ଉତ୍କଳ ସମ୍ମିଳନୀ ଖୋର୍ଦ୍ଧା ଜିଲ୍ଲା ଶାଖା ତରଫରୁ ଉତ୍କଳ ଗୌରବ ମଧୁସୂଦନ ଦାସ ଙ୍କ ଜୟନ୍ତୀ ପାଳନ କରାଯାଇଛି..
ଖୋର୍ଦ୍ଧା-( ପ୍ରିୟଙ୍କା ମହାପାତ୍ର)ଖୋର୍ଦ୍ଧା ଅଦାଲତ ସମ୍ମୁଖରେ ଥିବା ଉତ୍କଳ ଗୌରବ ମଧୁସୂଦନ ଦାସ ଙ୍କ ପ୍ରତିମୂର୍ତ୍ତି ରେ ଅଧିବକ୍ତା ଶିବ ସୁନ୍ଦର ପଟ୍ଟନାୟକ ଙ୍କ ନେତୃତ୍ଵରେ ଖୋର୍ଦ୍ଧା ଅଦାଲତ ସମ୍ମୁଖରେ ଥିବା ଉତ୍କଳ ଗୌରବ ମଧୁସୂଦନ ଦାସ ଙ୍କ ପ୍ରତିମୂର୍ତ୍ତି ରେ ପୁଷ୍ପମାଲ୍ଯ ପ୍ରଦାନ ପ୍ରଦାନ କରାଯାଇଛି। ଖୋର୍ଦ୍ଧା ଗାୟତ୍ରୀ ମନ୍ଦିର ପ୍ରାଙ୍ଗଣରେ ମଧୁବାବୁଙ୍କ ଜୟନ୍ତୀ ସଭା ଅନୁଷ୍ଠିତ ହୋଇଥିଲା। ଏଥିରେ ଅଧିବକ୍ତା ଶିବସୁନ୍ଦର ପଟ୍ଟନାୟକ ସଭାପତିତ୍ବ କରି ମଧୁବାବୁଙ୍କ ସ୍ମୃତି ଚାରଣ କରିଥିଲେ। ମୁଖ୍ୟ ଅତିଥି ଭାବେ ଉତ୍କଳ ସମ୍ମିଳନୀ ର କେନ୍ଦ୍ରୀୟ କୋଷାଧ୍ୟକ୍ଷ ଡ.ବିମଳ ଚନ୍ଦ୍ର ଷଡଙ୍ଗୀ ଯୋଗଦେଇ ମଧୁବାବୁ ଙ୍କ ସପ୍ତମ ପୁରୁଷ ଖୋର୍ଦ୍ଧା ଜିଲ୍ଲା ଜଟଣୀ ବ୍ଳକ୍ ର ରଥିପୁର ଗ୍ରାମରୁ ଯାଇ ସତ୍ୟଭାମାପୁର ଠାରେ ରହିଥିବା କଥା ସୂଚନା ଦେବା ସହ ମଧୁବାବୁଙ୍କ ଉଦ୍ୟମ ରେ ଓଡିଶା ପାଇଁ ପୋଲିସ୍ ବାହିନୀ ପ୍ରତିଷ୍ଠା ହେବା କଥା ଜଣାଇଥିଲେ।ମଧୁବାବୁଙ୍କ ପ୍ରତିଷ୍ଠିତ ସମବାୟ ଖାଉଟୀ ଭଣ୍ଡାର ଦେଶର ପ୍ରଥମ ସମବାୟ ଅନୁଷ୍ଠାନ ଥିବା ମତବ୍ୟକ୍ତ କରିଥିଲେ।ସମ୍ମାନୀତ ବକ୍ତା ଭାବେ ଐତିହାସିକ ସତ୍ୟ ବାଦୀ ବଳିୟାରସିଂହ ମଧୁବାବୁଙ୍କ ଆଇନ୍ ଶିକ୍ଷା, ଅଦାଲତରେ ବ୍ୟବହାର, ଓଡିଆ ମାନଙ୍କୁ ନେଇପାଟନା ଠାରେ ସାଇମନ କମିଶନଙ୍କୁ ସାକ୍ଷାତ, ସଂପର୍କରେ ଆଲୋଚନା କରିଥିଲେ। ବରିଷ୍ଠ ଶିକ୍ଷାବିତ୍ ଭୀମସେନ୍ ପ୍ରଧାନ, ଡ.ପ୍ରଫୁଲ୍ଲ କୁମାର ସାମନ୍ତରାୟ, ପୂର୍ବତନ ସମବାୟ ଅଧିକାରୀ ପ୍ରସନ୍ନ କୁମାର ମିଶ୍ର, କୃଷ୍ଣଚନ୍ଦ୍ର ହରିଚନ୍ଦନ ,ପ୍ରମୁଖ ଆଲୋଚନାରେ ଭାଗ ନେଇଥିଲେ। ଅନ୍ୟ ମାନଙ୍କ ମଧ୍ୟରେ ଅଧିବକ୍ତା ସୀତାକାନ୍ତ ମିଶ୍ର, ନୃସିଂହ ମିଶ୍ର, ଶିଶିର କୁମାର ପରିଡା,କବିଲକ୍ଷ୍ମୀ ଧର ବଡଜେନା,ଶାନ୍ତି ଲତା ସାହୁ ମଧୁବାବୁଙ୍କ ସ୍ମୃତି ଚାରଣ କରିଥିଲେ।
