June 13, 2026

ମୋହନା ଠାରେ ସଫେଇ ମିତ୍ର ସୁରକ୍ଷା ଶିବିର ଅନୁଷ୍ଠିତ ,  ମୋହନା କଲ୍ୟାଣ ମଣ୍ଡପ ଠାରେ

IMG-20240926-WA0032
Share

ଆଜି ସ୍ୱଚ୍ଛତା ହିଁ ସେବା କାର୍ଯ୍ୟକ୍ରମ ଆନୁକୂଲ୍ୟରେ ପଞ୍ଚାୟତ ସମିତି ଅନ୍ତର୍ଗତ ସମସ୍ତ ପଞ୍ଚାୟତ ମାନଙ୍କରେ ସଫେଇ କାର୍ଯ୍ୟ କରୁଥିବା ସଫେଇ ମିତ୍ର ମହିଳା ମାନଙ୍କ ସୁରକ୍ଷା ନିମନ୍ତେ ( ସେମାନଙ୍କର ସଫେଇ କାର୍ଯ୍ୟ କରୁଥିବା ବେଳେ ଆବଶ୍ୟକ ପଡୁଥିବା ଉପକରଣ ) ଯେପରି ହାତରେ ପିନ୍ଧିବା ପାଇଁ ଗ୍ଲୋବ, ମାସ୍କ ଓ ପିନ୍ଧିବା ପାଇଁ ବ୍ଲେ୍ଜର ସବୁ ବାଣ୍ଟନ ପାଇଁ ଏକ କାର୍ଯ୍ୟକ୍ରମ କରି ସେମାନଙ୍କ ସ୍ୱାସ୍ଥ୍ୟ ପରୀକ୍ଷା କରିବା ପାଇଁ ଡକ୍ଟରଙ୍କ ଉପସ୍ଥିତିରେ ଏକ ସ୍ୱାସ୍ଥ୍ୟ ଶିବିର ମଧ୍ୟ କରାଯାଇଥିଲା। ଏହି କାର୍ଯ୍ୟକ୍ରମ ରେ ମୋହନା ଗୋଷ୍ଟି ଉନ୍ନୟନ ଅଧିକାରୀ ରାଜୀବ ଦାସ ଙ୍କ ସମେତ ବିଭାଗୀୟ କର୍ମଚାରୀ ମାନେ ଉପସ୍ଥିତ ରହି ଥିଲେ। ଏଥି କାର୍ଯ୍ୟକ୍ରମରେ ଆବଶ୍ୟକୀୟ ଉପକରଣ ମାନ ବଣ୍ଟନ କରାଯାଇଥିଲା ।ଏହି କାର୍ଯ୍ୟକ୍ରମଟିକୁ ବିଭାଗୀୟ କର୍ମଚାରୀ ପରିଚାଳନା କରିଥିଲେ।

You may have missed