୍ଥୀ ଭାବେ ଅଂଶ ଗ୍ରହଣ କରିଥିଲେ। ଏନ୍ଏସି କ୍ଲଷ୍ଟର ସିଆରସିସି କିରଣ ବାଳା ତ୍ରିପାଠୀଙ୍କ ତତ୍ତ୍ବାବଧାନରେ ଆୟୋଜିତ ଉକ୍ତ ପରୀକ୍ଷା କେନ୍ଦ୍ରରେ ନିରୀକ୍ଷକ ଭାବେ ଶିକ୍ଷୟିତ୍ରୀ ଲକ୍ଷ୍ମୀପ୍ରିୟା ବେହେରା ଓ ସବିତା ରଶ୍ମି ସାହୁ ନିୟୋଜିତ ରହିଥିଲା ବେଳେ ପର୍ଯ୍ଯବେକ୍ଷକ ଭାବେ ବିଇଓ ଚିନ୍ମୟ ମହାପାତ୍ର ଯୋଗ ଦେଇଥିଲେ। ସେହିପରି ବୁଗୁଡ଼ା ବ୍ଲକର ବିଭିନ୍ନ ବିଦ୍ୟାଳୟରେ ଅନୁଷ୍ଠିତ ପରୀକ୍ଷା କେନ୍ଦ୍ର ଗୁଡିକରେ ୨ ହଜାରରୁ ଉର୍ଦ୍ଧ ପରୀକ୍ଷାର୍ଥୀ ଅଂଶ ଗ୍ରହଣ କରିଥିବା ଜଣାଯାଇଛି।

You may have missed