June 13, 2026

ସମ୍ଭାବ୍ୟ ବାତ୍ୟାକୁ ନେଇ ସତର୍କ ସୂଚନା ଜାରି କଲା ବାଘୁଆ ଜଳସେଚନ ପ୍ରଶାସନ 

IMG-20251026-WA0027
Share

  • ବୁଗୁଡା : ତା ୨୬/୧୦/୨୫ : ସମ୍ଭାବ୍ୟ ବାତ୍ୟା “ମୋନ୍ଥା”କୁ ନେଇ ବାଘୁଆ ଜଳସେଚନ ଉପ-ବିଭାଜନ ସହକାରୀ ନିର୍ବାହୀ ଯନ୍ତ୍ରୀ କୃଷ୍ଣଚନ୍ଦ୍ର ପାଳଙ୍କ ପକ୍ଷରୁ ବାଘୁଆ ନଦୀକୂଳସ୍ଥ ଜନସାଧାରଣଙ୍କୁ ସତର୍କ ସୂଚନା ଜାରି କରାଯାଇଛି। ପ୍ରକାଶ ଯେ , ବାଘୁଆ ଜଳଭଣ୍ଡାରର ପୂର୍ଣ୍ଣ ଜଳଧାରଣ କ୍ଷମତା ୧୧୩.୮୫ ମିଟର (୩୧୦୦ ହେକ୍ଟର ମିଟର) ଥିବା ସ୍ଥଳେ ବର୍ତ୍ତମାନ ୧୧୨.୨୭ ମିଟର (୧୮୭୬.୨୦ ହେକ୍ଟର ମିଟର) ଅର୍ଥାତ୍ ୬୦.୨୩ ପ୍ରତିଶତ ଜଳ ଗଚ୍ଛିତ ରହିଛି । ଆଗାମୀ ସମ୍ଭାବ୍ୟ ବାତ୍ୟା ଜନିତ ମୌସୁମୀ ବର୍ଷା ଲାଗି ରହିଲେ ଯେକୌଣସି ସମୟରେ ଜଳଭଣ୍ଡାର ପୂର୍ଣ୍ଣ ଜଳଧାରଣ କ୍ଷମତାରେ ପହଞ୍ଚି ଯାଇପାରେ । ତେଣୁ ଜଳଭଣ୍ଡାରର ସୁରକ୍ଷା ଦୃଷ୍ଟିରୁ ଅତିରିକ୍ତ ବନ୍ଯାଜଳକୁ ବାଘୁଆ ନଦୀ ମାଧ୍ୟମରେ ନିଷ୍କାସନ କରାଯିବାର ସମ୍ଭାବନା ରହିଛି। ଏଣୁ, ବାଘୁଆ ନଦୀ କୂଳରେ ଅବସ୍ଥିତ ସମସ୍ତ ଗ୍ରାମର ଜନସାଧାରଣ ନଦୀକୁ ଯିବେ ନାହିଁ ଏବଂ ସେମାନଙ୍କ ଗୃହପାଳିତ ପଶୁଙ୍କୁ ନଦୀକୁ ନଛାଡିବାକୁ ବାଘୁଆ ଜଳସେଚନ ପ୍ରଶାସନ ପକ୍ଷରୁ ଡାକବାଜି ଯନ୍ତ୍ର ଓ ଢେଣ୍ଡୁରା ମାଧ୍ୟମରେ ପ୍ରାକ୍ ସତର୍କ ସୂଚନା ପ୍ରଦାନ କରାଯାଇଛି। ତେବେ ଏଥି ଜନିତ କୌଣସି ଦୁର୍ଘଟଣା ନିମନ୍ତେ ପ୍ରଶାସନ ଉତ୍ତରଦାୟୀ ରହିବେ ନାହିଁ ଏବଂ ଏହି କାର୍ଯ୍ୟରେ ପ୍ରଶାସନ ଜନସାଧାରଣଙ୍କ ସହଯୋଗ କାମନା କରିଥିବା ବେଳେ ଏ ନେଇ ପ୍ରଶାସନିକ ଉପରିସ୍ଥ ଅଧିକାରୀ ଏବଂ ସମ୍ପୃକ୍ତ ଲୋକପ୍ରତିନିଧିମାନଙ୍କୁ ଅବଗତ କରାଯାଇଥିବା ଜଣାଯାଇଛି।

You may have missed