June 12, 2026

କୁଜଙ୍ଗ ପୋଲିସ ପେଟ୍ରୋଲିଂ ସମୟରେ ଧରି ପକେଇଲେ ଚୋରା ମଦ ବେପାରୀଙ୍କୁ

IMG-20260612-WA0085
Share

 

 

କୁଜଙ୍ଗ

( ରଞ୍ଜନ କୁମାର ମଲ୍ଲିକ ଙ୍କ ରିପୋର୍ଟ )

 

ଯେତେ ଯାହା କଲେ ବି ଜଗତସିଂହପୁର ଜିଲ୍ଲାରୁ ନିଶା କାରବାର କମିବାର ନାଆଁ ନେଉନାହିଁ l କୋଉଠି ଗଞ୍ଜେଇ ଜବତ ହେଲାଣି ତ କୋଉଠି ଧଳା ଜହର । ଆଉ କୋଉଠି ପୁଳା ପୁଳା ମଦ ବୋତଲ । ସବୁ ଚାଲିଛି ଚୋରା ବେପାରରେ ।ଧରା ପଡିଲେ ଚୋର ନହେଲେ ପୁରା ସାଧୁ l ପୋଲିସ ଗୋଡେଇ ଗୋଡେଇ ନାକେଦମ କିନ୍ତୁ ଚୋରା ବେପାରୀ ଙ୍କ ଚାଲିଛି ରଜ ପ୍ରସ୍ତୁତି l ନିକଟରେ କୁଜଙ୍ଗ ପୋଲିସ ଙ୍କର ପେଟ୍ରୋଲିଂ ସମୟରେ ଧରା ପଡିଛନ୍ତି ଦୁଇ ଚୋରା ମଦ ବେପାରୀ l ସେମାନଙ୍କ ମଧ୍ୟରେ ଅଭୟଚନ୍ଦପୁର ଥାନା ଅଧିନସ୍ତ ତ୍ରିଲୋଚନପୁର ଗ୍ରାମର ୪୮ ବର୍ଷୀୟ ପ୍ରସନ୍ନ ବେହେରା ପିତା ପୁରସ୍ତମ ବେହେରା, ହୋଇଥିବା ବେଳେ, ଅନ୍ୟ ଜଣେ କୁଜଙ୍ଗ ଥାନା ଅଧିନସ୍ତ ବଡବୁଦା ଗ୍ରାମର ୬୦ ବର୍ଷୀୟ ଗୁରିଆ ଓରଫ ଯୁଧିଷ୍ଠିର ବେହେରା ପିତା ରାଜୀବ ବେହେରା l କୁଜଙ୍ଗ ପୋଲିସ ସେମାନଙ୍କ ଠାରୁ ୧୮୦ ଏମ ଏଲ ର ୧୪ ବୋତଲ ଟବର୍ଗ ଷ୍ଟ୍ରଙ୍ଗ ବିଅର, ୧୮୦ ଏମ ଏଲ ର ୧୯ ବୋତଲ ରୟାଲ ଚାଲେଞ୍ଜ ଗୋଲଡ ହୁସ୍କି, ୧୮୦ ଏମ ଏଲ ର ୨୬ ବୋତଲ ମ୍ୟାକ ଡୋଲର୍ସ ନମ୍ବର ୱାନ ହ୍ଵିସ୍କି , ୨୦୦ ଏମ.ଏଲ ର ୪୨୫ ବୋତଲ ଆସ୍କା ଫଟି, ସର୍ବ ମୋଟ ୧୦୪. ୧୮୦ ଲିଟର ମାଲ ଜବତ କରି ଥିଲେ !ଆସାମୀଙ୍କ ନାମରେ କୁଜଙ୍ଗ ଥାନା କେସ ନଂ-1)୧୫୭/୨୬ U/ସ ୧୧୧(୩)/୬୧(୨)ବି.ଏନ.ଏସ./୫୨(ଏ )୫୩/୫୪/୫୫ /୫୯ ଓଡିଶା ଅବକାରୀ ଆଇନ ଅନୁଯାୟୀ ରେଜେଷ୍ଟ୍ରି କରି ଆସାମୀଙ୍କୁ ଅଦାଲତ କୁ ପଠେଇ ଦେଇଛନ୍ତି ।

You may have missed